ହେଡଲାଇନସ୍:

"କେନ୍ଦ୍ର  ବିଜେପି ମିଛ କହୁଛି ନା ରାଜ୍ୟ ବିଜେପି ? " 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଜଗନ୍ନାଥ ମନ୍ଦିରକୁ ନେଇ ରାଜନୀତି କରିବା ବିଜୟଙ୍କ ପୁରୁଣା ଅଭ୍ୟାସ: ବିଜେଡି

ଭୁବନେଶ୍ୱର(ଶାସକ ପ୍ରଶାସକ): ଜଗନ୍ନାଥ ମନ୍ଦିର ସହ ଜଡିତ ପ୍ରସଙ୍ଗକୁ ନେଇ ରାଜନୀତି କରିବା ବିଜେପି ନେତା ବିଜୟ ମହାପାତ୍ରଙ୍କର ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁବାସ ସିଂହ । ୟେସ ବ୍ୟାଙ୍କରେ  ଶ୍ରୀମନ୍ଦିର ଅର୍ଥ ଜମା ନେଇ ବିଜୟ ଦେଇଥିବା ମନ୍ତବ୍ୟର ଜବାବ ଦେଇ ଶ୍ରୀ ସିଂହ କହିଛନ୍ତି ଯେ, ୟେସ୍‍ ବ୍ୟାଙ୍କ୍‍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ କରୁଥିବାବେଳେ ରିଜର୍ଭ ବ୍ୟାଙ୍କ୍‍ ରହିଛି ବିଜେପି ଶାସିତ କେନ୍ଦ୍ର ସରକାରଙ୍କ ଅଧିନରେ । ଉଭୟ ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ଓ କେନ୍ଦ୍ର ସରକାର ବାରମ୍ବାର କହି ଆସୁଛନ୍ତି ଯେ ୟେସ୍‍ ବ୍ୟାଙ୍କରେ  ଥିବା ସମସ୍ତ ଅର୍ଥ ସୁରକ୍ଷିତ ଅଛି । ତେଣୁ ବିଜେପି କିଭଳି କହୁଛି ଯେ ୟେସ୍‍ ବ୍ୟାଙ୍କରେ  ଗଚ୍ଛିତ ଥିବା ଅର୍ଥ ଅସୁରକ୍ଷିତ ବୋଲି ଶ୍ରୀ ସିଂହ ପ୍ରଶ୍ନ କରିଛନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, କେନ୍ଦ୍ର ବିଜେପି କିମ୍ବା ରାଜ୍ୟ ବିଜେପି କେହି ହେଲେ ଜଣେ ମିଛ କହୁଛି । ତେଣୁ ଏଭଳି ବିବୃତ୍ତି ରଖିବା ପୂର୍ବରୁ ରାଜ୍ୟ ବିଜେପି ନେତାମାନେ କେନ୍ଦ୍ର ବିଜେପି ସହିତ ଯୋଗାଯୋଗ କରି କିଏ ମିଛ କହୁଛି ତାହା ଅବଗତ ହେବାକୁ ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ , ୟେସ ବ୍ୟାଙ୍କରେ ଜଗନ୍ନାଥ ଟଙ୍କା ରହିବା ନେଇ ବିଜେପି ନେତା ବିଜୟ ମହାପାତ୍ର କହିଥିଲେ ଯେ , ସବୁ କାରବାର ସରକାରଙ୍କ ଜାଣତରେ ହୋଇଥିବାରୁ ସରକାର ସ୍ପଷ୍ଟୀକରଣ ଦେଉନାହାନ୍ତି ।  ୨୦୧୫ରେ  ଅଡିଟର ଜେନେରାଲ୍  ଜଣାଇଥିଲେ ଯେ ଜଗନ୍ନାଥଙ୍କ ପାଣ୍ଠିରେ ଅନେକ ଅନିୟମିତତା ହୋଇଛି । ସରକାର କାହିଁକି ୫ ବର୍ଷ ଧରି ଚୁପି ବସିଲେ । ଗଜପତି ମହାରାଜ ଓ ପରିଚାଳନା କମିଟି ମଧ୍ୟ ଜାଣିନାହାନ୍ତି । ପରିଚାଳନା କମିଟିର ସଦସ୍ୟ ଓ ଦୁଇଜଣ ସରକାରୀ କର୍ମଚାରୀ ଏ କାମ କହିଥିଲେ  ବୋଲି କହିଛନ୍ତି ବିଜୟ ମହାପାତ୍ର ।

0
0
0
s2sdefault