ପଦ୍ମପୁର / ଶିବାଶିଷ ପଟ୍ଟନାୟକ:- ଉପଖଣ୍ଡର ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗାଁର ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ଶବ ବହନ ପାଇଁ କାନ୍ଧ ନ ମିଳିବାରୁ ପରିବାର ଲୋକ ଅସହାୟ ହୋଇପଡ଼ିଥିଲେ।ଶେଷରେ ମୃତକଙ୍କ ନାତି ବାଧ୍ୟ ହୋଇ ଆଇ ଙ୍କ ମୃତଦେହକୁ ସାଇକେଲରେ ବୋହି ଶ୍ମଶାନକୁ ନେଇଥିବା ଜଣାପଡ଼ିଛି।
ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକମାନେ ମର୍ମାହତ ହୋଇଥିବା ବେଳେ ସରକାରୀ ସୁବିଧା ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ଗରିବ ଓ ଅସହାୟ ପରିବାରମାନଙ୍କ ପାଇଁ ଥିବା ଶବବାହୀ ଯାନ ସେବା ସମୟରେ ଉପଲବ୍ଧ ନ ହେବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସ୍ଥାନୀୟ ବାସିନ୍ଦାମାନେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ସହ ଗ୍ରାମାଞ୍ଚଳରେ ଶବବାହୀ ଯାନ ସୁବିଧାକୁ ସୁଦୃଢ଼ କରିବାକୁ ଦାବି ହେଉଛି।
ସୂଚନା ଯୋଗ୍ୟ ଯେ:- ନିଶହାୟ ଜୟନ୍ତୀ ବଛା, ଝିଅ ବାସନ୍ତୀ ବଛା ସହ ରହୁଥିଲେ।
ତାଙ୍କ ଦୁଇ ବଡ ପୁଅ ତୁଲାରାମ ବଛା ଓ ସାନ ପୁଅ ପଞ୍ଚା ଓ ଝିଅ ବାସନ୍ତୀ ମାନସିକ ରୋଗୀ। ଦୀର୍ଘ ଦିନରୁ ସାନ ପଞ୍ଚା ଜଣେ ଜଣେ ସ୍ତ୍ରୀ ଧରୀ ବାହାରେ ଭଞ୍ଜନଗର ରେ ରହୁଛି।
ଏବେ ମାଁ ଜୟନ୍ତୀ ଓ ଝିଅ ବାସନ୍ତି ରହୁଥିଲେ।
ଏ ସମୟେ ଆଜି ସକାଳେ ୮ ଟା ରେ ଜୟନ୍ତୀ ର ମୃତ୍ୟୁ ହୋଇଥିଲା। ବଡ ପୁଅ ତୁଳାରାମ ୮ମାସ ତଳେ ମୃତ୍ୟୁ ହୋଇଥିଲା।
ଆଜି ତାଙ୍କ ପୁତ୍ର ବଧୂ ଯଜ୍ଞାସିନି ବଛା, ନାତି ଶୁଭମ୍ ବଛା,ନାତୁଣୀ ଶିବାନୀ ବଛା ଶବ କୁ ସାଇକଲ ରେ ବୋହି ଶବସଂସ୍କାର କରିଥିଲେ। ପଡ଼ା ରେ ନିଲେଶ୍ୱର୍ ବନଛୋର, ଧବଳେଶ୍ୱର ବାଗ, ଆରତୀ ବଗର୍ତ୍ତି , ନୃପତି ବନଛୋର ସହଯୋଗ କରିଥିଲେ ।
ରାଜ୍ୟ
କାନ୍ଧ ନ ମିଳିବାରୁ ସାଇକେଲରେ ଶବ ବୋହିଲେ ଝିଅ ଓ ନାତି : ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ
- Hits: 50







