ହେଡଲାଇନସ୍:

ଢୋଲବନ୍ଧ ଠାରେ ବରଗଡ ଜିଲ୍ଲା ଲୋକକଳା ମହୋତ୍ସବ ଉଦଘାଟିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ନିକଟସ୍ଥ ଢୋଲବନ୍ଧ ଗାଁରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଳା କଳା ସଂସ୍କୃତି ସଂଘ, ବରଗଡ ର ମିଳିତ ଆନୁକୂଲ୍ୟରେ  ପ୍ରଥମ ବରଗଡ ଜିଲ୍ଲା ସ୍ତରୀୟ ଲୋକକଳା ମହୋତ୍ସବ - ୨୦୨୦ ବର୍ଣ୍ଣାତ୍ଯ ପରିବେଶ ଭିତରେ ଉଦଘାଟିତ ହୋଇଯାଇଛି । ବରଗଡ ଲୋକ ସଂପର୍କ ଅଧିକାରୀ କଲ୍ୟାଣୀ  ଦାଶଙ୍କ ଦ୍ବାରା ସଞ୍ଚାଳିତ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ବରଗଡ ଜିଲ୍ଲାପାଳ ଜ୍ୟୋତି  ରଞ୍ଜନ ପ୍ରଧାନ, ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଲୋକକଳା ମହୋତ୍ସବରେ ଅତିଥି ମାନଙ୍କୁ ସରପଞ୍ଚ ଗୀତା ରାଣୀ ବହିଦାରଙ୍କ ନେତୃତ୍ବରେ ସମ୍ବର୍ଦ୍ଧନା ଜ୍ଞାପନକରାଯାଇଥିଲା। ପ୍ରଫେସର କେଶ ରଞ୍ଜନ ପ୍ରଧାନ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ । ସଂସ୍କୃତିକ ପରଂପରା କୁ ବଞ୍ଚାଇ ରଖିବା ପାଇଁ ଲୋକ କଳାକାର ମାନଙ୍କର ସମର୍ପିତ ଅବଦାନ ସବୁ ବେଳେ ସ୍ଵୀକାର୍ୟ  ବୋଲି ଅତିଥି ମାନେ ଭାଷଣ ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ । ଏଇ ଅବସରରେ ଦୁଇଟି ସ୍ମରଣିକା ଦର୍ପଣୀ ଓ ସହ ଭାଗିତା ଉନ୍ମୋଚିତ ହୋଇଥିଲା । ପରିଶେଷରେ ଅମୃତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ତପସ୍ଵିନୀ ଗୁରୁ ଓ ଅଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରି ବେଷିତ ହୋଇଥିଲା । କନ୍ଧାଗାଡ ର ବେତଖାଇ ଦଳ ଡାଲଖାଇ ନୃତ୍ୟ,ଭେଡ଼େନ ର ଖଂଜଣି,ଅମ୍ବାଭୋନା ର ସଂପ୍ରଦା,ଗାଇସିଲାଟ ର ପରଭା, ବିଜେପୁର ର କରମସାନୀ, ବରଗଡ କଳାଜୀବୀ ର ନଚିନିଆଁ ଇତ୍ଯାଦି ପରିବେଷଣ ହେବା ସହିତ ସୁରୁ ସାହୁଙ୍କ ହଲିଆ ଗୀତ ଦର୍ଶକ ମାନଙ୍କୁ ମନ ମୋହି ନେଇଥିଲା । ରାଜେଶ କୁମାର ବହିଦାର,ରୁକ୍ମଣ ସ୍ବାଇଁ,ରାଜ କୁମାର ସାହୁ, ଜୟନ୍ତ ସାହୁ ପ୍ରମୁଖ ଏଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ରାତିରେ ଏକ ନାଟକ ମଞ୍ଚସ୍ଥ ହୋଇଥିଲା ।

0
0
0
s2sdefault