ହେଡଲାଇନସ୍:

ସନ୍ତରଣ ରାଣୀ ପ୍ରତ୍ୟାଶାଙ୍କୁ ବିପୁଳ ସମ୍ବର୍ଦ୍ଧନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର,(ଶାସକ ପ୍ରଶାସକ): ଓଡିଶା ପାଇଁ ସନ୍ତରଣରେ ଅନେକ ପଦକ ଆଣିଥିବା ସନ୍ତରଣ ରାଣୀ ପ୍ରତ୍ୟାଶା  ରାୟଙ୍କୁ ନିଜ ଗାଁରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଅତୀତରେ ଓଡ଼ିଶା ପାଇଁ ଅନେକ ପଦକ ଆଣିଥିବା ବେଳେ ସ୍କୁଲ ପ୍ରତିଯୋଗିତାରେ ବିଦେଶରେ ଅଂଶଗ୍ରହଣ ମଧ୍ୟ  ପଦକ ଆଣିଛନ୍ତି । ନିକଟରେ ଖେଲୋ ଇଣ୍ତିଆରେ ଭାଗ ନେଇ ତିନୋଟି ରୌପ୍ୟ ମଧ୍ୟ ବିଜୟୀନୀ ହୋଇଛନ୍ତି । ଆଜି ମଙ୍ଗଳବାର ଦିନ ହୋଲି ଅବସରରେ ନିଜଗାଁ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ସରଗୁଲ ଗାଁରେ  ପହଞ୍ଚି ଥିଲେ । ଗାଁକୁ ପହଞ୍ଚିବା ପରେ ଗାଁ ଲୋକେ ଏକ ଶୋଭଯାତ୍ରା ମାଧ୍ୟମରେ ପାଛୋଟି ନେଇଥିଲେ । ପ୍ରତ୍ୟେକ  ଘର ସମ୍ମୁଖରେ ଦୀପ ଜାଳି ଫୁଲମାଲ ଦେଇ ସ୍ବାଗତ କରିଥିଲେ । ତାଙ୍କ ପିତା ବରିଷ୍ଠ ପୋଲିସ ଅଧିକାରୀ ରଜତ କୁମାର ରାୟ ବର୍ତ୍ତମାନ ଭୁବନେଶ୍ଵରରେ ପୋଲିସ ବିଭାଗରେ ଚାକିରୀ କରୁଥିବାରୁ ସେ ଭୁବନେଶ୍ଵରରେ ରହୁଛନ୍ତି । ଏଥି ପାଇଁ ଗାଁ ବିଷୟରେ ଜାଣିଥିଲେ ଏବଂ ତାଙ୍କୁ ଗାଁ ଲୋକେ ଏତିକି ଭଲ ପାଉଥିବା ବିଷୟରେ ଜାଣି ନ ଥିଲେ ବୋଲି ପ୍ରକାଶ କରିଛନ୍ତି ପ୍ରତ୍ୟାଶା । ଏ ବର୍ଷ ଗାଁରେ ହୋଲି ପର୍ବ ପାଳନ କରିଥିବାରୁ ଗାଁ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି । ଗାଁର ଆଶିର୍ବାଦରୁ  ଆଗାମୀ ଦିନରେ ଅଲମ୍ପିକରେ ଅଂଶଗ୍ରହଣ କରିବାକୁ ଆଶା ରଖିଛନ୍ତି ସନ୍ତରଣ ରାଣୀ ପ୍ରତ୍ୟାଶା ।

0
0
0
s2sdefault