ହେଡଲାଇନସ୍:

"ଘରେ ରୁହନ୍ତୁ, ପରିବାର ସହିତ ସୁରକ୍ଷିତ ରୁହନ୍ତୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବାରେ ସହାୟକ ହୁଅନ୍ତୁ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୁରଭଞ୍ଜବାସୀଙ୍କୁ  ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ନିବେଦନ 

ବାରିପଦା(ଦିଲ୍ଲୀପ ମହାନ୍ତି)-  ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ ଆଜି କାର୍ଯ୍ୟାଳୟ ପରିସରରେ ଥିବା ଇ-ଫେସିଲେସନ କେନ୍ଦ୍ରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାବାସୀଙ୍କୁ ଘରେ ରୁହନ୍ତୁ, ପରିବାର ସହିତ ସୁରକ୍ଷିତ ରୁହନ୍ତୁ ଏବଂ ଜିଲ୍ଲାବାସୀଙ୍କୁ ସୁରକ୍ଷିତ ରଖିବାରେ ସହାୟକ ହେବା ନିମନ୍ତେ ବାର୍ତ୍ତା ଦେଇଛନ୍ତି । ଏଥି ସହିତ ଆମ ସମସ୍ତଙ୍କ ସମ୍ମୁଖରେ କରୋନା ଭାଇରସ ଏକ ମସ୍ତବଡ଼ ଚ୍ୟାଲେଞ୍ଜ ଭାବେ ଦଣ୍ଡାୟମାନ ହୋଇଛି ।  ତାକୁ ସାମ୍ନା ଓ ନିୟନ୍ତ୍ରଣ କରିବା ନିମନ୍ତେ ମୟୂରଭଞ୍ଜବାସୀ ମାର୍ଚ୍ଚ ୨୯ ରାତି ୯ ପର୍ଯ୍ୟନ୍ତ କେବଳ ଜରୁରୀ ଆବଶ୍ୟକତାକୁ ବାଦ ଦେଲେ ନିଜ ନିଜ ଘର ଭିତରୁ ବାହାରକୁ ନ ବାହାରିବା ନିମନ୍ତେ ପରାମର୍ଶ ଦେଇଛନ୍ତି ଓ  ସାମାଜିକ ଦୂରତ୍ୱ ବଜାୟ ରଖିବା ସହିତ ବାହାରର ବ୍ୟକ୍ତିମାନଙ୍କ ସହ ଖୁବ୍ କମ୍ ମିଳାମିଶା କରିବା ନିମନ୍ତେ ଅନୁରୋଧ କରିଛନ୍ତି ।  ଭାରତରେ କରୋନା ଭାଇରସର ସଂକ୍ରମଣର ପ୍ରଭାବ ଷ୍ଟେଜ-୨ରେ ରହିଛି । ଏହି ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଜନସାଧାରଣ ସେମାନଙ୍କ ମୁଲ୍ୟବାନ ଜୀବନକୁ ସୁରକ୍ଷିତ ରଖିବା ନିମନ୍ତେ ଅଧିକ ସତର୍କତା ଅବଲମ୍ବନ କରିବା  ଜରୁରୀ ହୋଇପଡ଼ିଛି । ପ୍ରତ୍ୟେକ ବ୍ୟକ୍ତି କରୋନା ଭୂତାଣୁଠାରୁ ନିଜକୁ ଦୂରରେ ରଖିବା ପାଇଁ ବାରମ୍ବାର ସାନିଟାଇଜରରେ ଆଦିରେ ପରିଷ୍କାର ଭାବେ ହାତକୁ ଧୋଇବା , ମାସ୍କ ଲଗାଇ ବାହାରକୁ ବାହାରିବା ଉପରେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ଗୁରୁତ୍ୱାରୋପ କରିବା ସଙ୍ଗେ ସଙ୍ଗେ ସମସ୍ତ ଜିଲ୍ଲାବାସୀଙ୍କ ମିଳିତ ସହଯୋଗ କାମନା କରିଛନ୍ତି । ସୂଚନା ଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଆଦି ରାଜ୍ୟର ସୀମାରେ ଅବସ୍ଥିତ ହୋଇଥିବାରୁ ପ୍ରତ୍ୟେକ ଦିନ ଏହି ରାଜ୍ୟଗୁଡ଼ିକର ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ଶହ ଶହ ବ୍ୟକ୍ତି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଆସିଥାନ୍ତି । ତେଣୁ ଜିଲ୍ଲାବାସୀଙ୍କ ନିମନ୍ତେ କରୋନା ଭାଇରସ ଉପରେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି । ପୁଣି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ହୋଇଥିବା ବେଳେ ସାକ୍ଷରତ ହାର ପ୍ରାୟ ୬୩.୧୭ ପ୍ରତିଶତ । ତେଣୁ ସରକାରଙ୍କ ପକ୍ଷରୁ କରୋନା ଭୂତାଣୁକୁ ନକ୍ ଡ଼ାଉନ କରାଇବା  ନିମନ୍ତେ ଲକ୍ ଡ଼ାଉନର ନିଷ୍ପତ୍ତିର ଆବଶ୍ୟକତା ରହିଛି । ଜିଲ୍ଲାରେ ଥରେ ସଂକ୍ରମଣ ଆରମ୍ଭ ହେଲେ ସ୍ୱାସ୍ଥ୍ୟ ବିଭାଗ ଏହାକୁ ସମ୍ଭାଳିବା ସମ୍ଭବ ହେବ ନାହିଁ । ଏଥି ନିମନ୍ତେ ଗାଁ ଗଣ୍ଡାଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତେ ସଂକ୍ରମଣରୁ ବର୍ତ୍ତିବା ପାଇଁ ସଚେତନା ହେବା ଅପରିହାର୍ଯ୍ୟ ହୋଇପଡ଼ିଛି । ପୁଣି ବାହାର ରାଜ୍ୟ ସହିତ ବିଦେଶରୁ ପ୍ରାୟ ୫୦ ପାଖାପାଖି ବ୍ୟକ୍ତି ଫେରି ଆସିଥିବା ବେଳେ ପ୍ରଶାସନ ପକ୍ଷରୁ  ଏମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି ଓ ପ୍ରଶାସନର ସତର୍କ ନଜର ପରିସର ମଧ୍ୟରେ ରହିଥିବାର ଜଣାପଡ଼ିଛି । ଆଜିର ଏହି ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀରେ ଆଇଏଏସ  ପ୍ରବେଶନର ଭୂବନେଶ ଦେବୀଦାସ ପାଟିଲ, ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି ପ୍ରମୁଖଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ । 

0
0
0
s2sdefault