ହେଡଲାଇନସ୍:

‘ବସ୍ତୁବାଦୀ ପରିବାରିକ ସମ୍ପର୍କ ବୃଦ୍ଧାଶ୍ରମର ଆବଶ୍ୟକତାକୁ ବୃଦ୍ଧି କରିଛି’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

‘ବିଡିଏଫ’ପକ୍ଷରୁ ବରିଷ୍ଠ ନାଗରିକ୍ ହେଲ୍ପ ଲାଇନ୍ ଉଦ୍ଘାଟିତ

19-03-18-BDF-meet-for-Old-age-Home.jpg - 140.30 kB

ବାଲେଶ୍ୱର/ujjwal kar :‘ବାଲେଶ୍ୱର ଡେଭେଲୋପମେଣ୍ଟ ଫୋରମ’ (ବିଡିଏଫ୍) ପକ୍ଷରୁ ବରିଷ୍ଠ ନାଗରିକ୍ ହେଲ୍ପ ଲାଇନ୍ ଓ ଜରା ନିବାସ ‘ଗୋଲ୍ଡେନ୍ ପ୍ୟାଲେସ’ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ତଥା ପ୍ରକଳ୍ପ ଅନାବରଣ ଉସôବ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ଆଜି ଅନୁଷ୍ଠିତ  ହୋଇଯାଇଛି । ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ (ବିଡିଏଫ୍)ର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ବିଶେଷ କରି ଏହି କାର୍ଯ୍ୟ ପାଇଁ ଜମି ଦାନ ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ସହଯୋଗ କରୁଥିବା ଉଚ୍ଚ ବିଚାର ସମ୍ପନ୍ନ ବ୍ୟକ୍ତିତ୍ୱ ସାମାଜିକ କର୍ମୀ ଡକ୍ଟର ଲକ୍ଷ୍ମୀ ରଣାଙ୍କ ବଦାନ୍ୟତା ଅନ୍ୟମାନଙ୍କ ନିମନ୍ତେ ପ୍ରେରଣା ହେବ ବୋଲି ସେ କହିଥିଲେ । ସାମ୍ପ୍ରତିକ ଅବକ୍ଷୟଗାମୀ ସମାଜରେ ବସ୍ତୁବାଦୀ ପରିବାରିକ ସମ୍ପର୍କରେ ବୃଦ୍ଧାଶ୍ରମର ଆବଶ୍ୟକତା ଆମ ସଂସ୍କୃତିର ପରିପନ୍ଥୀ ହୋଇଥିଲେ ବି ଏହାକୁ ଗ୍ରହଣ କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ ବୋଲି ସାଂସଦ ଶ୍ରୀ ଜେନା କହିଥିଲେ । ଓଡ଼ିଶାର ପୂର୍ବତନ ସୂଚନା ଆୟୁକ୍ତ ପ୍ରଫେସର ରାଧାମୋହନ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନେ ସମ୍ପ୍ରତି ସାମ୍ନା କରୁ୍ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ସନ୍ତାନ ସନ୍ତତିଙ୍କୁ ସଂସ୍କାରଯୁକ୍ତ କରାଇବା ଜନିତ ଅବହେଳା ପରିଣତି ବୟସ ପାଇଁ ଦୁଃଖ ଓ ପରିତାପର ବିଷୟ  ହୋଇଛି ବୋଲି ସେ କହିଥିଲେ । ଏଭଳି ସ୍ଥିତିରେ ବିଡିଏଫ୍ ଓ ଡକ୍ଟର ଲକ୍ଷ୍ମୀ ରଣାଙ୍କ ଉଦ୍ୟମ ବେଶ ସ୍ୱାଗତ ଯୋଗ୍ୟ ବୋଲି ପ୍ରଫେସର ରାଧାମୋହନ କହିଥିଲେ । ବିଶିଷ୍ଟ ସମାଜିକ କର୍ମୀ  ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଏଥିରେ ବିଶେଷ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇବା ସହିତ ବରିଷ୍ଠ  ନାଗରିକଙ୍କୁ ସହଯୋଗ ପାଇଁ ଆରମ୍ଭ ହୋଇଥିବା ଏହି ଉଦ୍ୟମ ଅନ୍ୟମାନଙ୍କ ନିମନ୍ତେ ଉଦାହରଣ ହେବ ବୋଲି କହିଥିଲେ । ସାମାଜିକ କର୍ମୀ ଡକ୍ଟର ଲକ୍ଷ୍ମୀ ରଣା ଏଥିରେ ଯୋଗଦେଇ ଜରାଶ୍ରମ ପ୍ରତିଷ୍ଠା  କଳ୍ପନା ସମ୍ପର୍କରେ ସୂଚନା ଦେଇଥିଲେ । ବର୍ତ୍ତମାନର ସାମାଜିକ ଅବସ୍ଥା ଓ ପରାରିବାରିକ ସ୍ଥିତିକୁ ଗୁରୁତ୍ୱ ଦେଇ ଶେଷ ସମୟରେ ବରିଷ୍ଠ  ନାଗରିକଙ୍କୁ ଆବଶ୍ୟକ ସେବା ପ୍ରଦାନ ପାଇଁ ଏହି ପ୍ରକଳ୍ପ ଚିନ୍ତା କରିଥିବା ସେ କହିଥିଲେ । ତେବେ ବିଡିଏଫର କର୍ମକର୍ତ୍ତାଙ୍କ ସହଯୋଗରେ ଏହା ସମ୍ପୂର୍ଣ୍ଣ ହୋଇ ପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ‘ଓଲଡେନ ପ୍ୟାଲେସ’ର ଉପଦେଷ୍ଟା ଗୋବିନ୍ଦ ବଲ୍ଲଭ ଦଳେଇ, ମଧୁସୂଦନ ତଲୱାକର ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନେ ପ୍ରକଳ୍ପକୁ ଅନାବରଣ କରିଥିଲେ । ବିଡିଏଫର ସଭାପତି ଯୁବକର୍ମୀ ବିକ୍ରମ ପଣ୍ଡା ଏଥିରେ ସଭାପତିତ୍ୱ କରିବା ସହିତ ବରିଷ୍ଠ  ନାଗରିକ ହେଲ୍ପ ଲାଇନ୍ ଓ ଓଲଡେନ୍ ପ୍ୟାଲେସ୍ର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ପାଦକ ସାହିରୁଲ୍ ହକ୍ ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମର ତଥା ପ୍ରକଳ୍ପର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କିଶାନ ସାହା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

0
0
0
s2sdefault