ହେଡଲାଇନସ୍:

ଆସୁଛନ୍ତି ଶାହା , " କା "ରେ ମାରିବେ ମୁଣ୍ଡି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • " କା " ସଂପର୍କରେ ଏକ ବିଶାଳ ଜନ ସମାବେଶକୁ କରିବେ ସମ୍ଭୋଧିତ 

  • ୨୪ ତମ ପୂର୍ବାଞ୍ଚଳ ରାଜ୍ୟ ଗୁଡିକର ଜୋନାଲ କନ୍ଫରେନ୍ସରେ ଯୋଗଦେବେ

  • ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କଲେ ରାଜ୍ୟ ସଭାପତି ସମୀର ମହାନ୍ତି

  • ଜନତା ମୈଦାନରେ ବି ହେଲା ଭୂମିପୂଜା,ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ପେବୃଆରୀ ୨୮ ତାରିଖରେ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା 2ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଗୃହମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ଏକ ବିଶାଳ ଜନ ସମାବେଶକୁ ସମ୍ଭୋଧିତ କରିବେ । ଏତଦ ବ୍ୟତୀତ ଶ୍ରୀ ସାହା ପ୍ରଥମେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ଓ ଛତୀଶଗଡ଼କୁ ନେଇ ଆୟୋଜିତ ୨୪ ତମ ପୂର୍ବାଞ୍ଚଳ ଜୋନାଲ କନ୍ଫରେନ୍ସରେ ଯୋଗଦେବେ । ଏହି ସରକାରୀ କାର୍ଯ୍ୟକ୍ରମରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ବିଜେପି ଶିବିରରେ ତତ୍ପରତା ପ୍ରକାଶ ପାଇଥିବାବେଳେ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଜାରି ରହିଛି | ମୋଟାମୋଟି ଭାବେ ଓଡ଼ିଶାରେ ଦଳ ପକ୍ଷରୁ  ଚାଲିଥିବା ନାଗରିକତା ସଂଶୋଧନ ଆଇନ (କା) ଅଭିଯାନରେ ମୁଣ୍ଡି ମାରିବେ | 

ଶାହାଂକ ଗସ୍ତ ଅବ୍ୟବହିତ ପୂର୍ବରୁ ଜନତା ମଇଦାନ ଠାରେ  ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଭୂମି ପୂଜନ କରିଛନ୍ତି ।ଏହି ଜନସମାବେଶରେ ଲକ୍ଷ ଲକ୍ଷ ଜନତା ଯୋଗଦେବେ । ଅନ୍ୟପଟେ ଶାହାଙ୍କ ଗସ୍ତକୁ ନେଇ କାର୍ଯ୍ୟକର୍ତାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ନାଗରିକତା ସଂଶୋଧନ ଆଇନ ସଂପର୍କରେ କିଛି ବ୍ୟକ୍ତିଙ୍କ ମନରେ ଥିବା ସନେ୍ଦହକୁ ଦୂର କରିବା ପାଇଁ  ଶ୍ରୀ ଶାହା ଆସୁଛନ୍ତି । ଏହି ଜନସମାବେଶରେ ବିପୁଳ ଭାବେ ସାଧାରଣ ଜନତା ଯୋଗ ଦେଇ ରାଷ୍ଟ୍ର ହିତରେ ନିଜକୁ ସାମିଲ କରିବା ପାଇଁ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଆହ୍ୱାନ ଦେଇଛନ୍ତି | ଭୂମିପୂଜନ ଅବସରରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି,ଜଗନ୍ନାଥ ପ୍ରଧାନ, ଇରାଶୀଷ ଆଚାର୍ଯ୍ୟ, ସିକନ୍ଦର ଅଲ୍ଲୀ, ସୋନାଲି ସାହୁ, ରଶ୍ମିରେଖା ଦାସ, ପଂଚାନନ ନାୟକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ଥିଲେ ।

ସେହିପରି ଶ୍ରୀ ଶାହାଂକ ଗସ୍ତ ସମ୍ପର୍କରେ ସୂଚନା  ପ୍ରଚାର ଗାଡି ଏବଂ ଡାକବାଜି ଯନ୍ତ୍ର ମାଧ୍ୟମରେ ଭୁବନେଶ୍ୱର ବାସିନ୍ଦାଙ୍କ ପାଖରେ ଏହି ସନ୍ଦେଶ  ପହଂଚାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଗାଡି ଗୁଡିକ ରାଜଧାନୀର ବିଭିନ୍ନ ୱାର୍ଡ ଗୁଡିକରେ ବୁଲି ପ୍ରଚାର କରିବେ ।  ଏହି  ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ରାଜ୍ୟ କାର୍ଯ୍ୟାଳୟ ଠାରେ ପ୍ରଚାର ଗାଡିର ଶୁଭାରମ୍ଭ କରିଛନ୍ତି । ପ୍ରଚାର ଗାଡି ଶୁଭାରମ୍ଭ ଅବସରରେ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଲଲିତେନ୍ଦୁ ମହାପାତ୍ର, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଦିଲୀ ମହାନ୍ତି, ବାବୁ ସିଂ, ଇରାଶୀଷ ଆଚାର୍ଯ୍ୟ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, ଜୟନ୍ତ ଜେନାଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟପଟେ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସମାବେଶ ସହ ଗୃହମନ୍ତ୍ରୀ ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ରହିଛି। ଉଭୟ ସ୍ଥଳରେ କିଭଳି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ, ତାହାକୁ ନେଇ କମିସନରେଟ୍‌ ପୁଲିସ ବ୍ଲୁ-ପ୍ରିଣ୍ଟ ତିଆରି କରିଛି। ଯୋଜନା ମୁତାବକ ଆଜି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ଅତିରିକ୍ତ ପୁଲିସ କମିସନର୍‌ ଅନୁପ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସଭାସ୍ଥଳ ଯାଞ୍ଚ କରିଛନ୍ତି। ସେହିଭଳି ଅପରାହ୍‌ଣରେ ସିଆରପିଏଫ୍‌ ଅଧିକାରୀ ଓ ଗୁଇନ୍ଦା ଟିମ୍‌ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି। ମନ୍ଦିରରେ କିପରି ଶ୍ରୀ ଶାହଙ୍କ ଦର୍ଶନ ଶୃଙ୍ଖଳିତ ହେବ, ସେ ନେଇ ଆଲେଚନା କରିବା ସହ ସୁରକ୍ଷା ବ୍ୟବସ୍ଥା କିଭଳି କଡ଼ାକଡ଼ି ହୋଇପାରିବ, ତାହା ଉପରେ ଆଲୋଚନା ହୋଇଛି।

 

 

0
0
0
s2sdefault