ହେଡଲାଇନସ୍:

ଆଇ.ଆଇ.ଟି, ଏନ୍.ଆଇ.ଟି. ଗୁଡ଼ିକୁ ବାଦ ଦେଲେ ଦେଶର ଶ୍ରେଷ୍ଠ  ୧୦ଟି ଇଞ୍ଜିନିୟରିଂ କଲେଜ ତାଲିକାରେ ସୋଆ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଦେଶର ଶ୍ରେଷ୍ଠ  ଇଞ୍ଜିନିୟରିଂ କଲେଜ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଥିବା ବେଳେ ଆଇ.ଆଇ.ଟି ଓ ଏନ୍.ଆଇ.ଟି. ଗୁଡ଼ିକୁ ବାଦ ଦେଲେ ସୋଆର ଇଞ୍ଜିନିୟରିଂ ଫ୍ୟାକଲ୍ଟି ଇନଷ୍ଟିଟ୍ୟୁଟ  ଅଫ୍ ଟେକ୍ନିକାଲ୍ ଏଜୁକେସନ ଓ ରିସର୍ଚ୍ଚ (ଆଇଟିଇଆର୍) ପ୍ରଥମ ୧୦ଟି ସ୍ଥାନ ମଧ୍ୟରେ ସ୍ଥାନୀତ ହୋଇଛି । 

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଳ  ଇନ୍ସଟିଚ୍ୟୁସେନାଲ ରାଙ୍କୀଗ ଫ୍ରେମୱର୍କ ଦ୍ୱାରା ୨୦୧୯ରେ ପ୍ରସ୍ତୁତ ତାଲିକାରେ ସୋଆର ଇଞ୍ଜିନିୟରିଂ ଫ୍ୟାକଲ୍ଟି ଦେଶରେ ୩୨ ତମ ସ୍ଥାନରେ ରହିଥିଲା । ମାତ୍ର ଏହି ତାଲିକାରୁ ଆଇ.ଆଇ.ଟି ଓ ଏନ୍.ଆଇ.ଟି ଗୁଡ଼ିକୁ ବାଦ ଦେଲେ ସୋଆ ପ୍ରଥମ ଦଶଟି ଇଞ୍ଜିନିୟରିଂ କଲେଜ ମଧ୍ୟରେ ନବମ ସ୍ଥାନରେ ରହିଛି । 

୨୦୦୭ରେ ପ୍ରତିଷ୍ଠିତ  ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଜାତୀୟ ସ୍ତରରେ ବେଶ ପ୍ରସିଦ୍ଧି ହାସଲ କରିଛି । ଇଞ୍ଜିନିୟରିଂ, ମେଡିସିନ୍, ଡେଂଟାଲ୍ ସାଇନ୍ସେସ୍ ଫାର୍ମାସୀ, ବିଜନେସ୍, ନର୍ସିଂ, ବାୟୋଟେକ୍ନୋଲୋଜି, ହସ୍ପିଟାଲିଟି ଓ ଟୁରିଜିମ୍ ମ୍ୟାନେଜମେଂଟ, କୃଷି ଏବଂ ଆଇନ୍ ପାଠ୍ୟକ୍ରମ ପ୍ରଦାନ କରୁଥିବା ଏହି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ଡିଗ୍ରୀ ପାଠ୍ୟକ୍ରମ ସହ ଡକ୍ଟରେଟ୍ ପାଠ୍ୟକ୍ରମ ରହିଛି । ସୋଆ ଲଗାତର ୪ ବର୍ଷ ଧରି ଏନ୍ଆଇଆର୍ଏଫ୍ ତାଲିକାରେ ରାଜ୍ୟରେ ଶୀର୍ଷ ସ୍ଥାନରେ ରହିଛି । 

 

0
0
0
s2sdefault