ହେଡଲାଇନସ୍:

ମତେ ପଛେ ଗାଳି ଦିଅନ୍ତୁ, ହେଲେ ୭ ଘଣ୍ଟା ରୁହନ୍ତୁ : ଅରୁଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେନ୍ଦ୍ରାପଡା(ଶାସକ ପ୍ରଶାସକ): ମତେ ପଛେ ଅଧ୍ୟାପକ ଅଧ୍ୟାପିକା ମାନେ ଗାଳି ଦିଅନ୍ତୁ, କିନ୍ତୁ ପିଲାଙ୍କ ଭବିଷ୍ୟତ ପାଇଁ କଲେଜରେ ୭ ଘଣ୍ଟା ରୁହନ୍ତୁ | ପିଲାଙ୍କ ଭବିଷ୍ୟତ ଗଢନ୍ତୁ | ସବୁ ଗାଳି ମୋ ଉପରେ ବର୍ଷି ଦିଅନ୍ତୁ, ହେଲେ ଶିକ୍ଷା ବ୍ୟବସ୍ଥାକୁ ଚରମ ସୋପାନରେ ପହଂଚାଇ ଦିଅନ୍ତୁ |  ଶିକ୍ଷକତା ଏକ ମହତ ପେସା | ତା ସାର୍ଥକତା ଓ ପବିତ୍ରତା ରକ୍ଷା କରନ୍ତୁ ବୋଲି କହିଛନ୍ତି ଉଚ୍ଚଶିକ୍ଷା, କୃଷି କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ | 

କେନ୍ଦ୍ରାପଡା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ଼ ସାହୁ କହିଥିଲେ ଯେ ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି | ପିଲାଙ୍କ ସୁବିଧା ପାଇଁ  ପାଠପଢା ଠାରୁ ଆରମ୍ଭ କରି ପରୀକ୍ଷା ପର୍ଯ୍ୟନ୍ତ ରହିଥିବା ଚିରାଚରିତ ଢାଂଚାରେ ପରିବର୍ତ୍ତନ ଆଣିବାକୁ ପଦକ୍ଷେପ ନିଆଯାଇଛି | ପ୍ରକ୍ଟୋରିଆଲ ଓ ମେଣ୍ଟରିଙ୍ଗ ସେ  ଦିଗରେ ଏକ ପଦକ୍ଷେପ | ତାକୁ ଅନୁପାଳନ କରିବା ପାଇଁ ମନ୍ତ୍ରୀ ଡ଼ଃ ସାହୁ ଅଧ୍ୟାପିକା ଓ ଅଧ୍ୟାପକମାନଙ୍କୁ ପରାମର୍ଶ ଦେଇଥଲେ | ମହାବିଦ୍ୟାଳୟର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ଡ଼ଃ ସାହୁ ପ୍ରତିଶ୍ରୁତି ଦେଇଥିଲେ | 

 

 

0
0
0
s2sdefault