ହେଡଲାଇନସ୍:

ବୁଗୁଡା ବ୍ଲକ ଓ ଏନଏସି : ବିଧାୟକ ଓ ସାଂସଦ ପ୍ରତିନିଧି ମନୋନୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଗୁଡା ବ୍ଲକ ଓ ଏନଏସି ପାଇଁ ବିଧାୟକ ଓ ସାଂସଦ ପ୍ରତିନିଧି ମନୋନୀତ ହୋଇଛନ୍ତି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପ୍ରତିନିଧି ଭାବେ ବୁଗୁଡା ବ୍ଲକ ପାଇଁ ପୁର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା ଓ ବୁଗୁଡା ଏନଏସି ପାଇଁ କେ.ତ୍ରୋଲୋଚନ ଦୋରା ମନୋନୀତ ହୋଇଛନ୍ତି। ସେହିପରି ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ପ୍ରତିନିଧି ଭାବେ ବୁଗୁଡା ବ୍ଲକ ପାଇଁ ବିରଞ୍ଚିପୁରର ପୁର୍ବତନ ସରପଞ୍ଚ କବିରାଜ ଗୌଡ଼ ଓ ବୁଗୁଡା ଏନଏସି ପାଇଁ ପୁର୍ବତନ ଉପାଧ୍ୟକ୍ଷ ଚିତ୍ରସେନ ପ୍ରଧାନ ମନୋନୀତ ହୋଇଛନ୍ତି।

0
0
0
s2sdefault