ହେଡଲାଇନସ୍:

ଆହାର ପିକ୍ଅପ୍ ଭ୍ୟାନ ଧକାରେ  ଶିଶୁକନ୍ୟା ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୫ଘଂଟା ପରେ ନୟାଗଡ଼-ଭଞ୍ଜନଗର ରାସ୍ତା ଅବରୋଧ ସ୍ୱଭାବିକ୍ ହେଲା

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ -ନୟାଗଡ଼ ରାସ୍ତାର ନନ୍ଦିଘୋର ନୂଆସାହି ଠାରେ ସନ୍ଧ୍ୟା ୮.୪୫ ସମୟରେ ଓଡି୨୫ ଏଚ୍ ୫୭୦୭ ନମ୍ବର ବିଶିଷ୍ଟ ଆହାର କେନ୍ଦ୍ର ପିକ୍ଅପ୍ ଭ୍ୟାନରେ ଧକାହୋଇ ଜଣେ ଶିଶୁକନ୍ୟା ଚେତାଶୂନ୍ୟ ହୋଇପଡିଥିଲା । ପ୍ରକାଶ ମହାରଣାଙ୍କ ୮ବର୍ଷର କନ୍ୟା ସାବିତ୍ରୀ ମହାରଣାକୁ ଗୁରୁତର ଅବସ୍ଥାରେ ନୟାଗଡ଼ ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା  ପାଇଁ ଭର୍ତି କରାଯାଇଥିଲା । ଅପର ପକ୍ଷରେ ଏହି ଦୃର୍ଘଟଣା ପ୍ରତିବାଦରେ ଗ୍ରାମବାସୀମାନେ ଉତ୍ୟକ୍ତହୋଇ ଘଟଣା ସ୍ଥଳରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ଓଡ଼ଗାଁ ପୋଲିସ ସହିତ ତହସିଲଦାର ବିଜୟିନୀ ସାମନ୍ତ ସିଂହାର, ଏସଡିପିଓ ସିଭରିୟସ ଟପ୍ନୋ ଘଟଣା ସ୍ଥଳରେ ପହଁଚି ଅବରୋଧ କାରୀମାନଙ୍କୁ ବୁଝାସୁଝା କରିଥିଲେ । ଦୀର୍ଘ ୫ ଘଂଟା କସରତ କରିବା ପରେ ଭୁବନେଶ୍ୱର-ଭଞ୍ଜନଗର ମୁଖ୍ୟ ସଡ଼କରେ ଗମନା ସ୍ୱାଭାବିକ୍ ହୋଇଥିଲା । ଆହତ ଶିଶୁକନ୍ୟାଙ୍କ ପିତାଙ୍କ ଅଭିଯୋଗ  ଅନୁସାରେ ୫୯/୨୦୨୦ରେ ମାମଲା ରୁଜୁ କରି ଓଡ଼ଗାଁ ପୋଲିସ ଇଟାମାଟି ଥାନା ସଜନା ପଡା ଗାଁର ଡ୍ରାଇଭର ମାଦବଚନ୍ଦ୍ର ପ୍ରଧାନ(୨୯)କୁ ଗିରଫ କରିଥିଲେ ।ପ୍ରତ୍ରିଶ୍ରୁତି ଅନୁସାରେ  ତହସିଲ ଦାର ୧୦ହଜାର ଟଙ୍କାର ସହାୟତା ଯୋଗାଇ ଦେଇଥିଲେ ।  

 

0
0
0
s2sdefault