ହେଡଲାଇନସ୍:

ଅକଳ୍ପନୀୟ ଆନନ୍ଦ : ୬୨ ବର୍ଷ ପରେ ମିଶିଲେ. ବୟସର ସାୟାହ୍ନରେ ସାଉଁଟିଲେ ହଜିଲା ଦିନର ସ୍ମୃତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସରକାରୀ ଦାସରଥି ଉଚ୍ଚ ବିଦ୍ୟାଳୟ ୧୯୫୮ ମସିହା ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

ଭୁବନେଶ୍ୱର (ଶାସକ ପ୍ରଶାସକ) ୧୯୨୫ ମସିହାରେ ପ୍ରତିଷ୍ଠିତ ପୁରୀ ଜିଲ୍ଲାର ତୃତୀୟ ସର୍ବପୁରାତନ ସରକାରୀ ଦାଶରଥି ଉଚ୍ଚ ବିଦ୍ୟାଳୟର ୧୯୫୮ ମସିହା ମାଟ୍ରିକ  ବ୍ୟାଚ ଛାତ୍ରମାନଙ୍କର ଏକ ବନ୍ଧୁମିଳନ ସଂପ୍ରତି ଅନୁଷ୍ଠିତ  ହୋଇଯାଇଛି । ଦୀର୍ଘ ୬୨ ବର୍ଷର ବ୍ୟବଧାନ ପରେ ପୁରାତନ ଛାତ୍ରମାନେ ଏହି ବନ୍ଧୁମିଳନରେ ଏକତ୍ରିତ ହୋଇ ପରସ୍ପରକୁ ଆଲିଙ୍ଗନ କରିବା ସହ ଅତିମାତ୍ରାରେ ଭାବବିହ୍ୱଳ ହୋଇ ଉଠିଥିଲେ| ଅତ୍ୟଧିକ ଖୁସିରେ ପ୍ରାୟତଃ ସମସ୍ତଙ୍କ କାନ୍ଥ ବେଶ କିଛି ସମୟ ପାଇଁ ବାଷ୍ପରୁଦ୍ଧ ହୋଇଯାଇଥିଲା |  କେବେ ବି ଭାବିନଥିଲେ ସେମାନେ ଜୀବନରେ ପୁଣି କେବେ ଏକାଠି ମେଳ ହେବେ ବୋଲି |  ଅକଳ୍ପନୀୟ ଆନନ୍ଦ ସେମାନଙ୍କ ମନ ଭିତରେ | ବୟସର ସାୟାହ୍ନରେ ଏହି ମିଳନର ସ୍ମରଣୀୟ ମୁହୂର୍ତ୍ତରେ ସଭିଏଁ ସାଉଁଟିଥିଲେ  ହଜିଲା ଦିନର ସ୍ମୃତି | 

ସ୍ୱାଧିନତା ପ୍ରାପ୍ତିର ଦୀର୍ଘ ୨୩ ବର୍ଷ ପୂର୍ବରୁ ସ୍ଥାନୀୟ ଜମିଦାର ଦାସରଥି ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ  ଏହି ଉଚ୍ଚ ବିଦ୍ୟାଳୟରେ ପୂର୍ବରୁ ଶ୍ରୀ ବିଛନ୍ଦ ଚରଣ ପଟ୍ଟନାୟକ, ଶ୍ରୀ ମନମୋହନ ପଟ୍ଟନାୟକ, ଶ୍ରୀ କୃର୍ଣ୍ଣ ମହାନ୍ତି, ବନବିହାରୀ ପଟ୍ଟନାୟକଙ୍କ ଭଳି ବହୁ ଦକ୍ଷ ପ୍ରଧାନ ଶିକ୍ଷକ ଏଠାରେ ଶିକ୍ଷାଦାନ କରୁଥିବାରୁ ଦଶପଲ୍ଲା, ଖଣ୍ଡପଡ଼ା, ନୟାଗଡ଼, ରଣପୁର, ବାଣପୁର ପ୍ରଭୃତି ଦୂରଦୂରାନ୍ତରରୁ ଛାତ୍ରମାନେ ଆସି ଏଠାରେ ଶିକ୍ଷାଲାଭ କରୁଥିବା ଯୋଗୁଁ ଏହି ଉଚ୍ଚ ବିଦ୍ୟାଳୟଟି ବହୁ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଦାନର ସୁଯୋଗ ସୃଷ୍ଟି କରୁଥିଲା । ଏହି ବିଦ୍ୟାଳୟରେ ଶିକ୍ଷାଲାଭ କରିଥିବା ଅନେକ ଛାତ୍ରଛତ୍ରୀ ସମାଜରେ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ  କରିପାରିଥିଲେ । 

