ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ଲୋକପ୍ରିୟ ଯୋଜନା "ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ" ବେଶ ସଫଳତାର ସହ ଆଗେଇ ଚାଲିଛି । କେନ୍ଦ୍ରର ଏହି ଯୋଜନା ଚାଷୀମାନଙ୍କ ପାଇଁ କେନ୍ଦ୍ରସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ । ଯାହା ଫଳରେ ଚାଷୀ ମାନେ ଏହି କେନ୍ଦ୍ରୀୟ ଯୋଜନା ଦ୍ୱାରା ସେମାନଙ୍କ ଫସଲ ଉତ୍ପାଦନରେ ପୂର୍ବାପେକ୍ଷା ଅଧିକ ଦ୍ଵିଗୁଣ ଲାଭ ହୋଇ ବେଶ ଉପକୃତ ହୋଇ ପାରୁଛନ୍ତି ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ଯୋଜନାର ବେଶ ସଫଳତା ଦେଖିବାଲୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବଡ କଳାକୋଟ ଗ୍ରାମ ପଞ୍ଚାୟତ ଅଞ୍ଚଳରେ । ଏହି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରତି ଲୋକମାନେ ବେଶ ଆକର୍ଷିତ ଓ ଉତ୍ସାହିତ ହୋଇ ଏହାକୁ ସେମାନଙ୍କ ଚାଷବାସ କ୍ଷେତ୍ରରେ ଉପଯୋଗ କରିବା ପାଇଁ ବେଶ ଆଗ୍ରହ ପ୍ରକାଶ କରିଛନ୍ତି । ଚାଷୀମାନେ ସେମାନଙ୍କ ଚାଷଜମିର ମାଟି ନମୁନା ପାଇଁ ସଂଗ୍ରହ କରି କୃଷିବିଭାଗ ପକ୍ଷରୁ ଯାଇଥିବା ଭ୍ରାମ୍ୟମାଣ ମୃତ୍ତିକା ସ୍ୱାସ୍ଥ୍ୟ ଗାଡିକୁ ପରୀକ୍ଷାଗାରରେ ଥିବା ପରୀକ୍ଷକ ମାନଙ୍କୁ ଦେଇଥିଲେ । ବହୁ ସଂଖ୍ୟାରେ ଚାଷୀମାନେ ସେମାନଙ୍କ ଚାଷଜମିର ମାଟି ନମୁନା ଆଣି ଦେବା ପାଇଁ ଭିଡ ଜମିଥିଲା ।
ମୃତ୍ତିକା ପରୀକ୍ଷକ ମାନେ ସେହି ମାଟିକୁ ନେଇ ପାରଳାଖେମୁଣ୍ଡି କୃଷି ବିଭାଗ ଠାରେ ଥିବା ମୃତ୍ତିକା ପରୀକ୍ଷାଗାରରେ ପରୀକ୍ଷା କରି ଚାଷୀଙ୍କୁ ମୃତ୍ତିକା କାର୍ଡ ଯୋଗାଇ ଦେଉଛନ୍ତି । ବିଭିନ୍ନ ସମୟରେ କୃଷିବିଭାଗ ପକ୍ଷରୁ କୃଷି ଅଧିକାରୀ ମାନେ ଚାଷୀମାନଙ୍କ ଚାଷ ଜମି ପାଖକୁ ଯାଇ ଚାଷୀ ମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡର ଆବଶ୍ୟକତା , ଏହା ଦ୍ବାରା ଚାଷୀ କିଭଳି ଉପକୃତ ହୋଇଥାଏ , ମାଟି ନମୁନା କିପରି ଏବଂ କେଉଁଭଳି ସଂଗ୍ରହ କରିବାକୁ ହେବ ତାହା ଯାଇ ବୁଝାଉଛନ୍ତି ।ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ରେ ଚାଷୀଙ୍କ ଜମିର ମାନ କିଭଳି ରହିଛି, ସେହି ମାଟିରେ ଧାନ ଚାଷ କଲେ କେଉଁ ସାର ପ୍ରୟୋଗ କରିବାକୁ ହେବ ଏବଂ କେତେ ପରିମାଣର ପ୍ରୟୋଗ କରିବାକୁ ହେବ, ଏହା ଦ୍ବାରା ଚାଷୀ କିଭଳି କମ୍ ଖର୍ଚ୍ଚରେ ଅଧିକ ଫସଲ ଉତ୍ପାଦନ ହୋଇ ପାରିବ ତାହା ବୁଝାଇଥିଲେ ।
