ହେଡଲାଇନସ୍:

ପାନୀୟ ଜଳ ପ୍ରକଳ୍ପ ଭିତ୍ତି ପ୍ରସ୍ତର ଦେଲେ ନରସିଂହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର, (ନିରୋଜ ମିଶ୍ର) ବଲାଙ୍ଗିର ସଦର ବ୍ଲକ ସ୍ଥିତ ରାମସିଂହା, ଧମନାସର ଏବଂ ଦୁଆନପାଲି ଗ୍ରାମରେ ଦୁଇଟି ଓଭର ହେଡ ଟ୍ୟାଙ୍କ ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ହୋଇଯାଇଛି । ରାମସିଂହା, ଧମନାସରରେ ନିର୍ମିତ ହେବାକୁ ଥିବା ପ୍ରକଳ୍ପର ଅଟକଳ ପରିମାଣ ୧କୋଟି ୩୨ଲକ୍ଷ ହୋଇଥିବା ବେଳେ ଦୁଆନପାଲିରେ ନିର୍ମାଣ ହେବାକୁ ଥିବା ପାନୀୟ ଜଳ ପ୍ରକଳ୍ପର ଅଟକଳ ରାଶି ୧କୋଟି ୨୩ ଲକ୍ଷ ଟଙ୍କା । ଉଭୟ ପ୍ରକଳ୍ପ ବ୍ୟୟ ଅଟକଳ ରାଶିରେ ପଂଚାୟତ ତରଫରୁ ଅଟକଳ ରାଶିର ୧୦ପ୍ରତିଶତ ରାଶି ଜମା କରାଯିବ । ଉଭୟ ଗାଁରେ ସୁକତେଲ ନଦୀ ତଟରେ ଥିବାରୁ ନଦୀର ପାଣି ଇନ୍ଟେକ୍ ୱେଲରୁ ଓଭରହେଡ୍ ଟ୍ୟାଙ୍କକୁ ପାଣି ଜମା କରିବା ପରେ ପାଇପ ଯୋଗେ ଦୁଆନପାଲି, ରାମସିଂହା, ଧମନାସର ଏବଂ ଚନ୍ଦନଭାଟିର ଚମାରପଡା ଅଂଚଳକୁ ଯୋଗାଇ ଦିଆଯିବ । ଉଭୟ ପ୍ରକଳ୍ପ ପାଇଁ ବହୁ ଦିନରୁ ଲୋକେ ବିଧାୟକ ଶ୍ରୀ ମିଶ୍ରଙ୍କ ଆଗରେ ଦାବି ରଖିଥିଲେ ଯାହାକି ଆଜି ଆଡମ୍ବର ହୋଇଛି । ଭିତ୍ତିପ୍ରସ୍ତର ସ୍ଥଳରେ ଗ୍ରାମବାସୀଙ୍କ ଉଦେ୍ଧଶ୍ୟରେ ଶ୍ରୀ ମିଶ୍ର କହିଥିଲେ ପ୍ରତିଶୃତି ମୁତାବକ ଅଂଚଳର ସମସ୍ତ ଗାଁକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦିଆଯିବ । ତା ସହିତ ଅଂଚଳରେ ରହୁଥିବା ଗରିବ ଲୋକେ ଯେପରି ସମସ୍ତ ସରକାରୀ ସୁୁବିଧା ସୁଯୋଗ ଯଥା ରାସନ କାର୍ଡ, ଇନ୍ଦିରା ଆବାସ, ବାର୍ଦ୍ଧକ୍ୟ ଭତ୍ତାରୁ ବଂଚିତ ନ ହେବେ ସେ ଦିଗରେ ସେ ସବୁବେଳେ ବିଶେଷ ଧ୍ୟାନ ଦେବେ । ଦୁଆନପାଲି ଠାରେ ଅଗଷ୍ଟ ମାସର ବର୍ଷା ଯୋଗୁଁ କ୍ଷତି ହୋଇଥିବା ଜମି ଯେଉଁ ଠାରେ କି ବାଲି ମାଟି ମାଡିଯାଇ ଫସଲ ନଷ୍ଟ ହୋଇଛି ସେହି ଜମି ଗୁଡିକୁ ମନରେଗା ଯୋଜନା ମାଧ୍ୟମରେ ପୁନଃଉର୍ଦ୍ଧାର କରାଯିବ । ତାର ସହିତ ସେଠାରେ ଦାବି ମୁତାବକ ଏକ ପୋଖରୀର ପୁନରୁଦ୍ଧାର , ଗ୍ରାମ୍ୟ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ବିଧାନସଭା ଚାଲୁଥିବାରୁ ଲୋକଙ୍କର ଯାହା କିଛି ସମସ୍ୟା ଅଛି ଦରଖାସ୍ତ ମାଧ୍ୟମରେ ଜଣାଇଲେ ସଠିକ୍ ଜାଗାରେ ଦାବିକୁ ଉପସ୍ଥାପନ କରାଯିବ ବୋଲି ଗାଁ ବାସୀଙ୍କୁ କହିବା ସହ ଦୁଆନପାଲି ଓ ରାମସିଂହା ଜଳ ପ୍ରକଳ୍ପ ଯେମିତି ଶିଘ୍ର ଶେଷ ହେବ ସେ ଉପରେ ଉପସ୍ଥିତ ଥିବା କାର୍ଯ୍ୟନିର୍ବାହୀ ସଂସ୍ଥା ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ବିଶେଷ ଧ୍ୟାନ ଦେବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମମାନଙ୍କରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ରାମ ପ୍ରସାଦ ମିଶ୍ର, ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ନିର୍ବାହୀଯନ୍ତ୍ରୀ ସରୋଜ ଶତପଥି, ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ମହାପାତ୍ର, କନିଷ୍ଠ  ଯନ୍ତ୍ରୀ ମୃତ୍ୟୁଞ୍ଜୟ ରାଉତ, ଉମାଶଙ୍କର ପଣ୍ଡା, ବିଧାୟକଙ୍କ ପ୍ରତିନିଧି ସଂଜିବ ଗୁରୁ, ଶ୍ରବଣ ଖମାରୀ, ଦେବରାଜ ବିଶ୍ୱାଲ, ହରିଶଙ୍କର ନାଏକ, ଦେବରାଜ ସିଂହ, କାଶି ବିଶ୍ୱାଲ, ଶ୍ରବଣ ଖମାରୀ, ଅଜିତ ଦଲେଇ ତଥା ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ

0
0
0
s2sdefault