ସଂପ୍ରତି ଏହି ଉଚ୍ଚ ବିଦ୍ୟାଳୟ ଦୀର୍ଘ ୯୫ ବର୍ଷର ଐତିହ ବହନ କରି ଶିକ୍ଷାର ଆଲୋକରେ ବହୁ ଛାତ୍ରଛାତ୍ରୀଙ୍କ ଜୀନକୁ ଆଲୋକିତ କରିପାରିଥିବାରୁ ବନ୍ଧୁମିଳନରେ ପ୍ରତିଷ୍ଠାତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ଏହି ବନ୍ଧୁମିଳନରେ ଡ଼.ବ୍ରହ୍ମାନନ୍ଦ ମହାନ୍ତି, ଶ୍ରୀ ରାମଚନ୍ଦ୍ର ସାହୁ, ସାରଙ୍ଗଧର ପଟ୍ଟନାୟକ, ଲକ୍ଷ୍ମୀଧର ପାଇକରାୟ, ବିଜୟ ପଟ୍ଟନାୟକ, ଭୁବନେଶ୍ୱର ରାଉତରାୟ, ସୁରେନ୍ଦ୍ର  ମହାନ୍ତି, ଦିଗମ୍ବର ହରିଚନ୍ଦନ, ତାରା ପ୍ରସାଦ  ପଟ୍ଟନାୟକ, ରଘୁନାଥ ବଳିଆର ସିଂ, ସୁରେଶ ଭଞ୍ଜ ଓ ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । 

ବାର୍ଦ୍ଧକ୍ୟ , ଅସୁସ୍ଥତା ଓ ଜରୁରୀ ବ୍ୟକ୍ତିଗତ କାରଣରୁ ସର୍ବଶ୍ରୀ ସୁରେନ୍ଦ୍ର ସିଂ ଭୋଳ, ବେଣୁଧର ବଳବନ୍ତ ରାୟ, ମହାବାହୁ ଜେନା, ସୋମନାଥ ମିଶ୍ର, ଶ୍ରୀକୃଷ୍ଣ  ସାହୁ, ବଶିଂଧର ସାହୁ, ପ୍ରଶନ୍ନ ପଟ୍ଟନାୟକ, ବିରକିଶୋର ସାହୁ,ରାମଚନ୍ଦ୍ର ପଣ୍ଡା, ଶ୍ରୀମତି ପଙ୍କଜିନି ନଟ୍ଟନାୟକ ଓ ଶ୍ରୀମତି ଭାରତୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇପାରିନଥିଲେ । 

୧୯୫୮ ମସିହାରେ ମାଟ୍ରିକ୍ୟୁଲେସନ ପରୀକ୍ଷା ଦେଇଥିବା ଏହି ବିଦ୍ୟାଳୟର ଛାତ୍ରମାନଙ୍କ ମଧ୍ୟରୁ ସଂସାରି ମଲିକ, ସତ୍ୟସିଂ ପଇକରାୟ, ବିଜୟ କୁମାର ହରିଶଚନ୍ଦନ, ବୈଷ୍ଣବ  ଦାସ, ବଟକୃଷ୍ଣ ପଟ୍ଟନାୟକ, ଜଲିଲ ଉଦ୍ଧିନ କଳାପାହାଡ଼, ସୁବୋଧ ଦାସ, ସତ୍ୟବାଦି ମିଶ୍ର, ନଟବର ନାୟକ ଓ ଗଗନ ପଟ୍ଟନାୟକ ଇତି ମଧ୍ୟରେ ଇହଧାମ ତ୍ୟାଗ କରିଥିବାରୁ ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । 

0
0
0
s2sdefault