ହେଡଲାଇନସ୍:

ଦ୍ବାରଶୁଣି  ଘାଟି ପାଲଟିଛି ମରଣ ଯନ୍ତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାତ୍ରୀବାହୀ ବସକୁ ସମ୍ମୁଖରୁ ଧକ୍କା ଦେଲା ଆଇରନ ବୋଝେଇ ଟ୍ରକ

ବାରିପଦା(ଦିଲ୍ଲୀପ ମହାନ୍ତି )-ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ମଧ୍ୟ ଦେଇ  ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ବାରଶୁଣି  ଘାଟି ପାଲଟିଛି ମରଣ ଯନ୍ତା। ପ୍ରାୟ ପ୍ରତ୍ୟେକ ଦିନ ଉକ୍ତ ଘାଟିରେ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ବେଳେ ଆଜି ଏକ ଘରୋଇ ଯାତ୍ରୀବାହୀ ବସକୁ ସମ୍ମୁଖରୁ ଧକ୍କା ଦେଲା  ଲୁହା ପଥର ବୋଝେଇ ଟ୍ରକ । ଫଳରେ  ଟ୍ରକର ଡ୍ରାଇଭର  ସହ ବସର ଜଣେ ଯାତ୍ରୀ ଗୁରୁତ୍ତର ଭାବେ ଆହତ ହୋଇଥିବା ସମୟରେ  ବସ ଡ୍ରାଇଭର ଓ ଅନ୍ୟ ୪ ଜଣ ବାସ ଯାତ୍ରୀ ଆହତ ହୋଇଛନ୍ତି । ଗୁରୁତ୍ତର ଆହତ ଦୁଇ ଡ୍ରାଇଭରଙ୍କୁ ଚିକିତ୍ସା ନିମନ୍ତେ ବାରିପଦା ପିଆରଏମ ମେଡିକାଲରେ ଓ ଅନ୍ୟ ୫ ଜଣଙ୍କୁ ବାଙ୍ଗିରିପୋଷି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପ୍ରାପ୍ତ ସୂଚନାରୁ ଜଣାପଡିଛି  ଆଜି  ବାରିପଦାରୁ ବାଦାମପାହାଡ଼  ଯାଉଥିବା ଆନନ୍ଦ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ବାଙ୍ଗିରିପୋଷି ଘାଟିରେ ଉପରକୁ ଉଠୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଲୁହାପଥର  ବୋଝେଇ ଟ୍ରକ ବସଟିକୁ ଧକ୍କା ଦେଇଥିଲା। ଫଳରେ ଟ୍ରକଟି ଘାଟି  ତଳକୁ ଖସି ପଡ଼ିଥିଲା ବେଳେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ଗୁରୁତ୍ତର ହେଇଥିଲା ବେଳେ ପାଞ୍ଚ ଜଣ ସାମାନ୍ୟ ଆହତ ହେଇଛନ୍ତି। ଗୁରୁତର  ଯାତ୍ରୀ ଜଣକ ହେଲେ ରତିକାନ୍ତ ମଣ୍ଡଳ । ଟ୍ରକ ଚାଳକ ଟ୍ରକ ତଳେ ଚାପି ହେଇ ରହିଥିଲା ବେଳେ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିଛି।

0
0
0
s2sdefault