ହେଡଲାଇନସ୍:

ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲା ସ୍ତରୀୟ ୧୬ ତମ ଉଦ୍ୟୋଗୀ ସପ୍ତାହ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର  ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲା ସ୍ତରୀୟ ୧୬ ତମ ଉଦ୍ୟୋଗୀ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଗଜପତି ଜିଲ୍ଲାପାଳ ଅନୁପମ ସାହା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ  ଉଦ୍ୟୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ସେମାନଙ୍କୁ ସମସ୍ତ ପ୍ରକାରର ସହାୟତା ଆବଶ୍ୟକ ସ୍ଥଳେ ଯୋଗାଇ ଦିଆଯିବ ବୋଲି କହିଥିଲେ। । 

ଅନ୍ୟପକ୍ଷରେ  ସଫଳ ଉଦ୍ୟୋଗୀ ହେବାକୁ ହେଲେ ନିଷ୍ଠାର ସହ କଠୋର ପରିଶ୍ରମ ଦରକାର । ଆଜିକାଲି ଉଦ୍ୟୋଗ ପ୍ରତିଷ୍ଠା ଓ ସଫଳ ଉଦ୍ୟୋଗୀ ହେବାପାଇଁ ପ୍ରଚୁର ସୁଯୋଗ ରହିଛି । ତେଣୁ ଚାକିରୀ ପଛରେ ନ ଗୋଡ଼ାଇ ନିଜର ମନ ମୁତାବିକ ଉଦ୍ୟୋଗ ପ୍ରତିଷ୍ଠା କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ କରାଇବା ଦିଗରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ ।   

 ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ  ମୋହନ ଶବର ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଶିଳ୍ପନୀତି-୨୦୧୫ , ସୁକ୍ଷ୍ମ , କ୍ଷୁଦ୍ର ଓ ମଧ୍ୟମ , ଉଦ୍ୟୋଗ ବିକାଶ ପୋଲିସି-୨୦୧୬ , ଓଡିଶା ଖାଦ୍ୟ ପ୍ରକ୍ରିୟା କରଣ ପୋଲିସି-୨୦୧୬ ପ୍ରଭୃତି ବିଷୟରେ ବିଷଦ ଭାବେ ଆଲୋଚନା କରିଥିଲେ ।  

 ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ  ବିଜୟ କୁମାର ମହାନ୍ତି  ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ବିଷୟରେ ଆଲୋଚନା କରିଥିଲେ | ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡାକ୍ତର ଦିଲୀପ କୁମାର ପଟ୍ଟନାୟକ ଯୋଗଦେଇ ପଶୁସମ୍ପଦ ଓ  ସେହି ସମ୍ବନ୍ଧୀୟ ଉଦ୍ୟୋଗ ସମ୍ପର୍କରେ ସମ୍ୟକ ଧାରଣା ଦେଇଥିଲେ । ଜିଲ୍ଲା ଉଦ୍ୟାନ କୃଷି ବିଭାଗ ଉପ-ନିର୍ଦ୍ଦେଶକ କେ:ସୁଦର୍ଶନ ଯୋଗଦେଇ ଉଦ୍ୟାନ କୃଷିର ବିଭିନ୍ନ ଦିଗ ସମ୍ପର୍କରେ ବିଷଦ ଭାବେ ବୁଝାଇ ଥିଲେ ।  

 ଉପ-ଜିଲ୍ଲାପାଳ   ସଂଗ୍ରାମ ଶେଖର ପଣ୍ଡା   ଏବଂ ଜିଲ୍ଲା ସୂଚନା ଓ ଲୋକ-ସମ୍ପର୍କ ଅଧିକାରୀ  ରବିଚନ୍ଦ୍ର ନାୟକଙ୍କ ସମେତ ବିଭିନ୍ନ ବ୍ୟାଙ୍କର ଶାଖା ପରିଚାଳକ ମାନେ ଏବଂ ଶତାଧିକ ସଂଖ୍ୟାରେ ଉଦ୍ୟୋଗୀ ଓ ଛାତ୍ରଛାତ୍ରୀ   ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।   ଏହି ଅବସରରେ ଜିଲ୍ଲାପାଳ ପିଏମଇଜିପି: ଯୋଜନା ଅନ୍ତର୍ଭୁକ୍ତ ୭ ଜଣ ହିତାଧିକାରୀଙ୍କୁ ଋଣ- ଅନୁମୋଦନ ପତ୍ର ତଥା ଋଣ-ପ୍ରଦାନ ପତ୍ର ବଣ୍ଟନ କରିଥିଲେ ।   

ସରକାରୀ ପୋଲିଟେକନିକ ବେତାଗୁଡା ଏବଂ  ମହିଳାସ୍ନାତକ ମହାବିଦ୍ୟାଳୟ ପାରଳାଖେମୁଣ୍ଡିର ରଚନା-ଲିଖନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।   ଜିଲ୍ଲା ଶିଳ୍ପ କେନ୍ଦ୍ରର ଜିଲ୍ଲା ଶିଳ୍ପ ପର୍ଯ୍ୟବେକ୍ଷକ  ମନୋଜ କୁମାର ମହାପାତ୍ର କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

0
0
0
s2sdefault