ହେଡଲାଇନସ୍:

ଲଭ ଇନ ଚେନ୍ନାଇ, ଧୋକା ଇନ ଓଡିଶା  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ତାମିଲନାଡୁ ରାଜ୍ୟ ତିରୁପୁରୁ ଜିଲ୍ଲା କର୍ମଦାପେଟି ଥାନା ଅଂଚଳର ପିତୃ ମାତୃହରା ସ୍ୱାମୀ ପରିତ୍ୟକ୍ତା ରଶ୍ମିତାଦାସ/ପ୍ରଧାନ(୨୫) କର୍ମଦାପେଟିର ସଞ୍ଜିବ ସ୍ପିନିଙ୍ଗମିଲରେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କୋମଣ୍ଡା ଗ୍ରାମର ରାଜକିଶୋର ପ୍ରଧାନ(୨୭) ସହିତ ଏକାଠି ମିଶି କାର୍ଯ୍ୟକରୁଥିବା ବେଳେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ସେମାନେ କମ୍ପାନିର ପ୍ରଦତ୍ତ  ଏକ ଘରେ ଉଭୟ ସ୍ୱାମୀ ସ୍ତ୍ରୀର ପରିଚୟ ନେଇ ୬ବର୍ଷ ରହିବା ଭିତରେ ତାଙ୍କର ୩ବର୍ଷର ଶିଶୁକନ୍ୟାଟିଏ ହୋଇଥିଲା  । ରାଜକିଶୋର ବର୍ଷରେ ଥରେ ୨ଥର ଗାଁକୁ ଆସି ପରିବାର ସହିତ ରହି ପୁଣି କର୍ମକ୍ଷେତ୍ରକୁ ଫେରିଯାଏ । ମାତ୍ର ରଶ୍ମିତା ସହିତ ଏକାଠି ରହୁଥିବା ସମ୍ପର୍କରେ ପରିବାର ଲୋକଙ୍କୁ ବେବେ କହିନଥିଲା । ଏଣୁ ରାଜକିଶୋରକୁ ୩ବର୍ଷ ପୂର୍ବେ ଗାଁରେ ପୁଣି ଅନ୍ୟଜଣେ ଯୁବତୀଙ୍କ ସହିତ ପରିବାର ଲୋକେ ବିବାହ କରାଇଥିଲେ । ରାଜ କିଶୋର ପୂର୍ବଭଳି ଗାଁକୁ ଆସି ଫେରିଯାଇଥାଏ । ଇତିମଧ୍ୟରେ ଗାଁରେ ରାଜକିଶୋରର ସ୍ତ୍ରୀର ଏକ କନ୍ୟା ସନ୍ତାନ ଜନ୍ମ ହୋଇ ୩ବର୍ଷର ହେଲାଣି । କିନ୍ତୁ ରାଜକିଶୋର ୨ଜଣଙ୍କୁ ବିବାହ କରିଥିବା କାଥା ଉଭୟ ସ୍ତ୍ରୀ କେହି ଜାଣିନଥିଲେ । ୮ଦିନ ପୂର୍ବେ ବାପା ମାଙ୍କ ଦେହ ଖରାପ ଥିବା ଦର୍ଶାଇ ରାଜକିଶୋର ରଶ୍ମିତାକୁ ଧରି ଭୁବନେଶ୍ୱରରେ ପହଁଚିଥିଲା । ପୂର୍ବଯୋଜନା ମୁତାବକ ବରମୁଣ୍ଡା ବସଷ୍ଟାଣ୍ଡରେ ରଶ୍ମିତାକୁ ବସାଇ ସେଠାରେ ଅପେକ୍ଷା କରିଥିବା ବାପାମାଙ୍କୁ ଧରି ଡାକ୍ତରଖାନାକୁ ନେବା ବାହାନାରେ ରାଜକିଶୋର ଗାଁକୁ ଚାଲିଆସିଥିଲା । ବିଳମ୍ବ ହେବାରୁ ସ୍ୱାମୀର କାର୍ଯ୍ୟକଳାପରେ ସନ୍ଦେହକରି  କରି ରଶ୍ମିତା ସେଦିନ ରାତି୧୧ ବେଳେ ଆସି ସ୍ୱାମୀଘରେ ପହଁଚିଥିଲା । ପରଦିନ ସକାଳେ ରାଜକିଶୋର ନିଜେ ତାକୁ କିଏ ଅପହରଣ କରି ସୁନାମୁହିଁରେ ରଖିଥିବାର ନାଟକ କରି ରଶ୍ମିତାକୁ ଜଣାଇଥିଲା । ରଶ୍ମିତା ସୁନାମୁହିଁରେ ପହଁଚିଲା ବେଳକୁ ସେଠାରୁ ରାଜକିଶୋର ଚାଲିଯାଇଥିଲା  । ଫଳରେ ରଶ୍ମିତା ବାଧ୍ୟହୋଇ ଓଡ଼ଗାଁ ଥାନାରେ ଏନେଇ ଅଭିଯୋଗ କରିଥିଲା । ପରଦିନ ରାଜକିଶୋର ତାର ଦିତୀୟ ପତ୍ନୀ ଏବଂ ପିଲାକୁ ନେଇ ଥାନାରେ ପହଁଚିଥିଲା । ପରିବାର ଲୋକମାନେ ଆସି ରାଜକିଶୋରକୁ ଛାଡିଦେବାକୁ  ରଶ୍ମିତା ଉପରେ ଚାପପକାଇଥିଲେ । ମାତ୍ର ରଶ୍ମିତା ରାଜି ନହେବାରୁ ତାକୁ ସାଙ୍ଗରେ ଅଟୋରେ ନେଇ ଯାଉଥିବା ସମୟରେ ଅଧାବାଟରେ ଓହ୍ଲାଇଦେଇ ଚାଲିଯାଇଥିଲେ । ରଶ୍ମିତା ସେଠାରୁ ଆସି ଥାନାରେ ଅଭିଯୋଗ କରିବା ପରେ ତାକୁ ସ୍ୱଳ୍ପକାଳୀନ ବାସଗୃହ ନୟାଗଡ଼ରେ ରଖାଯାଇଥିଲା । ଏ ଘଟଣା ପ୍ରଚାରିତ ହେବା ପରେ ପୋଲିସ ଉପରେ ଚାପ ବଢିଥିଲା । ଶରଣକୁଳ ଏସଡିପିଓ ସିଲଭରିୟସ ଟପ୍ନୋଙ୍କ ହସ୍ତକ୍ଷେପ କରିବା ପରେ ରାଜକିଶୋର ନାମରେ ଆଜି ସନ୍ଧ୍ୟାରେ ବିଧିବଧ ଭାବରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଆଜି ବିଶ୍ୱ ମହିଳା ଦିବସ ପାଳ ହେଉଥିବା ବେଳେ ରଶ୍ମିତା କି ନ୍ୟାୟ ପାଉଛି ଦେଖିବାକୁ ବାକି ରହିଲା । 

0
0
0
s2sdefault