ହେଡଲାଇନସ୍:

  କେନ୍ଦୁପତ୍ର କର୍ମଚାରୀ ସଂଘର ବିଭିନ୍ନ ସ୍ଥାନରେ ଜିଲ୍ଲାବ୍ୟାପି ଆନ୍ଦୋଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନୂଆପଡ଼ା,(ଅମିତ ପୁରୋହିତ) ;  ଓଡିଶା କେନ୍ଦୁପତ୍ର ସଂଘ ଡାକରାରେ ଆଜି ଓଡିଶାର ୧୯ଟି ଡିଭିଜନ ର ୨୧ ଜିଲ୍ଲାରେ ଦାବୀ ପୂରଣ ହେତୁ ବିଭିନ୍ନ ଜିଲ୍ଲାରେ ରାସ୍ତାରୋକ କରାଯାଉଛି । ଆଜି କେନ୍ଦୁପତ୍ର କର୍ମଚାରୀ ସଂଘ ଖଡିଆଳ ଡିଭିଜନ  ବିଭିନ୍ନ ଦାବୀ ନେଇ ଡିଭିଜନ ସମ୍ପାଦକ ଯଦୁମଣି ପାଣିଗ୍ରହୀ ଙ୍କ ନେତୃତ୍ୱରେ କେନ୍ଦୁପତ୍ର ତୋଳାଳୀ, ସିଜିନାଲ କର୍ମଚାରୀ, ବନେ୍ଧଇ ଶ୍ରମିକ ଓ ଅନ୍ୟାନ୍ୟ ଶ୍ରମିକ ପ୍ରତି ଅନ୍ୟାୟ ବିରୋଧରେ ଜିଲ୍ଲାର ନୂଆପଡ଼ା ଜିଲ୍ଲା ସଦର ମହକୁମାର ଏକତାଛକ, କୋମନାର ତରବୋଡ ବସଷ୍ଟାଣ୍ଡ ଛକ, ଖଡିଆଳର ଆମ୍ବେଦକର ଛକ, ସିନାପାଲି ର କାପସି ଛକ, ବୋଡେନର ବସଷ୍ଟାଣ୍ଡ ଛକ ଠାରେ ଏକକାଳୀନ ରାସ୍ଥାରୋକ କରାଯାଇଛି । ଏହି ରାସ୍ତା ରୋକ ଦିନ ୧୦ଟା ଠାରୁ ଦିନ ୩ଟା ପର୍ଯ୍ୟନ୍ତ ଚାଲିଥିଲା ।   ପୂର୍ବରୁ ସରକାରଙ୍କ ଉଦେ୍ଧଶ୍ୟରେ ଏକ ୧୦ଦଫା ଦାବୀ ସମ୍ମିଳିତ ଦାବୀ ପତ୍ର  ପ୍ରଦାନ କରାଯାଇଥିଲା  । ସରକାର କୈାଣସି ଦାବୀ ପୂରଣ ନ କରିବାରୁ ସଂଘ ଦେଇଥିବା ଚେତାବନୀ ମୁତାବକ  ଆଜି ରାସ୍ତାରୋକ କରାଯାଇଥିଲା । 

