ହେଡଲାଇନସ୍:

"ଜୁଆ ସାମ୍ରାଜ୍ୟ ଉପରେ ପୋଲିସର କଡ଼ା ପ୍ରହାର, ତଦନ୍ତରେ ମିଳୁଛି ନୂଆ ଲିଙ୍କ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ କୁମାର ଜେନା): ସେକ୍ଟର-୧୫ ଥାନା ମାମଲା ନଂ-୯୩, ତାରିଖ ୦୮.୦୬.୨୦୨୬ ଅନୁସାରେ ଚାଲିଥିବା ତଦନ୍ତରେ ପୋଲିସ ଆଉ ଜଣେ ସହ-ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ଲୁଆକେରା ଗ୍ରାମର ବାହାନା କଂସାରୀ ଓ ତାଙ୍କ ଭାଇ ଦିଲୀପ କଂସାରୀ ଓଡ଼ିଶା-ଝାଡ଼ଖଣ୍ଡ ସୀମାଞ୍ଚଳରେ ବେଆଇନ ଜୁଆ (ଘୁଡୁଘୁଡ଼ି ପାଟି) ଆୟୋଜନ କରୁଥିବା ଅଭିଯୋଗ ରହିଛି।
ଅଭିଯୁକ୍ତମାନେ ସାଧାରଣ ଲୋକଙ୍କୁ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ ମାଧ୍ୟମରେ ବିପୁଳ ପରିମାଣର ଅର୍ଥ ସଂଗ୍ରହ କରିଥିବା ପୋଲିସ ତଦନ୍ତରେ ଜଣାପଡ଼ିଛି। ଏହାପରେ ଥାନା ଅଧିକାରୀ ଓ ପୋଲିସ ଟିମ୍ ଚଢ଼ାଉ କରି ବହୁ ପରିମାଣର ନଗଦ ଟଙ୍କା, ସୁନା ଓ ରୂପା ଅଳଙ୍କାର, ୩ଟି କାର୍, ୪ଟି ଦୁଇଚକିଆ ଗାଡ଼ି, ୩ଟି ମୋବାଇଲ ଫୋନ, ୬୮ଟି ପାଶା, ୪ଟି ବାଉଁଶ ତିଆରି ଟୋକେଇ ଏବଂ ଏକ ନଗଦ ଗଣନା ଯନ୍ତ୍ର ଜବତ କରିଥିଲେ।
ଏହି ମାମଲାରେ ପୂର୍ବରୁ ବାହାନା କଂସାରୀ ଓ ଦିଲୀପ କଂସାରୀଙ୍କୁ ୦୮ ଜୁନ ୨୦୨୬ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।
ତଦନ୍ତର ଅଗ୍ରଗତି ସ୍ୱରୂପ ବୁଧବାର (୨୪ ଜୁନ ୨୦୨୬) ପାନପୋଷ ନିକଟସ୍ଥ ମ୍ୟୁନିସିପାଲିଟି ହାଇସ୍କୁଲ ଅଞ୍ଚଳର ବାସିନ୍ଦା ବିକି ସାହୁ (୩୬)ଙ୍କୁ ପୋଲିସ ଗିରଫ କରିଛି। ଗିରଫ ପରେ ତାଙ୍କୁ ସେହିଦିନ କୋର୍ଟ ଚାଲାଣ କରାଯାଇଛି।
ଗିରଫ ବିକି ସାହୁଙ୍କ ନିକଟରୁ ଏକ ଆଇଫୋନ-୧୬, ଏକ ଭିଭୋ T4x ମୋବାଇଲ ଫୋନ ଓ ୧ ଲକ୍ଷ ୫୦ ହଜାର ଟଙ୍କା ନଗଦ ଜବତ କରାଯାଇଛି। ପୋଲିସ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଖୋଜୁଥିବା ବେଳେ ତଦନ୍ତ ଜାରି ରହିଛି।

0
0
0
s2sdefault