ହେଡଲାଇନସ୍:

ଲକ୍ଷ୍ମୀସାଗର ୱେଲଫେୟର ଏସୋସିଏସନର ସାଧାରଣ ବୈଠକ: ନୂତନ କାର୍ଯ୍ୟକାରିଣୀ ଗଠନ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଭୁବନେଶ୍ୱର, ୨୨ ମାର୍ଚ୍ଚ: ଲକ୍ଷ୍ମୀସାଗର ବିଡିଏ କଲୋନୀର ବାସିନ୍ଦାମାନଙ୍କ ସମସ୍ୟା ସମାଧାନ ଓ ସାମୂହିକ ଉନ୍ନତି ପାଇଁ ଲକ୍ଷ୍ମୀସାଗର ୱେଲଫେୟର ଏସୋସିଏସନ ପକ୍ଷରୁ ଏକ ସାଧାରଣ ବୈଠକ ଶନିବାର ଦିନ ୧୧.୩୦ରେ ଆୟୋଜିତ ହୋଇଥିଲା। ବୈରାଗି ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କଲୋନୀର ବହୁ ସଦସ୍ୟ ଓ ସ୍ଥାନୀୟ ବାସିନ୍ଦାମାନେ ଯୋଗଦେଇ ବିଭିନ୍ନ ଜନସାଧାରଣ ସମସ୍ୟା ଉପରେ ଆଲୋଚନା କରିଥିଲେ।
ବୈଠକରେ ଜଳ ଯୋଗାଣ, ସ୍ୱଚ୍ଛତା, ସୁରକ୍ଷା ବ୍ୟବସ୍ଥା, ସଡକ ମରାମତି ଇତ୍ୟାଦି ମୁଖ୍ୟ ବିଷୟଗୁଡିକୁ ନେଇ ଗଭୀର ଚର୍ଚ୍ଚା ହୋଇଥିଲା। ସମସ୍ତଙ୍କ ମତାମତ ଆଧାରରେ କମ୍ୟୁନିଟିର ସମଗ୍ର ଉନ୍ନତି ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା।
ଏହି ଅବସରରେ ସର୍ବସମ୍ମତି କ୍ରମେ ନୂତନ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିଲା। ବୈରାଗି ଚରଣ ନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ବଟକୃଷ୍ଣ ବଳ ଓ ମିହିର କୁମାର ରାୟ ଉପ-ସଭାପତି ଭାବେ ଚୟନ ହୋଇଥିଲେ। ଉଗ୍ରସେନ ସାହୁଙ୍କୁ ସମ୍ପାଦକ ଓ ପରେଶ ଚନ୍ଦ୍ର ସାହୁଙ୍କୁ ଯୁଗ୍ମ ସମ୍ପାଦକ ଭାବେ ନିୟୁକ୍ତ କରାଯାଇଥିଲା। ଦୁଷ୍ମନ୍ତ କୁମାର ପାଣିଗ୍ରାହୀ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।
ଏହା ସହିତ ବିଶ୍ୱନାଥ ପଣ୍ଡା, ପ୍ରଶାନ୍ତ କୁମାର ମହାପାତ୍ର, ସୁରେନ କୁମାର ମିଶ୍ର, ଜୟକୃଷ୍ଣ ପଟ୍ଟନାୟକ, ରଘୁନାଥ ପାଲଟାସିଂହ ଓ ଲୋଚନ ସାହୁଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଥିଲା।
ବୈଠକ ଶେଷରେ ନୂତନ କମିଟି ସମସ୍ତଙ୍କ ସହଯୋଗରେ କମ୍ୟୁନିଟିର ସମଗ୍ର ଉନ୍ନତି ପାଇଁ କାମ କରିବାର ସଙ୍କଳ୍ପ ବ୍ୟକ୍ତ କରିଥିଲେ।

 

0
0
0
s2sdefault