ହେଡଲାଇନସ୍:

କିଏ ସେଇ ଅଞ୍ଜଳି ମାଡାମ !!!

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାଚେରୀ ଖୁଣ୍ଟ ପୋତିବାକୁନେଇ କଳହ ,କାହା ସାହାସରେ ସମ୍ପୂର୍ଣ୍ଣ ପରିବାରକୁ ରକ୍ତାକ୍ତ କଲେ ଦୁର୍ବୃତ୍ତ 

ପାଲଲହଡା (ଶାସକପ୍ରଶାସକ ):-ବୁଧବାର  ସକାଳ ଦିନ୯ ସମୟ ପାଖାପାଖି ପଲଲହଡ଼ା ଥାନା ଅନ୍ତର୍ଗତ ସ୍କୁଲ ସାହିର ବୀରବର ନାଏକ ନିଜ ଘରର ପାଚେରୀ ଦେବା ପାଇଁ ଗାତ ଖୋଲି ଖୁଣ୍ଟ ପୋତିବା ସମୟରେ ସେହି ସାହିର ଜିତେନ୍ଦ୍ର ନାଏକ, ଦମୟନ୍ତି ନାଏକ, ବିଳାସ ନାଏକ ଖୁଣ୍ଟ ପୋତିବା ଜାଗାରେ ଆସି ବୀରବରଙ୍କୁ  ଜାଗାରେ ଖୁଣ୍ଟ ପୋତି ପାରିବୁନି ବୋଲି କହି ଯାହାପାରିଲେ କୁଭାଷାରେ ଗାଳିଗୁଲଜ କରିବା ସହ ଠେଲାପେଲା ମଧ୍ୟ କରିଥିଲେ | ଏହାକୁ ବିରବର ସହ୍ୟ କରିନପାରି ପଲଲହଡ଼ା ଥାନାକୁ  ଯାଇ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ଦେଇଥିଲେ |  ପୁଣି ଅପରାହ୍ନରେ ଥାନାକୁ ଯାଇ ଏତଲାର୍ କପି ମାଗିଥିଲେ | ସେହି ସମୟରେ ସେହି ତିନିଜଣ ମଧ୍ୟ ଥାନାକୁ ଆସି ଥାନାରେ କାର୍ଯ୍ୟରତ ଥିବା ଜଣେ ଏଏସଆଇ ଅଞ୍ଜଳି ନାମକ ମହିଳାଙ୍କ ସହିତ ଗୋପନୀୟ କଥାବାର୍ତ୍ତା କରୁଥିବା ବୀରବର ଦେଖିବାପାଇଁ ପାଇଥିଲେ | ହେଲେ ସେମାନେ ପୁଣି ଦିନ ସାଢ଼େ ୩ ସମୟରେ ବିରବର ନିଜ ଘର ଅଗଣାରେ ଠିଆହୋଇ ଥିବା ସମୟରେ ପୁଣିଆସି ଯାଛା ବକି ଆମ ନାମରେ କେଶ ଦେଇଛୁ ବୋଲି ଉତ୍ୟକ୍ତ ହୋଇ ତିନିଜଣଙ୍କ ସହ ବିରଞ୍ଚି ନାଏକ ମଧ୍ୟ ମିଶି ଚାରିଜଣ ଯାକ ଠେଲାପେଲା କରିବା ସହ ତତେ ମାରିଦେବୁ ବୋଲି କହି ଜିତେନ୍ଦ୍ର ଧରିଥିବା ଟାଙ୍ଗିଆରେ ବିରବରଙ୍କ ମୁଣ୍ଡକୁ ଦୁଇଚୋଟ ଏବଂ ଖନ୍ଦାରେ ଗୋଟିଏ ଚୋଟ ପ୍ରହାର କରିଥିଲେ | ବୀରବର ମରିଗଲି ମରିଗଲି ବୋଲି ରଡି ଛାଡିବାରୁ ତାଙ୍କ ସ୍ତ୍ରୀ ରାଧା ନାଏକ ଦୌଡ଼ି ଆସି ପହଂଚି ପ୍ରତିବାଦ କରିଥିଲେ | ତାଙ୍କୁ ମଧ୍ୟ ଜିତେନ୍ଦ୍ର ଟାଙ୍ଗିଆ ରେ ପ୍ରହାର କଲା | ସେହିସମୟରେ ତାଙ୍କ ପୁଅ  ତେଜବନ୍ତ ନାଏକ ଏବଂ ଦୁଇଝିଅ ପ୍ରଣତି( ଆରତୀ)ନାଏକ ଏବଂ ଭଗବତୀ ନାଏକ ଦୌଡ଼ି ଆସିଥିଲେ | ସେମାନେ ଏମାନଙ୍କୁ କାଠ ଫାଳିଆ ବ୍ୟାଟ ବାଡ଼ି ଠାରୁ ଯେଉଁଥିରେ ପାରିଲେ ସମ୍ପୂର୍ଣ୍ଣ ପରିବାରଙ୍କୁ ବାଡେଇଲେ |

"ଆମ ସହିତ ଅଞ୍ଜଳି ମାଡ଼ମ ଅଛନ୍ତି କେହିକିଛି ଆମର କରିପାରିବ ନାହିଁ "ବୋଲି ଚିକିତ୍ସାଧୀନ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ମଧ୍ୟ ପାଲଲହଡ଼ା ଥାନାରେ ଅଭିଯୋଗ ହୋଇଛି | ପରୋକ୍ଷରେ ଏ ଗଣ୍ଡଗୋଳ ପଛରେ ଅଞ୍ଜଳି ମାଡାମଙ୍କ ହାତ ଅଛି ବୋଲି ପରିବାର ପକ୍ଷରୁ ଦିଆଯାଇଥିବା ଏତଲାରେ କୁହାଯାଇଛି |  ପୋଲିସ ଚାରୀ ଅଭିଯୁକ୍ତଙ୍କ ଉପରେ  ଆଇପିସି ୩୪୧,୨୯୪,୩୨୪,୩୦୭,୩୫୪-ବି ,୫୦୬,୩୪ ଆଧାରରେ କେଶ ରୁଜୁ କରିଥିବା ଜଣାପଡ଼ିଛି |ହେଲେ ଏ ସମ୍ପର୍କରେ ପୋଲିସ ସତ୍ୟସତ୍ୟ ତଦନ୍ତ କରି ବାସ୍ତବରେ ଏ ଗଣ୍ଡଗୋଳକାରୀଙ୍କୁ ସମ୍ପୃକ୍ତ ମହିଳା ମୋଲିସ ଅଧିକାରୀ ପ୍ରୋତ୍ସାହନ ଦେଉଛନ୍ତି କି ନାହିଁ ତାହା ତଦନ୍ତ କରି ସତ୍ୟତା ଥିଲେ ଆବଶ୍ୟକ ଦଣ୍ଡ ବିଧାନ କରିବା ପାଇଁ ଦାବି ହେଉଛି |

0
0
0
s2sdefault