ପାରଳାଖେମୁଣ୍ଡିରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହୈତଷିଣୀ ସମାଜ ସଭା ଗୃହ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ମହିଳା ସଂଗଠନ "ଆକାଂକ୍ଷା"ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ  ମହିଳା ଦିବସ  ମହାସମାରୋହରେ ପାଳିତ ହୋଇଯାଇଛି।

     ମହିଳା ସଂଗଠନ 'ଆକାଂକ୍ଷା'ର ସଭାନେତ୍ରୀ ମିନାକ୍ଷୀ ସାହୁଙ୍କ ସଭାପତିତ୍ୱରେ  ଜିଲ୍ଲା ଦୌରା ଜର୍ଜ ଶ୍ରୀ ବିଶ୍ଵଜିତ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଜିକାର ଦୁନିଆରେ ସମସ୍ତଙ୍କ ମଧ୍ୟରେ ମହିଳାଙ୍କ ପ୍ରତି ମାନସିକତାର ପରିବର୍ତ୍ତନ ଦରକାର । ଏହା  ହେଲେ ମହିଳା ମାନଙ୍କ ପ୍ରତି ବିଭିନ୍ନ କ୍ଷେତ୍ରରେ ହିଂସା ହ୍ରାସ ପାଇବ  ଏବଂ ମହିଳା ମାନଙ୍କ କ୍ଷେତ୍ରରେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ । ମହିଳାଙ୍କ କ୍ଷେତ୍ରରେ ବିଭିନ୍ନ ଆଇନ ହୋଇଛି  , ମହିଳାଙ୍କୁ ବିଭିନ୍ନ ନିର୍ଯ୍ୟାତିତ କରୁଥିବା ଲୋକଙ୍କ ଦଣ୍ଡ ବିଧାନ ମଧ୍ୟ ହେଉଛି ହେଲେ ମଧ୍ୟ ଏହା କମୁନାହିଁ  । 

  ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସମ୍ପାଦିକା ମିନା କୁମାରୀ ଟହଲ , ପ୍ରାଧିକାରଣର ସମ୍ପାଦକ ବ୍ୟୋମକେଶ ନାୟକ , ସବ୍ ଜଜ୍ ଦୀପା ଦାସ , ଏବଂ ମାଜିଷ୍ଟ୍ରେଟ ଚନ୍ଦ୍ରହାସ ବେହେରା , ରାଜ ରାଜେଶ୍ଵରୀ କଲ୍ୟାଣୀ ଗଜପତି ନାରାୟଣ  ଦେବ ,  ଆଶାଲତା ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଅନିତା କୁମାରୀ ମିଶ୍ର , ଆଶାଲତା ପାଣିଗ୍ରାହୀ ,ଭାଗ୍ୟଲକ୍ଷ୍ମୀ ନାୟକ , ସ୍ୱର୍ଣ୍ଣପ୍ରଭା ପାଠୀ , ଡ.ଭାରତୀ ପାଣିଗ୍ରାହୀ , ମଞ୍ଜୁଳା ଚୌଧୁରୀ , ତନୁଜା ଶତପଥୀ , ସୁଜାତା ପାଢ଼ୀ , ରଶ୍ମିତା ସାମଲ ,  ବିନୋଦ ଚନ୍ଦ୍ର ଜେନା , ବିଚିତ୍ରା ନନ୍ଦ ବେବର୍ତ୍ତା , ପ୍ରବୀଣ ପାଣି , ଇଶାନ ଚାନ୍ଦ ଓଁକାର ,ପ୍ରମୋଦ କୁମାର ରାହୁଳ , ଡାକ୍ତର ମୁର୍ମୁ , ପ୍ରହ୍ଲାଦ ବେହେରା , ଶେଷଦେବ ବେହେରାଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ପାରିଦର୍ଶିତା ଯୋଗୁ ସମ୍ବର୍ଦ୍ଧିତ କରାଯାଇଥିଲା ।

 ଏହି ଅବସରରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ପ୍ରଗତିଶୀଳ ମହିଳା ପତ୍ରିକା "ଆକାଂକ୍ଷା"ର ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭ ଉତ୍କଳ ହୈତଷିଣୀ ସମାଜର କଳାକାର ମାନେ ଦ୍ବାରା ପ୍ରାରମ୍ଭିକ ଗାନ କରିଥିବା ବେଳେ ରଶ୍ମିତା ସାମଲ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସଭା କାର୍ଯ୍ୟ ପରେ  ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

0
0
0
s2sdefault