ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଦିପ୍ତିପୁରସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ଆତ୍ମା ସୁନାଙ୍କ ବୁଧବାର ସକାଳ ୯ଘଂଟାରେ ଅକାଳ ବିଯୋଗ ଘଟିଯାଇଛି । ପ୍ରତି ଦିନ ଭଳି ସ୍ୱର୍ଗତ ସୁନା ସକାଳ ୮ଟାରେ ଘରୁ ବାହରି ବ୍ୟାଙ୍କ କାର୍ଯ୍ୟାଳୟକୁ ଯାଇ ସଫା ସୁତରା କରି ଘରକୁ ଗାଧେଇବା ପାଇଁ ଫେରୁଥିବା ବେଳେ ତାଙ୍କ ଘର ସମ୍ମୁଖରେ ଅଚାନକ ପଡିଯାଇ ସଂଜ୍ଞା ହୀନ ହୋଇଯାଇଥିଲେ । ପରିବାର ବର୍ଗ ତଥା ପାଖ ପଡୋଶୀ ତାଙ୍କ ତୁରନ୍ତ ପଦ୍ମପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେବା ରାସ୍ତାରେ ତାଙ୍କର ପ୍ରାଣ ବାୟୁ ଚାଲିଯାଇଥିଲା । ମୃତ ଶରୀରକୁ ଘରକୁ ଫେରାଇ ଆଣିଥିଲେ । ତାଙ୍କର ମୃତ ଖବର ଅଂଚଳରେ ବିଜୁଲି ବେଗରେ ବ୍ୟାପି ଯାଇଥିଲା । ଖବର ପାଇ ବ୍ୟାଙ୍କ ପରିଚାଲକ କୁମୁଦ ରଂଜନ ମିଶ୍ର ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କ ସମେତ ଅଂଚଳର ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ସ୍ୱଗତ ସୁନାଙ୍କ ଘରେ ପହଂଚି ଶେଷ ଦର୍ଶନ କରିଥିଲେ । ସେ ଜଣେ ମିଷ୍ଟଭାଷି ତଥା ପରୋପକାରୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ଅଚାନକ ଭାବେ ତାଙ୍କର ମୃତ୍ୟୁ ଖବର ଶୁଣି ବ୍ୟାଙ୍କ ଉପଭୋକ୍ତାଗଣ ବିଶ୍ୱାସକୁ ନେଇ ପାରି ନ ଥିଲେ । ତାଙ୍କ ମୃତ ଶରୀର ପାଖେ ତାଙ୍କ ସ୍ତ୍ରୀ କଳ୍ପନା, ପୁଅ ଦୟାସାଗର(ବବୁଲୁ), ଦୁଇଝିଅ ସଂଜୁ ଓ ମଂଜୁ, ଦୁଇନାତି କ୍ରଷ୍ଣା ଓ କାହ୍ନା ସହ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ମଶାଣିକୁ ନେଇ ଦାହା କରାଯାଇଥିଲା । ପୁଅ ବବୁଲୁ ମୁଖାଗ୍ନୀ ଦେଇଥିଲେ ।
ରାଜ୍ୟ
ଷ୍ଟେଟ ବ୍ୟାଙ୍କ କର୍ମଚାରୀଙ୍କ ଅକାଳ ବିୟୋଗ
- Hits: 382