ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ କନକପୁର (ପୁଟାପାଲି) ଠାରୁ ବଡକିରାସିରା ଗ୍ରାମ ସଂଯୋଗ କରୁଥିବା ରାସ୍ତା ମଝିରେ ଡାଇଭର ଅସାବଧାନତା ଯୋଗୁଁ ଟ୍ରାକ୍ଟର ଟି ଭାରସାମ୍ଯ ହରାଇ ରେଙ୍ଗାଲି ନାଲ ପୋଳ ତଳକୁ ଓଲଟି ପଡିଥିଲା । ଫଳରେ ଡାଇଭର ଓ ଜଣେ ଶ୍ରମିକ ଟ୍ରାକ୍ଟର ତଲେ ଚାପି ହୋଇ ମୃତ୍ୟୁବରଣ କରିଥିବା ସୂଚନା । ଦୁର୍ଘଟଣାରେ ଶିକାର ହୋଇଥିବା ସମ୍ବଲପୁର ଜିଲ୍ଲା ରଙ୍ଗମାଟିଆ ଗ୍ରାମର ବଳରାମ (୩୦ ) ଡାଇଭର ଥିବାବଳେ ସୁବଳୟା ଥାନା ବଡକିରାସିରା ଗ୍ରାମର ଶ୍ରମିକ ଲକ୍ଷ୍ମୀକାନ୍ତ ପଧାନ (୩୫) ବୋଲି ପୋଲିସ ପକ୍ଷରୁ ଚିହ୍ନଟ କରାଯାଇଛି । ଏନେଇ ଖବର ପାଇ ବୀରମହାରାଜପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲା । ସୁବଳୟା ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ସୁବଳୟା ଥାନା ଅଧିକାରୀ ପ୍ରଦୀପ ପଧାନ ଙ୍କ ସୂଚନା ।