ସମାଜ ସେବୀ କଂଗ୍ରେସ ଭାଇ ଆଉ ନାହାନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ସମସ୍ତଙ୍କର ପ୍ରିୟ କଂଗ୍ରେସ ଭାଇ ଆଉ ନାହାନ୍ତି । ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କଂଗ୍ରେସ ନାଏକଙ୍କ  ଜନ୍ମ 1967 ମସିହା ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ଶିରlକୁଳି ଗ୍ରାମରେ । ଲୋକେ ତାଙ୍କୁ ଆଦରରେ କଂଗ୍ରେସ ଭାଇ ବୋଲି ଡାକୁଥିଲେ । ସେ ଥିଲେ ଚିର କୁମାର । ସେଥି ପାଇଁ ଛୋଟରୁ ବଡ ସମସ୍ତେ କଂଗ୍ରେସ ଭାଇ ବୋଲି ସମ୍ବଧନ କରୁଥିଲେ । କଂଗ୍ରେସ ଭାଇ ବିନବାଭାବେଙ୍କ ପଟ୍ଟ ଶିଷ୍ୟ ଥିଲେ । କରାପୁଟିଆ ଗାନ୍ଧୀ ଭାବରେ  ପରିଚିତ ବିଶ୍ୱନାଥ ପଟ୍ଟନାୟକଙ୍କୁ ମଧ୍ୟ ନିଜର ଗୁରୁ ବୋଲି ମାନୁଥିଲେ କଂଗ୍ରେସ ଭାଇ । ସେମାନଙ୍କ ଅନୁପ୍ରଣାରେ ଅନୁପ୍ରାଣିତ ହୋଇ ସମାଜ ସେବାକୁ ଆଦରି ନେଇ ଥିଲେ ।2013 ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ପ୍ରଦୁମ୍ୟବଳ ସମ୍ମାନ ଗ୍ରହଣ କରିଥିଲେ , ସେହିପରି 1996 ମସିହାରେ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଠାରୁ ଅନାଥ ବନ୍ଧୁ ସମ୍ମାନ, ସ୍ବର୍ଗତ ବଂଶୀଧର ପଣ୍ଡା ଙ୍କ ଠାରୁ ସାରଳା ସମ୍ମାନ ଏମିତି ଅନେକ ସମ୍ମାନ ର ଅଧିକାରୀ ଥିଲେ କଂଗ୍ରେସ ଭାଇ ।ସ୍ୱାସ ରୋଗରେ ପୀଡିତ ଥିଲେ ଆଜି କଟକ ବଡ଼ ଡାକ୍ତର ଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା । କଂଗ୍ରେସ ଭାଇଙ୍କ ମୃତ୍ୟୁ ଖବର ଶୁଣି କରଞ୍ଜିଆ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।କଂଗ୍ରେସ ଭାଇଙ୍କ ମର ଶରୀର କରଞ୍ଜିଆ ପହଁଚିଲା ପରେ ପରେ ଅନେକ ବୁଦ୍ଧି ଜୀବୀ ଏବଂ ବିଶିଷ୍ଟ ଲୋକ ଶେଷ ଦର୍ଶନ ପାଇଁ ଭିଡ ଦେଖିବାକୁ ମିଳିଥିଲା ।

0
0
0
s2sdefault