ହେଡଲାଇନସ୍:

ବିଧାୟକଙ୍କ ଦ୍ଵାରା ୩ ଟି ପ୍ରକଳ୍ପ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୋଲସରା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) :  ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ତିନିଟି ପ୍ରକଳ୍ପ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଉଦଘାଟନ ହୋଇଥିବା ୩ ଟି ପ୍ରକଳ୍ପ ହେଲା, ଦେଉଳ ପେଢ଼ି ସାହି ଝଙ୍କାରିଆ ଗୋଷ୍ଠୀ କେନ୍ଦ୍ର ଗୃହ ଓ ଆମ ଶୌଚାଳୟ ଏବଂ ଓଇରାଣୀ ବନ୍ଧ ହୁଡା ଗୋଷ୍ଠୀ କେନ୍ଦ୍ର ଗୃହ । ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସହ ପୁର୍ବତନ ନଗର ପାଳ ପ୍ରଫୁଲ କୁମାର ପ୍ରଧାନ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶନ କୁମାର ଦାଶ ଏହି ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ୱାର୍ଡର ବହୁ ଜନସାଧାରଣ ଉଦଘାଟନୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

0
0
0
s2sdefault