ହେଡଲାଇନସ୍:

ବେଆଇନ ଭାବେ ବାଲି ଚାଲାଣ, ଦୁଇ ହାଇବା ଜବତ କଲା ଗାଙ୍ଗପୁର ପୋଲିସ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, ୨୪/୦୬-(ଶିବରାମ ଚୌଧୁରୀ ), ବେଆଇନ ଭାବେ ବାଲି ଚୋରାଚାଲାଣ କରୁଥିବା ଦୁଇ ହାଇବା ଗାଡିକୁ ଜବତ କରିଛି ଗାଙ୍ଗପୁର ପୋଲିସ l ଖବରରୁ ଜଣାପଡିଛି ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ନିକଟରେ ଗାଙ୍ଗପୁର ଥାନା ଅତିରିକ୍ତ ଥାନା ଅଧିକାରୀ ସlରଲତା ପ୍ରଧାନ ପୋଲିସ ଟିମ ସହ ଆଜି ବ୍ଲକିଙ୍ଗ ଚେକିଂ କରୁଥିବା ବେଳେ ଭଞ୍ଜନଗର ପଟୁ ଆସିକା ଅଭିମୁଖେ ଯାଉଥିବା ଦୁଇଟି ବାଲି ବୋଝେଇ ହାଇବା ଯାହାର ନଂବର ଓଡି -୩୨କେ ୬୮୯୫ ଓ ଓଡି -୩୨କେ ୪୬୪୭ ଦୁଇଟିକୁ ଯାଞ୍ଚ କରିବାରୁ ବାଲି ବେଆଇନ ଭାବେ ନିଆଯାଉଥିବା ଜଣାପଡିଥିଲା l ଏନେଇ ଗାଙ୍ଗପୁର ଥାନାରେ ୮୪/୨୬ ରେ ଏକ ମାମଲା ୠଜୁକରି ଦୁଇଟି ବାଲି ବୋଝେଇ ହାଇୱା କୁ ଜବତ କରିବା ସହ ଗାଡି ଦୁଇଟିର ଡ୍ରାଇବର ମାନଙ୍କୁ ନୋଟିସ ଦେଇ ପୋଲିସ ଛାଡିଥିବା ଏସ ଆଇ ତଥା ତଦନ୍ତକାରୀ ଅଧିକାରୀ ବିନାୟକ ବିଧାର ପ୍ରକାଶ କରିଛନ୍ତି l

0
0
0
s2sdefault