ହେଡଲାଇନସ୍:

ସୁନ୍ଦରଗଡ କଇଁତରାରେ ପଶ୍ଚିମାଞ୍ଚଳଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ମାତୃଭାଷା ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ/ସମ୍ବଲପୁର -(ରମାକାନ୍ତ ବିଶ୍ବାଳ ) ଦେଶର ବିକାଶ ପାଇଁ ସରକାର  ଯୋଜନା  ପ୍ରସ୍ତୁତି କରିବା ସମୟରେ ଜନଗଣନା ରୁ ମିଳିଥିବା ତଥ୍ୟ କୁ ଆଧାର  ଭାବେ ଗ୍ରହଣ  କରିଥାନ୍ତି । ତେବେ ପଶ୍ଚିମାଞ୍ଚଳ ରେ ଦୁଇକୋଟୀରୁ ଅଧିକ  ଲୋକ ସମ୍ବଲପୁରୀ ରେ କଥାବାର୍ତ୍ତା କରୁଥିବା ବେଲେ ଜନଗଣନା ରେ ତାହା ପ୍ରତିଫଳିତ  ହୋଇପାରୁନାହିଁ । ସେଥିପାଇଁ ସମ୍ବଲପୁରୀ ଭାଷା ସଂସ୍କୃତି ର ବିକାଶ  ଦିଗରେ  ସଠିକ ଯୋଜନା ତିଆରି  ହୋଇପାରୁନାହିଁ । ପଶ୍ଚିମାଞ୍ଚଳ ବାସୀଙ୍କୁ ଏକଜୁଟ କରିବା ସହ ସମ୍ବଲପୁରୀ ଭାଷା ସଂସ୍କୃତି ର ପ୍ରଚାର ପାଇଁ ୨୦୧୩ ମସିହାରୁ କାର୍ଯ୍ୟ କରିଆସୁଥିବା ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସୁନ୍ଦରଗଡ ଜିଲ୍ଲାରେ ଏନେଇ ସଚେତନତା କାର୍ଯ୍ୟକ୍ରମ  ଆରମ୍ଭ ହୋଇଛି । ହୁମା ବକ୍ର ମନ୍ଦିର ରୁ ବିଶ୍ବ  ମାତୃଭାଷା ଦିବସରୁ  ଆରମ୍ଭ ହୋଇଥିବା ସମ୍ବଲପୁରୀ ମାତୃଭାଷା ଅଭିଯାନ କୁ କିପରି ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲା ରେ ସଫଳ  କରାଯାଇପାରିବ ସେ ନେଇ ସୁନ୍ଦରଗଡ ଜିଲ୍ଲାର କଇଁତରା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

      ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆବାହକ ଭବାନୀ ଶଙ୍କର ଭୋଇ ଙ୍କ ସଭାପତି ତ୍ବରେ  ଅନୁଷ୍ଠିତ ଏହି  ବୈଠକରେ କେନ୍ଦ୍ରୀୟ ମୁଖ୍ୟ  ସଂଯୋଜକ ମାନସ ରଂଜନ ବକ୍ସି, ଅର୍ଥ ସଂଯୋଜକ ସୁବୋଧ ଦୋରା, ଯୁବ ସଂଯୋଜକ ଦେବାଶିଷ ବେହେରା, ଝାରସୁଗୁଡା ଜିଲ୍ଲା  ସଂଯୋଜକ ଅଜିତ ରଥ, ସହ ସଂଯୋଜକ ମହମ୍ମଦ୍ ନାସିର, କାର୍ଯ୍ୟକ୍ରମ ସଂଯୋଜକ ରାଜେଶ  ପାଢୀ, ସୁନ୍ଦରଗଡ ଜିଲ୍ଲା  ସଂଯୋଜକ ରୋଶନ ସାହୁ, ମାନସୀ ପଣ୍ଡା, ଆଭାସ ପଣ୍ଡା, ରାଜେଶ ସ୍ବାଇଁ, ନିଶିକାନ୍ତ ବିଶ୍ବାଳ, ରିଣ୍ଟୁ ସୁତାର, ବସନ୍ତ  ରୋହିଦାସ, ସତ୍ୟ ନାରାୟଣ  ପଣ୍ଡା, ସିକୁ ପଣ୍ଡା, ସୋନୁ ଯାଦବ, ଏସ.କେ.କଲିମ, ଉମେଶ ବେହେରା ମନୋରଞ୍ଜନ ମହାପାତ୍ର, ପ୍ରମୁଖ  ସାମିଲ  ହୋଇଥିଲେ ।

      ବୈଠକରେ  ଆଗାମୀ ଜନଗଣନା ସମୟରେ ପଶ୍ଚିମାଞ୍ଚଳବାସୀ ସମ୍ବଲପୁରୀକୁ ନିଜର ମାତୃଭାଷା ଭାବେ ଉଲ୍ଲେଖ କରିବାକୁ  ଅନୁରୋଧ କରାଯାଇଥିଲା । ଏନେଇ ଲୋକଙ୍କୁ ସଚେତନ  କରିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ବ୍ଲକ ସ୍ତରରେ ବିଭିନ୍ନ  କାର୍ଯ୍ୟକ୍ରମ  ଆରମ୍ଭ କରିବାକୁ  ନିଷ୍ପତ୍ତି  ନିଆଯାଇଥିଲା ।

 

0
0
0
s2sdefault