ମୟୂରଭଞ୍ଜରେ ବସ, ଅଟୋ, ଟ୍ୟାକ୍ସି ଚଳାଚଳ ବନ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ସମଗ୍ର ବିଶ୍ୱରେ ଦେଖାଯାଇଥିବା ନୋଭେଲ କରୋନା(କୋଭିଡ୍-୨୦୧୯) ଆର୍ନ୍ତଜାତିକ ବିପର୍ଯ୍ୟୟ ଘୋଷଣା ପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ସଚେତନାତା କାର୍ଯ୍ୟକ୍ରମ ସହ ସତର୍କତା ମୂଳକ ମାର୍ଗଦର୍ଶିକା ନିଦେ୍ର୍ଧଶାବଳୀ ଜାରି କରାଯାଇ ଆସୁଅଛି । ଏହି ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଓଡିଶା କୋଭିଡ୍- ୨୦୧୯ ରେଗୁଲେସନ ୨୦୨୦ ବିଜ୍ଞପ୍ତି ଏବଂ ବିପର୍ଯ୍ୟୟ ପରିଚାଳନା ନିୟମ -୨୦୦୫ ଧାରା ୨(ଡି) ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଅଧିନିୟମ ଧାରା ୨ (୧) ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଯାତ୍ରୀ ପରିବହନ କରୁଥିବା ସମସ୍ତ ବସ, ଅଟୋ ରିକ୍ସା ଓ ଟ୍ୟାକ୍ସି ଚଳାଚଳ ମାର୍ଚ୍ଚ ୨୪ ଦିନ ୧୧ରୁ ମାର୍ଚ୍ଚ ୨୯  ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ଏଥି ସହିତ ଜନସାଧାରଣଙ୍କୁ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦେଇଥିବା ବେଳେ ୭ ଜଣରୁ ଅଧିକ ଜନସାଧାରଣଙ୍କ ଏକତ୍ରିତ ହବୋ ଉପରେ କଡ଼ାକଡ଼ି ଭାବେ କଟକଣା ଲାଗୁ କରିଛନ୍ତି । 

 

0
0
0
s2sdefault