ଦାବୀ ଗୁଡିକ ହେଲା ଚିକିତ୍ସା  ସହାୟତା, ମୃତ୍ୟୁକାଳୀନ ସହାୟତା,ଶତପ୍ରତିଶତ ଲାଭାଂଶ ପ୍ରଦାନ ଇତ୍ୟାଦି ପୂର୍ବବତ ଅବ୍ୟାହିତ ରଖିବା ଏବଂ ଏଥିପାଇଁ ବଜେଟରେ ଅର୍ଥବ୍ୟବସ୍ଥା କରିବା, ରେଞ୍ଜ ସେକସନ ଓ ଫଡିଘର ଉଚ୍ଚେଦ ପ୍ରକ୍ରିୟାରୁ କ୍ଷାନ୍ତ ରହିବା, କେନ୍ଦୁପତ୍ର ଓ ବିଡି ଉପରେ ଚଢାଦରରେ ଲାଗିଥିବା ଜିଏସଟି ଟିକସ ଉଚ୍ଚେଦ, ସୁନାବେଡା ଅଭୟାରଣ୍ୟରେ କେନ୍ଦୁପତ୍ର ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଅଧିକାର ସ୍ଥାନୀୟ ଅଧିବାସୀଙ୍କୁ ପ୍ରଦାନ, ଖଡିଆଳ ଡିଭିଜନରୁ ବାକିଥିବା ୪/୫ଟି ୟୁନିଟରୁ ଫାଳ ବ୍ୟବସ୍ଥା ଉଚ୍ଚେଦ,ସିଜିନାଲ କର୍ମଚାରୀଙ୍କ ଅବସରକାଳୀନ ବୟସ ସୀମା ୬୦ ବଦଳରେ ୬୫ ବର୍ଷ କରାଯାଉ, ୧୯୯୩ ପରବର୍ତ୍ତି କାର୍ଯରତ ୱାଚର ମାନଙ୍କୁ ନିୟମିତ କରାଯାଉ ଆଦି ଦାବୀନେଇ ସଂଘ ଧାରଣାରେ ବସିଛି ।  । ଅନ୍ୟମାନଙ୍କ ମଧ୍ୟରେ ହେଡଚେକର ଅବଦୁଲ ରସିଦ, ବାବୁଲାଲା ପଟେଲ, ଦୁରେଶ୍ୱର ପଟେଲ, ଈଶ୍ୱର ଶବର, ଚନ୍ଦ୍ର ପ୍ରସାଦ ୟାଦବ, ଗୈାତମ ରାଉତ, ମହାଦେବ ମାଝୀ, ଝୁନକୁ ହରିଜନ, କୈଳାସ ସାହୁ, ବଲ୍ଲୁ ମାଝୀ ପ୍ରମୁଖ ସାମିଲ ଥିବା ବେଳେ   ମହିଳା ପୁରୁଷ ଶ୍ରମିକ ଉପସ୍ଥିତ ଥିଲେ । ସେହିପରି କୋମନା ବ୍ଲକ ତରବୋଡ ବସଷ୍ଟାଣ୍ଡ ଠାରେ  ଗୟା ପ୍ରଧାନ, ଭାସ୍କର ପ୍ରଧାନ, ସୁରେଶ ପ୍ରଧାନ, ତପସ୍ୟା ବନଛୋର, ପଦମନ ବନଛୋର, ରାଜେନ୍ଦ୍ର ଅହିର ଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଶ୍ରମିକ  ରାସ୍ତା ରୋକ କରିଥିଲେ । ସେହିପରି ଖଡିଆଳ ର ଅମ୍ବେଦକର ଛକ, ସିନାପାଲି ର କାପସି ଛକ ଠାରେ  ସଭାପତି ଉପେନ୍ଦ୍ର ନାଗ ଙ୍କ ନେତୃତ୍ୱରେ ସମ୍ପାଦକ ମଙ୍ଗଳ ବଗର୍ତ୍ତୀ, ବସନ୍ତ କୁମାର ମାଝି, ଗଣପତି ଧାକଡ, ଦମନସିଂ ନାୟକ, ପରମେଶ୍ୱର ବାଗ, ରାମଜିତ ବେମାଲ ମୋହନ ଭୋଇ ଓ ଶତାଧିକ ଶ୍ରମିକ ରାସ୍ତା ରୋକ ରେ ସାମିଲ ଥିଲେ । ସେହିପରି ବୋଡେନ ବସଷ୍ଟାଣ୍ଡ ଠାରେ ମଧ୍ୟ ରାସ୍ତାରୋକ କରାଯାଇଥିଲା ।  

 

0
0
0
s2sdefault