ହେଡଲାଇନସ୍:

ଉତ୍କଳ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକାରୀ ହେବ ୫-ଟି : ଅନୁଷ୍ଠିତ ହେଲା ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): ୫ଟି ପ୍ରୟାସ ଅନ୍ତର୍ଭୁକ୍ତ "ମୋ ସରକାର" ଯୋଜନାର ସଫଳ ରୂପାନ୍ୱୟନ ନିମନ୍ତେ ବୁଧବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଉଚ୍ଚଶିକ୍ଷା ବିଭାଗରେ ୫ଟି ସରକାରୀ ଭାବେ କାର୍ୟ୍ୟକାରୀ ହେବାକୁ ଆଖିରେ ରଖି ଏହି ବୈଠକ ରଖାଯାଇଥିଲା | 

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୁଳସଚିବ ଶ୍ରୀ ଦୟାନିଧି ନାୟକ, ଅର୍ଥ ନିୟନ୍ତ୍ରକ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଓ ପରୀକ୍ଷା ନିୟନ୍ତ୍ରକ ଶ୍ରୀ ଶରତ କୁମାର ମାଝୀ ଉପସ୍ଥିତ ଥିଲେ | 

ବିଶ୍ୱବିଦ୍ୟାଳୟର ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାର ଆବଶ୍ୟକତା ଉପରେ କୁଳସଚିବ ଗୁରୁତ୍ତ୍ଵ ଦେଇ କହିଥିଲେ | ସେହିପରି ପରୀକ୍ଷା ନିୟନ୍ତ୍ରକ ଶ୍ରୀ ଶରତ କୁମାର ମାଝୀ ପରୀକ୍ଷା ବ୍ୟବସ୍ଥାରେ ସୁଧାର ଏବଂ ସ୍ୱଚ୍ଛତା ଆଣିବା ଦିଗରେ ବିଶ୍ୱବିଦ୍ୟାଳୟ ପ୍ରଯତ୍ନଶୀଳ ରହିବା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ | 

ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଥିବା ଏମକେସିଜି ଅଡିଟୋରିଅମରେ ଏହି ବୈଠକର ପରିଚାଳନା ହୋଇଥିଲା |  ଏଥିରେ ପ୍ରାୟ ୫୦୦ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ମାନେ ଯୋଗ ଦେଇଥିଲେ |

ଗତବର୍ଷ ଅକଟୋବର ମାସରେ ଉଚ୍ଚଶିକ୍ଷା ବିଭାଗ ୫ଟି ପ୍ରୟାସର  "ମୋ ସରକାର" ଯୋଜନା ଅନ୍ତର୍ଭୁକ୍ତ ହେବ ବୋଲି ଘୋଷଣା ହେଇଥିଲା |  ଏହାର ସଫଳ ରୂପାନ୍ୱୟନ ନିମନ୍ତେ ଅନେକ ନିର୍ଦ୍ଦେଶାବଳୀ ମଧ୍ୟ ପ୍ରସ୍ତୁତ କରାଯାଇଥିଲା |

 

0
0
0
s2sdefault