ଜିଲ୍ଲାରେ ହୋଟେଲ, ରେଷ୍ଟୋରାଣ୍ଟ, ଜଳଖିଆ, ଚା ଓ ପାନ ଦୋକାନ ବନ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- କୋରନା ଭାଇରସ୍ (କୋଭିଡ୍-୧୯) ସଂକ୍ରମଣ ପ୍ରତି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ସ୍ୱତନ୍ତ୍ର ମାର୍ଗଦଶିକା ଜାରି କରାଯାଇଆସୁଅଛି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଥିବା ସମସ୍ତ  ଗୋସରୀ/ତେଜରାତି ଆଦି ବ୍ୟବସାୟୀକ ପ୍ରତିଷ୍ଠାନମାନଙ୍କରେ ସ୍ୱଚ୍ଛାତା ରକ୍ଷା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ  ମାର୍ଗଦର୍ଶିକା ପାଳନ କରିବାକୁ ପରାମର୍ଶ ଦିଆଯାଇଅଛି । ଜନଗହଳୀକୁ ରୋକାଯିବା ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ଏକକାଳୀନ ୭ ଜଣରୁ ଅଧିକ  ଗ୍ରାହକ ଏକତ୍ରିତ ଉପରେ କଟକଣା ଲାଗୁ କରିଛନ୍ତି ।   ଦୋକାନ ଭିତରକୁ ପ୍ରବେଶ ପୂର୍ବରୁ ଓ ପ୍ରସ୍ଥାନ ପରେ ଗ୍ରାହକ / ବ୍ୟକ୍ତିମାନଙ୍କୁ ହାତ ଧୋଇ ପ୍ରବେଶ କରିବା ପାଇଁ ପ୍ରତିଷେଧ ମୂଳକ ହାତଧୂଆ ସାନିଟାଇଜର ଆନୁସଙ୍ଗିକ ଉପକରଣ ଯଥା ହ୍ୟାଣ୍ଡ ୱାସ୍, ପାଣି, ସାବୁନ ଇତ୍ୟାଦି ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଉଅଛି । ସେହିପରି ଦୋକାନର ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେଇ ନିୟମିତ ବ୍ୟବଧ୍ୟାନରେ ପ୍ରତ୍ୟେହ ଚଟାଣ, କାର୍ପେଟ୍ ଇତ୍ୟାଦିକୁ କିଟାଣୁ ନାଶକ ସାନିଟାଇଜର ବ୍ୟବହାର ପୂର୍ବକ ସଫାସୁତରା ରଖାଯିବା ସହିତ ଦୋକାନ ବାହାରେ ଓ ଭିତରେ ଏବଂ କ୍ୟାସ କାଉଣ୍ଟର ନିକଟରେ ଗ୍ରାହକମାନଙ୍କୁ  ୧ ମିଟର ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ଜିଲ୍ଲାରେ ଥିବା ସମସ୍ତ ହୋଟେଲ, ଢ଼ାବା, ରେଷ୍ଟୋରେଣ୍ଟ, ଜଳଖିଆ ଓ ଚା ଦୋକାନଗୁଡ଼ିକ ବନ୍ଦ ରଖିବା ନିମନ୍ତେ ଘୋଷଣା   କରାଯାଇଛି । ଏଥି ନିମନ୍ତେ ପୁଲିସ ପକ୍ଷରୁ ବାରିପଦା ସହରରେ ଡ଼ାକବାଜି ଯନ୍ତ୍ରରେ ବୁଲି ବୁଲି ଜନସାଧାରଣଙ୍କୁ ସତର୍କ କରାଇ ଦିଆଯାଇଛି । କୌଣସି ବ୍ୟକ୍ତି ନିଦେ୍ର୍ଧଶକୁ ଅବମାନନା କଲେ ଆଇନ ଅନୁସାରେ ଜେଲ ଓ ଜୋରିମାନା ଭୋଗିବାକୁ ହେବ ବୋଲି ଚେତାବନୀ ଦିଆଯାଇଛି ।  ସେହିପରି ଏହି ସମସ୍ତ କଟକଣାରୁ  ହୋଟେଲ କାମ୍ ଲଜିଂକୁ ବାଦ ରଖାଯାଇଛି । 

 

0
0
0
s2sdefault