ହେଡଲାଇନସ୍:

ଦୁର୍ନୀତିରଏନ୍ତୁଡିଶାଳ ରେଙ୍ଗାଲି ତହସିଲ  :  ୩୬ ବର୍ଷରେ ବଦଳିଲେଣି ୩୮ ତହସିଲଦାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାବାସ ତହସିଲଦାର, ଧରିଲେ ବଡ ଧରଣର ଜମି ଜାଲିଆତି 

ସମ୍ବଲପୁର/ରେଙ୍ଗାଲି,( ରମାକାନ୍ତ ବିଶ୍ବାଳ ): ଜାଲ କାଗଜପତ୍ରରେ ଜମି କିଣା ବିକା କରିବାର ଏନ୍ତୁଡ଼ିଶାଳ ହେଉଛି  ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ତହସିଲ l ତେବେ ଶୁକ୍ରବାର ଦିନ   ଚଞ୍ଚକତା କରି ବିକ୍ରି ଉଦ୍ୟମ ସମୟରେ ଏହାକୁ ଧରିଛନ୍ତି ରେଙ୍ଗାଲି ତହସିଲଦାର ସୁନୀଲ ମେହେର l ଝାରସୁଗୁଡା ର ୨ ଭଉଣୀ  କଳ୍ପନା ପ୍ରଧାନ ଏବଂ  ସନ୍ତୋଷିନୀ ପ୍ରଧାନଙ୍କ ସମ୍ବଲପୁର ଜ଼ିଲ୍ଲା ମାଝୀପାଲିରେ  ୫ ଏକର 74 ଡ଼ିସିମିଲ ଜମି ରହିଛି l ନିଜକୁ କଳ୍ପନାଙ୍କ ପୁଅ ଦର୍ଶାଇ ସମ୍ବଲପୁର ଜଗନ୍ନାଥ କଲୋନୀର ଜଣେ  ଆଇନଜୀବି ବିକ୍ରି ନିମନ୍ତେ ସେଲ ଏଗ୍ରିମେଣ୍ଟ କରୁଥିଲେ l ଏହି ସମୟରେ ସେ ଦେଇ ଥିବା ପ୍ରମାଣ ପତ୍ରର ରେଙ୍ଗାଲି ତହସିଲଦାରଙ୍କୁ ଜାଲ ଲାଗିବାରୁ ଭୋଟର କାର୍ଡ କୁ ଯାଞ୍ଚ କରିଥିଲେ l ଯାଞ୍ଚ ସମୟରେ ଭୋଟର କାର୍ଡ ନକଲି ବୋଲି ଧରାପଡିଥିଲା l  ସେହି ପରି ଉତ୍ତରାଧିକାରୀ କାଗଜ ପତ୍ର ମଧ୍ୟ ନକଲି ବୋଲି ଜଣାପଡିଥିଲା l ଘଟଣାରେ ସମ୍ପୃକ୍ତବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟlନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l

       ତେବେ ରେଙ୍ଗାଲି ତହସିଲ ଅଂଚଳରେ ଏଭଳି ଏକାଧିକ ଜାଲ ଜମି ରାକେଟ ସକ୍ରିୟ ଅଛନ୍ତି l ସେମାନେ ବିଭିନ୍ନ ଉପାୟରେ ଶିଳ୍ପାଞ୍ଚଳ ରେଙ୍ଗାଲି ରେ ଜାଲ ଜମି କାରବାର କରୁଥିବାର ପୂର୍ବରୁ ଅଭିଯୋଗ ହୋଇଆସୁଥିଲା l ଏହି ଜାଲ ଜମି କାରବାରର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବିଗତ ଦିନରେ ହୋଇଥିବା ଆହୁରି ଜାଳିଅlତି କାରବାର ଧରାପଡନ୍ତା ବୋଲି ମତ ପ୍ରକାଶ ପାଇଛି l ଅନ୍ୟପକ୍ଷରେ ରେଙ୍ଗାଲି ତହସିଲ ହେବାର 36 ବର୍ଷ ମଧ୍ୟରେ 38 ଜଣ ତହସିଲଦାରଙ୍କ ବଦଳି ଏଭଳି ଘଟଣା ଗୁଡିକୁ ଆହୁରି ରହସ୍ୟାବୃତ କରି ରଖିଛି l ଆଜି ରେଙ୍ଗାଲି ପୋଲିସ ଏହି ଘଟଣାରେ କୈଲାଶ ସାହୁ,ରଂଜନ ମେହେର,ପ୍ରକାଶ ସିଂ ଙ୍କୁ ଥାନା କେଶ ନମ୍ବର  44/୧୯ ଦଫା 419,467,468,471,120(B)IPC ରେ କୋର୍ଟ  ଚାଲାଣ କରାଯାଇଛି। କେଟରେ ବେଲ ନା ମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

0
0
0
s2sdefault