ଏଠାରେ ସୂଚନା ଯୋଗ୍ୟଯେ ଚଳିତ ବର୍ଷ ଗଜପତି ଜିଲ୍ଲାର ୫ ହଜାର ଚାଷୀଙ୍କୁ ଏହି କେନ୍ଦ୍ରୀୟ ଯୋଜନାରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦେବାକୁ ଲକ୍ଷଧାର୍ଯ୍ୟ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୫୦୦ ଚାଷୀଙ୍କୁ ଏହି ଯୋଗାଇ ଦିଆହେଲାଣି। ପରେ କୃଷିବିଭାଗ ଅଧିକାରୀ ମାନେ ବିଭିନ୍ନ ଚାଷୀଙ୍କ ଜମିକୁ ଯାଇ ମାଟି ନମୁନା କିଭଳି ଏବଂ କେଉଁ ଠାରୁ ଓ କିପରି ସଂଗ୍ରହ କରି ପରୀକ୍ଷା ପାଇଁ ଦେବେ କହିଥିଲେ । ଏ ସମ୍ପର୍କରେ ଚାଷୀମାନେ କହିଛନ୍ତି , ଯେ ସେମାନେ ପୂର୍ବରୁ ଚାଷବାସ କି ସେଥିରେ କେତେ ସାର ପଡିବ ଜାଣି ପାରୁ ନ ଥିଲେ , ହେଲେ କେନ୍ଦ୍ର ସରକାରଙ୍କ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ସମ୍ପର୍କରେ ଜାଣି ସେହି ପ୍ରକାରେ ଚାଷ କରିବା ଫଳରେ କିଭଳି ଉପକୃତ ହେଉଛନ୍ତି , ସେମାନେ କହିଥିଲେ ।
ସେହିଭଳି କୃଷି ବିଭାଗ ବୈଷୟିକ ଅଧିକାରୀ ମୋତିଲାଲ ଖୁଣ୍ଟିଆ , କୃଷକ ସାଥି ପ୍ରେମାନନ୍ଦ ଭୂୟାଁ ଏବଂ ଗ୍ରାମ୍ୟ କୃଷି ମଙ୍ଗଳ ଅଧିକାରୀ ରଶ୍ମିକାନ୍ତ ଭୂୟାଁ ମଧ୍ୟ ସେମାନେ କିଭଳି ଏହି କେନ୍ଦ୍ରୀୟ ଯୋଜନାରେ ଚାଷୀ ବେଶ ଉପକୃତ ହୋଇପାରିବେ ସେ ବିଷୟରେ ଚାଷୀଙ୍କ କ୍ଷେତ ଜମିକୁ ଯାଇ ଚାଷୀଙ୍କୁ ବିଭିନ୍ନ ପରାମର୍ଶ ଦେଉଛନ୍ତି ବୋଲି କହିଛନ୍ତି। ଚାଷୀକୁଳଙ୍କ ପକ୍ଷରୁ ଭ୍ରାମ୍ୟମାନ ମୃତ୍ତିକା ସ୍ବାସ୍ଥ୍ୟ ପରିକ୍ଷକ ଦେବେନ୍ଦ୍ର କୁମାର ସାସମାଲ , ଜିତେନ୍ଦ୍ର ସାମଲ ଏବଂ ଆଲୋକ କୁମାର ସାମନ୍ତ ରାୟ ପ୍ରମୁଖ ମାନେ ମାଟି ନମୁନା ସଂଗ୍ରହ କରି ସେମାନେ କିଭଳି ପରିକ୍ଷାଗାରକୁ ନେଇ ପରୀକ୍ଷା କରି ଚାଷୀ ମାନଙ୍କ ଦେଉଛନ୍ତି ତାହା କହିଥିଲେ । ଏସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀ ଇରାଣୀୟସ ପ୍ରଧାନ ମଧ୍ୟ କେନ୍ଦ୍ର ସରକାରଙ୍କ ଏହା ଚାଷୀମାନଙ୍କ କ୍ଷେତ୍ରରେ ଏକ ଲୋକପ୍ରିୟ ଯୋଜନା କହି ଅଧିକ ସୂଚନା ପ୍ରଦାନ କରିଥିଲେ।