ହେଡଲାଇନସ୍:

ସୋଆ ଆଇଡିଏସ୍ ପକ୍ଷରୁ ଅଭିନବ ପଦ୍ଧତିରେ ଅର୍ଥୋଡଂଟିକ୍ସ ସର୍ଜରୀ ସମ୍ପର୍କିତ କର୍ମଶାଳା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ବିଶ୍ୱବିଦ୍ୟାଳୟ) ପରିଚାଳିତ ଇନଷ୍ଟିଟ୍ୟୁଟ  ଅଫ୍ ଡେଂଟାଲ୍ ସାଇନ୍ସେସରେ  ଅଭିନବ ପଦ୍ଧତିରେ ଅର୍ଥୋଡଂଟିକ୍ସ ଓ ଓରାଲ୍ ମ୍ୟାକ୍ସିଲୋଫେସିଆଲ୍ ସର୍ଜରୀ ସମ୍ପର୍କିତ ଏକ କର୍ମଶାଳା ମଙ୍ଗଳବାର ଆୟୋଜିତ ହୋଇଯାଇଛି ।

 “ସୋଆ ସର୍ଜରୀ ଫାଷ୍ଟ ସମିଟ୍ ଆଣ୍ଡ କମ୍ପେ୍ଲକ୍ସ ଅର୍ଥୋଡଂଟିକ୍ସ – ମିଟ୍ ଦି ମାଷ୍ଟର୍ସ ଅନ୍ ୱାନ୍ ପ୍ଲାଟଫର୍ମ” ଶୀର୍ଷକ ଏହି କର୍ମଶାଳାରେ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଅନେକ ପ୍ରତିନିଧି ଯୋଗ ଦେଇଥିଲେ । ଚେନ୍ନାଇର ମିନାକ୍ଷୀ ଅମଲ୍ ଡେଂଟାଲ୍ କଲେଜର ପ୍ରଫେସର ପି. ଅନନ୍ତନାରାୟଣନ୍, ପୁନେସ୍ଥିତ ଏମ୍.ଏ. ରେଙ୍ଗୁନ୍ୱାଲା କଲେଜ ଅଫ୍ ଡେଂଟାଲ୍ ସାଇନ୍ସେସର  ପ୍ରଫେସର ସଲିଲ୍ ନେନେ, କାମ୍ବୋଡିଆ ନୋମ୍ପେନ ସ୍ଥିତ ପୁଥିଶାସ୍ତ୍ର ବିଶ୍ୱବିଦ୍ୟାଳୟର ଡଃ ଅଦିତ୍ ବେନୁଗୋପାଲ ଏବଂ ଚେନ୍ନାଇ ସ୍ଥିତ ସବିତା ଡେଂଟାଲ୍ କଲେଜର ଡଃ ଶ୍ରୀ ରେଙ୍ଗାଲକ୍ଷ୍ମୀ ଏହି କର୍ମଶାଳାରେ ବକ୍ତବ୍ୟ ରଖିଥିଲେ । “ ଅଭିନବ ପଦ୍ଧତିରେ ଚିକିତ୍ସା ଅଳ୍ପ ସମୟରେ ହୋଇଥାଏ, ସୁରକ୍ଷିତ ରହେ ଏବଂ ବେଶୀ ସଫଳ ହୁଏ । ଏହା ରୋଗୀମାନଙ୍କ ନିମନ୍ତେ ବେଶ ସହାୟକ ହୋଇଥାଏ” ବୋଲି ଆଇଡିଏସ୍ ଡିନ୍ ପ୍ରପେସର ନୀତା ମହାନ୍ତି କହିଛନ୍ତି । 

ପ୍ରଫେସର ଶୋଭନ୍ ମିଶ୍ର ଏବଂ ପ୍ରଫେସର ସ୍ମୃତିଭୂଷଣ ନନ୍ଦ କର୍ମଶାଳାର କାର୍ଯ୍ୟକାରୀ ସମ୍ପାଦକ ଏବଂ ସହ କାର୍ଯ୍ୟକାରୀ ସଂଯୋଜକ ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ବକ୍ତବ୍ୟ ମଧ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଡଃ ସ୍ୱାତୀ ଏ. ଆଚାର୍ଯ୍ୟ ଏବଂ ଡଃ ସତ୍ୟବ୍ରତ ପଟ୍ଟନାୟକ କାର୍ଯ୍ୟକାରୀ ସମ୍ପାଦକ ଏବଂ ସହକାର୍ଯ୍ୟକାରୀ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ । 

0
0
0
s2sdefault