ହେଡଲାଇନସ୍:

ନିର୍ଯ୍ୟାତନା ନିବାରଣ ଆଇନ ପ୍ରଶିକ୍ଷଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି  ପ୍ରଶିକ୍ଷଣ  ପ୍ରତିଷ୍ଠାନର ସମ୍ମିଳନୀ ଗୃହ ଠାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ  ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ମିଳିତ ସହଯୋଗରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

  ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ନିର୍ଯ୍ୟାତନା ନିବାରଣ ଆଇନ, ସୂଚନା ଅଧିକାର ଆଇନ, ଓଡ଼ିଶା ଲୋକସେବା ଅଧିକାର ଆଇନ ସମ୍ପର୍କିତରେ ପ୍ରଶିକ୍ଷଣ ଦିଆଯାଇଥିଲା।

 ଏଥିରେ ଜିଲ୍ଲାପାଳ ଅନୁପମ ସାହା ଯୋଗଦେଇ ଏହି ସବୁ ଆଇନ ବିଷୟରେ ସାଧାରଣ ଲୋକେ ଅବଗତ ହେବା ଆବଶ୍ୟକ ବୋଲି କହିବା ସହ ଏଗୁଡ଼ିକ ପ୍ରକୃତ ପକ୍ଷେ କାର୍ଯ୍ୟରେ ଲାଗିବା ଦରକାର ବୋଲି  କହିଥିଲେ। 

 ସେହି ପରି ପାରାଲିଗାଲ କର୍ମୀ ମାନଙ୍କର ଏହି ସବୁ କ୍ଷେତ୍ରରେ କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସେ ବିଷୟରେ ସେହି କର୍ମୀ ମାନେ ଅବଗତ ହେବା ସହ ତାକୁ ପାଳନ କରିବା ଆବଶ୍ୟକ ବୋଲି ସେ କହିଥିଲେ।  ସୂଚନା ଅଧିକାର ଆଇନକୁ କିପରି ବ୍ୟବହାର କରାଯାଇ ବିଭିନ୍ନ ଦୁର୍ନୀତିର ପର୍ଦ୍ଧାଫାସ କରାଯାଇ ପାରିବ ସେ ବିଷୟରେ କୁହାଯାଇଥିଲା।

 ଅନ୍ୟ ପକ୍ଷରେ ଓଡ଼ିଶା ଲୋକସେବା ଆଇନର ବିଭିନ୍ନ ଦିଗ ଏବଂ ତାର ପରିସର ବିଷୟରେ ସମସ୍ତେ ଅବଗତ ହେବା ଆବଶ୍ୟକ ବୋଲି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କୁହାଯାଇଥିଲା।  ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ସ୍ୱତନ୍ତ୍ର ସଚିବ ଟି.ଏସ୍.ଚକ୍ରବର୍ତ୍ତୀ , ଅବସରପ୍ରାପ୍ତ ଭାରତୀୟ ପ୍ରଶାସକ ଜେ. ବି. ମିଶ୍ର, ପରିବାର କଲ୍ୟାଣ କମିଶନ ମୀନାକୁମାରୀ, ଗଜପତି ଜିଲ୍ଲା  ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କୁମାର ବେହେରା, ପାରାଲିଗାଲ କର୍ମୀ, ଆଇନ ସଚେତକ ତଥା ଜିଲ୍ଲା ବିଭିନ୍ନ ଥାନାର ପୋଲିସ ଅଧିକାରୀ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

0
0
0
s2sdefault