ହେଡଲାଇନସ୍:

ଟ୍ରାଫିକ ଚେକିଙ୍ଗ ବେଳେ ପୋଲିସ ଜନତା ମୁହା ମୁହି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଲକ୍ଷ୍ମୀ ଟକିଜ ଛକରେ ଟ୍ରାଫିକ ପୋଲିସ ଓ ଜନତା ମୁହା ମୁହି । ଲକ୍ଷ୍ମୀ ଟକିଜ ଛକରେ ତିନି ଜଣ ବାଇକରେ ବସି ଯାଉଥିବା ସମୟରେ ଟ୍ରାଫିକ ପୋଲିସ ଧରିଥିଲା । ସମ୍ପୃକ୍ତ ଯୁବକ ଫାଇନ ଦେବା କୁ ଅରାଜି ହେବା ସହ ପାଟି ତୁଣ୍ତ ଆରମ୍ଭ କରିଥିଲେ ।ତେଵେ ଯୁବକ ଜଣକ ଙ୍କ କଲର ଧରି ପୋଲିସ ଟାଣି ଟାଣି ନେଇଥିବା ସହ ଗାଡି ପାର୍କି ସ୍ଥାନରେ ଥାଇ ମଧ୍ୟ ଫାଇନ କାଟିବାକୁ କହିଥିବା ଅଭିଯୋଗ କରିଛନ୍ତି ଯୁବକଜଣକ । ତେଵେ ଘଟଣ‍ା ସ୍ଥଲରେ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା  ହୋଇଥିଲା ।

ପରେ କିଛି ସାଧାରଣ ବ୍ୟକ୍ତି ପୋଲିସ ପୁର୍ବ ଆର୍କୋସ ରଖି  ପୋଲିସ ସହ ଯୁକ୍ତି ତର୍କ କରିଥିଲେ । ଯୁବକ ଜଣକ ତିନି ଜଣ ଆସୁଥିବା ସତ୍ପେ ହେଲେମେଟ ପିନ୍ଧି ନ ଥିବା ବେଳେ ପୋଲିସ ତାଙ୍କ ଧରିଥିଲା । ଫଳରେ ଲକ୍ଷ୍ମି ଟକିଜ ଛକରେ ଉର୍ତେଜନା ଦେଖା ଦେଇଥିଲା । ପରିସ୍ଥିତି ଅଣାୟତ ହେବାରୁ ଟାଉନଥାନା ପୋଲିସ ଯୁବକ ଙ୍କ କାବୁ କରି ଥାନା କୁ ନେଇଛି । ଏହା ସହ ଯୁବକ ଜଣକ ଓ ତାଙ୍କ କିଛି ସହଯୋଗୀ ରାସ୍ତା ଜାମର ଉଦ୍ୟାମ କରିଥିଲେ । ଫଲରେ କିଛି ସମୟ ପାଇ ଯାତା ୟତ ବାଧା ପ୍ରାତ୍ପ ହୋଇଥିଲା ।

0
0
0
s2sdefault