ହେଡଲାଇନସ୍:

ହିନ୍ଦୀ ଭାଷାରେ "ସି"ଟିମ୍ ଥିମ୍ ସଙ୍ଗର ଲୋକାର୍ପିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି /  ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ସ୍ଥିତ ସଂସ୍କୃତି ଭବନ ଠାରେ ମହିଳା ସାଂସ୍କୃତିକ ସଂଗଠନ "ସ୍ୱୟଂସିଦ୍ଧା" ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ହିନ୍ଦୀ ଭାଷାରେ ରୂପାନ୍ତରିତ , “ସି” ଟିମ୍ ର ଥିମ୍ ସଙ୍ଗ ଲୋକାର୍ପିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କ ଉଦ୍ଦେଶ୍ଯରେ ଲୋକାର୍ପିତ କରିଥିଲେ ।   ଏଥିରେ ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁର ବିଡିଏ ର ପୂର୍ବତନ ଅଧ୍ୟକ୍ଷ  ସୁବାସ ମହାରଣା , ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର , ସ୍ୱୟଂସିଦ୍ଧା ଅନୁଷ୍ଠାନର ଅଧ୍ୟକ୍ଷା ସଂଧ୍ୟାରାଣୀ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।

 ଉକ୍ତ କାର୍ଯ୍ୟକ୍ରମରେ ଥିମସଙ୍ଗ ସଙ୍ଗୀତକୁ ଆଶା ପଟ୍ଟନାୟକ ଓ ଏସପି: ସାରା ଶର୍ମା ରଚନା କରିଥିବା ବେଳେ ଗୁରୁ ରଘୁନାଥ ପାତ୍ର ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ଏହି ସଙ୍ଗୀତରେ କଣ୍ଠଦାନ କରିଛନ୍ତି , ଗଜପତି ଏସପି:-ସାରା ଶର୍ମାଙ୍କ ସହିତ ଅନ୍ୱେଷା ରଥ , ଆଶୁତୋଷ , ଗିରିଜା , ଅମୃତାଶୁ , ସ୍ନେହା ଓ ଶୁଭଶ୍ରୀ । ଏହାର ଭିଡିଓ ଚିତ୍ର ଉତ୍ତୋଳନ କରିଛନ୍ତି।ଫାଲ୍ ଗୁନି ପଟ୍ଟନାୟକ ଓ ହରିହର ପଟ୍ଟନାୟକ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ , ଓଡ଼ିଆ ଭାଷାରେ ହୋଇଥିବା “ସି” ଟିମ୍ ଥିମସଙ୍ଗ ଲକ୍ଷ ଲକ୍ଷ ଲୋକ ପସନ୍ଦ କରିଥିବାରୁ ଏହାକୁ ହିନ୍ଦୀ ଭାଷାରେ ପ୍ରସ୍ତୁତି କରିବା ପାଇଁ  ରାଜ୍ୟ ବାହାର ଶ୍ରୋତା ମାନଙ୍କ ଠାରୁ ବିଶେଷ ଅନୁରୋଧ ଆସିଥିଲା ।

0
0
0
s2sdefault