ହେଡଲାଇନସ୍:

ମ୍ୟାଟ୍ରିକ ମୂଲ୍ୟାୟନ କେନ୍ଦ୍ରରେ ମିଳିତ ମଞ୍ଚର ଧାରଣା ଜାରି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମ୍ୟାଟ୍ରିକ ମୂଲ୍ୟାୟନ କେନ୍ଦ୍ରରେ ମିଳିତ ମଞ୍ଚର ଧାରଣା ଜାରି 

ବଲାଙ୍ଗିର/NIROJ MISHRA  :  ମିଳିତ ମଞ୍ଚର ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲାର ମୂଲ୍ୟାୟନ କେନ୍ଦ୍ରରେ  ଧାରଣା ଚାଲୁ ରହିଛି । ସରକାରଙ୍କ ପ୍ରତିଶୃତି ପାଣିର ଗାର ହୋଇଛି ବୋଲି ମତ ପ୍ରକାଶ ପାଇଛି । ସରକାର ଓଡିଶା ବାସୀଙ୍କୁ ସତ୍ୟପାଠ  ପ୍ରତ୍ୟାହାର କରିବା ନାଁ ରେ ବିଭ୍ରାନ୍ତିକର ତଥ୍ୟ ଦେଇ ମୂଲ୍ୟାୟନ କେନ୍ଦ୍ରରେ ସବୁ ଠିକ୍ ଠାକ୍ ଚାଲିଛି ବୋଲି ପ୍ରଚାର କରୁଥିବା ବେଳେ ଅଭିଜ୍ଞ ଶିକ୍ଷକ ଯେଉଁ ମାନଙ୍କର ଚାକିରୀ ମୋଟ ୪ ରୁ ୫ ବର୍ଷ ଭିତରେ ହୋଇଛି  ସେମାନେ ଖାତା ଦେଖୁଥିବା ଓ ଅବାଧରେ ମୋବାଇଲ ଫୋନରେ କଥା ବାର୍ତ୍ତା କରୁଥିବା ଭଳି କାର୍ଯ୍ୟକଳାପକୁ ଅଣଦେଖା କରି ମୂଲ୍ୟାଙ୍କନ କରିବା କେତେ ଦୂର ଗ୍ରହଣୀୟ ବୋଲି ମିଳିତ ମଞ୍ଚର କର୍ମକର୍ତ୍ତା ପ୍ରଶ୍ନ କରିଛନ୍ତି । ଏହା ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ଦ୍ୱନ୍ଦକୁ ଜଟିଳ କରିଦେଇଛି । ପ୍ରକୃତରେ ଖାତା ଦେଖା ଠିକ୍ ଚାଲିଛି ତ? ବୋଲି ଅନେକ ଅଭିଭାବକ ଓ ଛାତ୍ର ଛାତ୍ରୀ ପ୍ରଶ୍ନ କରିଛନ୍ତି । ସବୁ ପ୍ରତିବନ୍ଧକ ସତ୍ତେ୍ୱ ଶିକ୍ଷା ମନ୍ତ୍ରୀଙ୍କ ଦାମ୍ଭିକ ବିବୃତ୍ତି ଓଡିଶାବାସୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ପଡିଛି ବୋଲି ଅନୁମାନ କରାଯାଏ । ସମସ୍ତ ପ୍ରଧାନ ଶିକ୍ଷକ, ବ୍ଲକ ସମ୍ପାଦକ ଓ ଶିକ୍ଷକ, କର୍ମଚାରୀଙ୍କୁ ନେଇ ଆଗାମୀ ୨୬ ତାରିଖରେ ରାଜଧାନୀରେ ମହାସମାବେଶ କରିବାପାଇଁ ଧାରଣାସ୍ଥଳୀରେ ବୈଠକ ଅନୁଷ୍ଠିତ  କରାଯାଇ ସେଥିରେ ସମସ୍ତେ ଯୋଗ ଦେବାପାଇଁ ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ମିଳିତ ମଞ୍ଚର ଆବାହକ ସୁବିଜ୍ଞ ଗଡତ୍ୟା, କୁଶଧ୍ୱଜ ସାହୁ, ପ୍ରଣବ କୁଅଁର ନିବେଦନ କରିଥିଲେ । ମନୋଜ ପାଣିଗ୍ରାହୀ, ବୀରବର ପଣ୍ଡା,  ତାରାକାନ୍ତ ମିଶ୍ର, ପ୍ରଶାନ୍ତ ପ୍ରଧାନ,  କୃଷ୍ଣ ଚନ୍ଦ୍ର ମିଶ୍ର, ନୀରୁପମା ସାହୁ,  ସାନ୍ତନୁ ପାତ୍ର, ଛବିଳ ବଗର୍ତ୍ତି, ପରିତୋଷ ଉଦଗାତା, ଉମା ଶଙ୍କର ନାଏକ, ସଞ୍ଜୟ ମିଶ୍ର, କାର୍ତ୍ତିକେଶ୍ୱର ଷଡଙ୍ଗୀ, ଅନୀଲ ସାହୁ, ଶଙ୍କର ମିଶ୍ର, ଅବନୀ ତ୍ରିପାଠୀ, ରଶ୍ମୀ ମିଶ୍ର, ମଦନ ରଥ, ପୂର୍ଣ୍ଣ ମେହେର ପ୍ରମୁଖ ସାମିଲ ହୋଇ ଧାରଣା କାର୍ଯ୍ୟକ୍ରମ ଜାରି ରଖିଥିଲେ । 

0
0
0
s2sdefault