ହେଡଲାଇନସ୍:

ଏପ୍ରିଲ ପହିଲାରୁ ରାସ୍ତାରେ ଗଡିବନି ନମ୍ବର ବିହୀନ ଯାନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

Image result for vehicle without number plate on road

ଭୁବନେଶ୍ୱର/chakradhar majhi : ଆଂଚଳିକ  ପରିବହନ କର୍ତ୍ତୃପକ୍ଷଙ୍କ ଠାରୁ ବୈଧ ପଞ୍ଜୀକୃତ ନମ୍ବର ନଥାଇ କୌଣସି ଯାନ ଏପ୍ରିଲ ପହିଲାରୁ ରାସ୍ତାରେ ଗଡିପାରିବନି । ତେଣୁ କୌଣସି ଗାଡିର ବୈଧ ପଞ୍ଜୀକରଣ ନମ୍ବର ନପାଇବା ପର୍ଯ୍ୟନ୍ତ  କୌଣସି ଗାଡି ଗ୍ରାହକଙ୍କୁ ହସ୍ତାନ୍ତର ନକରିବା ପାଇଁ ଗାଡି ଡିଲରମାନଙ୍କୁ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଦେଶ ଦିଆଯାଇଛି  ।

ପରିବହନ କମିଶନର ମଧୂସୁଦନ ପାଢୀ ଆଞ୍ଜଳିକ ପରିବହନ ଅଧିକାରୀମାନଙ୍କୁ ଚିଠି ଲେଖି  ଏହି ନିୟମ ସମ୍ପର୍କରେ ଡିଲରମାନଙ୍କୁ ଜଣାଇଦେବା  ତଥା ଏପ୍ରିଲ ପହିଲାଠାରୁ କଡାକଡି ଭାବେ ଏହି ନିୟମକୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି  । ସେ ସେଣ୍ଟ୍ରାଲ  ମୋଟର ଭେଇକିଲ ଆକ୍ଟ ୧୯୮୯ ଅନୁଯାୟୀ ପଞ୍ଜୀକରଣ ନମ୍ବର ନପାଇବା ପଯ୍ୟନ୍ତ କୌଣସି ଗାଡି ହସ୍ତାନ୍ତର କରିପାରିବେ ନାହିଁ ବୋଲି ବ୍ୟବସ୍ଥା ରହିଛି । ଏହି ନିୟମ ରହିଥିଲେ ବି ତାହାକୁ  ଅନୁପାଳନ କରାଯାଉନାହିଁ । ଯାହାର ପରିଣାମ ସ୍ୱରୂପ ସରକାର ଠିକଣା ସମୟରେ ଟିକସ ପାଇପାରୁନାହାନ୍ତି ବୋଲି ଶ୍ରୀ ପାଢୀ କହିଛନ୍ତି । 

ପରିବହନ କମିଶନରଙ୍କ ପକ୍ଷରୁ ଜାରି ସର୍କୁଲାରରେ କୁହାଯାଇଛି ଯେ ଡିଲରମାନେ ଗ୍ରାହକମାନଙ୍କ ଠାରୁ ପଞ୍ଜୀକରଣ ଓ ଟିକସ ବାବଦ ଦେୟ ରଦିଅନ୍ତି ଆଉ ତାହାକୁ ସେମାନଙ୍କ ଇଚ୍ଛାରେ ପରିବହନ କାଯର୍ୟାଳୟକୁ ପଠାଇଥାନ୍ତି  । ବେଳେବେଳେ ଦୁଇ ତିନିସପ୍ତାହ ପରେ ଡିଲରମାନେ ଗଦା ଗଦା ଡକ୍ୟୁମେଣ୍ଟ  ଏକାଥରକେ ପଠାଇଦିଅନ୍ତି । ବହୁତଗାଡି ଟିକସ ଓ ପଞ୍ଜୀକରଣ ବାବଦ ଦେୟ ଦେଇ ବି ବିନା ନମ୍ବରରେ କିଛି ଲୋକ ଗାଡି ଚଳାଇଥିବା ସରକାରଙ୍କ ନଜରକୁ ଆସିଛି । ତେଣୁ ଏବେ ଏହି ନିୟମକୁ କଡାକଡି କରାଯାଇଛି  । ତେଣୁ ଡିଲରମାନେ ଯଦି ନମାନନ୍ତି ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନ  ଗ୍ରହଣ କରାଯାଏ  ।  ଏମଭିଆଇମାନେ ମଝିରେ ମଝିରେ ବିଭିତ୍ତ ସୋରୁମ କୁ ଅତର୍କିତ ଯାଞ୍ଚ ରେ ଯିବେ ଆଉ ସେମାନଙ୍କ ଷ୍ଟକ ଓ ଡେଲିଭରି ତନଖୀ  କରିବେ । ଯଦି କିଛି ଅସଙ୍ଗତି ଦେଖାଯାଏ ତେବେ ଡିିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବେ । ଏପରିକି ସେମାନଙ୍କ ଟ୍ରେଡ ଲାଇସେନ୍ସ ବାତିଲ କରିବା ପାଇଁ ପଦକ୍ଷେପ ନିଆଯାଇପାରେ  । 

ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଅନଲାଇନରେ   ଟିକସ ଓ ପଞ୍ଜୀକରଣ ପୈଠ  ବ୍ୟବସ୍ଥା ରହିଛି  । ଅନଲାଇନରେ ଦେୟ ପୈଠ କଲେ ୨୪ ଘ । ମଧ୍ୟରେ ଏସଏମଏସ ଜେନେରେଟ ହୋଇ ଗ୍ରାହକଙ୍କ ମୋବାଇଲକୁ ·ଲିଯିବ, ଯେଉଥିରେ ଗାଡିର ପଞ୍ଜୀକରଣ ନମ୍ବର ଥିବ । ଏସଏମଏସରେ ଯାଉଥିବା ନମ୍ବର ବୈଧ ଓ ଠିକ୍ ନମ୍ବର । ଗାଡି କାଗଜପତ୍ର ଡାକରେ ପାଇବା ପୂର୍ବରୁ ସେହି ନମ୍ବରକୁ ଲେ ବି ଗାଡି ଚଲାଇହେବ । ସେଥିପାଇଁ ସରକାରଙ୍କ ପକ୍ଷରୁ   ଟି ପ୍ଲସ ୱାନ(tranaction plus 1 ) ପ୍ଲସ ୱାନ ଡେ) ବ୍ୟବସ୍ଥା ରହିଛି  । ଗାଡି ବିକ୍ରି ହେବାର ଦିନକ ମଧ୍ୟରେ ଟିକସ ବା ପଞ୍ଜୀକରଣ ଦେୟ ପରିବହନ କର୍ତୃପକ୍ଷ ଙ୍କ ନିକଟରେ ପହଂଚିବା  ଦରକାର । 

ଏ ସମ୍ପର୍କରେ ଜଣେ ଡିଲର କହିଛନ୍ତି ଯେ  ସରକାରଙ୍କ ନିମୟ ଦ୍ୱାରା ଆମକୁ ଏତେ ପରିମାଣ  ଡକ୍ୟୁମେଣ୍ଟ  ହ୍ୟାଣ୍ଡଲ କରିବା ପାଇଁ ଅଧିକ କର୍ମ·ରୀ ରବାକୁ ପଡିବ  । କେବଳ ସେତିକି ନୁହେଁ ବିକ୍ରି ହୋଇଥିବା ଗାଡିଗୁଡିକ ଯେହେକୁ ପଞ୍ଜୀକରଣ ନମ୍ବର ଆସିବା ପର୍ଯ୍ୟନ୍ତ  ରହିବ ତେଣୁ ଆମକୁ ବଡ ଷ୍ଟକୟାର୍ଡ ମଧ୍ୟ ଭଡାରେ ନେବାକୁ ପଡିବ ବୋଲି କହିଛନ୍ତି ଡିଲର ଜଣକ  । 

0
0
0
s2sdefault