ଭୁବନେଶ୍ୱର: ସମ ଅଲଟିମେଟ ଭଳି ବିଶ୍ୱସ୍ତରୀୟ ପ୍ରତିଷ୍ଠାନର ଉଦ୍ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗଦାନ ପରେ ଗତ କିଛିଦିନ ରାଜନୀତି ସହ ଯୋଡି ହୋଇଯାଇଛି ସୋଆ ସାମ୍ରାଜ୍ୟର ପ୍ରତିଷ୍ଠାତା ତଥା ଜଣାଶୁଣା ଶିକ୍ଷାବିତ ପ୍ରଫେସର ମନୋଜ ନାୟକଙ୍କ ନାଁ | କୁଆଡେ ରାଜ୍ୟସଭା ସାଂସଦ ହେବା ପାଇଁ ସେ ଲବି କରିଛନ୍ତି ବା ରେସରେ ଅଛନ୍ତି | ହେଲେ ଆଜି ଏହି ଗୁଜବର ଉତ୍ତର ରଖିଛନ୍ତି ପ୍ରଫେସର ନାୟକ | ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଫେସର ଆଜି କହିଛନ୍ତି ଯେ ରାଜନୀତି କରିବାକୁ ତାଙ୍କ ଆଗ୍ରହ ନାହିଁ | ଯାହା ଚର୍ଚ୍ଚା ହେଉଛି, ତାହା ଏକ ଅପପ୍ରଚାର ମାତ୍ର |
ସୋସିଆଲ ମିଡିଆରେ ହେଉଥିବା ଏହି ଚର୍ଚ୍ଚା ଉପରେ ସେ ଆଜି ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ “ମୋର ରାଜନୀତି ପ୍ରତି କୌଣସି ଆଗ୍ରହ ନାହିଁ” । ମୁଁ କେବେ ରାଜନୀତିରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିନାହିଁ । ଏ ନେଇ ମୋର କୌଣସି ଯୋଜନା ନାହିଁ । ଯଦି ମୋର ଏଭଳି ଆଗ୍ରହ ଥାନ୍ତା ତେବେ ମୁଁ ବହୁ ପୂର୍ବରୁ ରାଜନୀତିରେ ଯୋଗ ଦେଇଥାନ୍ତି । ସୋସିଆଲ ମିଡିଆରେ ହେଉଥିବା ଏହି ଚର୍ଚ୍ଚା ଭିତ୍ତିହୀନ , ମିଛ ଓ କପୋଳକଳ୍ପିତ । ସୋଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସମ୍ ହସ୍ପିଟାଲରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ମୋର ଏକମାତ୍ର ଲକ୍ଷ୍ୟ । ସାମାଜିକ ଗଣମାଧ୍ୟମରେ ଏପରି ଚର୍ଚ୍ଚା ଦେଖି ମୁ ବିସ୍ମିତ ବୋଲି କହିଛନ୍ତି ଶିକ୍ଷାବିତ ପ୍ରଫେସର ଶ୍ରୀ ନାୟକ |
ସୂଚନାଯୋଗ୍ୟ ଯେ, ନିକଟରେ ସମ୍ ଅଲ୍ଟିମେଟ ମେଡିକେୟାରର ଉଦଘାଟନ ଉତ୍ସବରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ମ ରେ ଏକାଠି ବସିବା ପରେ ଏଭଳି ଚର୍ଚ୍ଚା ଉଠିଥିଲା । ତେଣୁ ବିଜେଡ଼ି ଓ ବିଜେପି ଉଭୟ ଦଳରୁ ମନୋଜ ସହମତି ଭି ିକ ପ୍ରାର୍ଥିହେବେ ବୋଲି କିଛି ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା ।