ହେଡଲାଇନସ୍:

ବିଜେପି  ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ଏବଂ ମୂଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା/ ଦିଲ୍ଲୀପ ମହାନ୍ତି :  ସାରା ରାଜ୍ୟରେ ଏବେ ବେକାରୀ ସମାସ୍ୟା ବଢି ଚାଲିଥିବା ବେଳେ ଏଥିପ୍ରତି ସରକାରୀ ସ୍ତରରେ ନା କୌଣସି ସଠିକ ଯୋଜନା ପ୍ରଣୟନ ହେଉଛି ଅଥବା ଏହାର ନିରାକରଣ ପାଇଁ କୌଣସି ବ୍ୟବସ୍ଥା କରାଯାଉଛି । ଆମ ରାଜ୍ୟରେ ରୋଜଗାର ପାଇଁ କିଛି ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀମାନେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳୁଛି । ଚଳିତ ଆର୍ଥିକ ବଜେଟରେ ମଧ୍ୟ ସରକାର ସେପରି କଛି ଆଖି ଦୃଶିଆ ପଦକ୍ଷେପ ନେଇ ନଥିବା କଥା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ କୁହାଯାଇଛି । ବେକାରୀ ସମାସ୍ୟାକୁ ନେଇ ଆଜି ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଯଥାଶୀଘ୍ର ସରକାରଙ୍କ ପକ୍ଷରୁ ବେକାରୀ ସମାସ୍ୟା ଦିଗରେ ଧ୍ୟାନ ଦିଆ ନଗଲେ ଆନ୍ଦୋଳନ କୁ ଯୋରଦାର କରାଯିବ ବୋଲି କହିଛନ୍ତି ଭାରତୀୟ ଜନତା ପାର୍ଟି ମୟୂରଭଞ୍ଜ ଜିଲ୍ଲାର ପୁର୍ବତନ ସଭାପତି ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ।

 

0
0
0
s2sdefault