ହେଡଲାଇନସ୍:

ଲୋକ ଉତ୍ସବ ଅବସରରେ ଗଣଦୌଡ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପଦ୍ମପୁର,(ଶାସକ ପ୍ରଶାସକ):  ପଦ୍ମପୁର ଆର ବି ହାଇସ୍କୁଲ ପଡିଆରେ ଆୟୋଜିତ ହେଉଥିବା ପଦ୍ମପୁର ଲୋକ ଉତ୍ସବ - ୨୦୨୦ ଅବସରରେ, ଗୁରୁବାର ସକାଳ ୭ଘ ରେ ଏକ ଗଣଦୌଡ ଆୟୋଜନ କରାଯାଇଥିଲା । ଏହି ଗଣଦୌଡକୁ ଲୋକ ଉତ୍ସବ ପଡିଆରେ ପତକା ଦେଖାଇ ପଦ୍ମପୁର ଉପଖଣ୍ଡ ପୋଲିସ ଅଧୀକ୍ଷକ ପ୍ରଦୀପ କୁମାର ସାହୁ ଉଦଘାଟନ କରିଥିଲେ । ଚନ୍ଦ୍ରମଣି ସାହୁ,ନିଲିମା ରାଣୀ ମହାନ୍ତି,ସୁକୁମାରୀ ତାଣ୍ଡି,ନମିତା ସାହୁ,କ୍ଷୀରୋଦ ଦାଶ,ହରେକୃଷ୍ଣ ମେହେର ଖେଳ ଶିକ୍ଷକ ଓ ଶିକ୍ଷୟିତ୍ରୀ ଗଣ ଏହି ଗଣଦୌଡ଼କୁ ପରିଚାଳନା କରିଥିଲେ । ଗଣଦୌଡରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସାମାଜିକ ସାଂସ୍କୃତିକ ଅନୁଷ୍ଠାନ, ମହିଳା ସମିତି ସମେତ ଅନ୍ୟାନ୍ୟ ବ୍ୟକ୍ତି  ବିଶେଷ ଅଂଶଗ୍ରହଣ କରିଥିଲେ । ଖେଳ ପଡିଆରୁ ଗଣଦୌଡ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା । ବିଭିନ୍ନ ଛକରେ ଗଣ ଦୌଡାଳି ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗଣଦୌଡର ସଫଳତାକୁ ନେଇ ସଂଯୋଜକ ଅଶୋକ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

0
0
0
s2sdefault