ହେଡଲାଇନସ୍:

ସହିଦଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଲା ସର୍ଗିବାହାଲ୍ ୟୁଥ୍ ଆର୍ମି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)ଗତ ବର୍ଷ ତା ୧୪ ଫେବୃଆରୀ ରେ ପୁ ଲ ୱା ମା ରେ ହେଇଥିବା ଆତଙ୍କବାଦୀ ଆକ୍ରମଣ ରେ ଯେଉଁ ୪୦ ବୀର ଜବାନ୍ ଶହୀଦ ହୋଇଥିଲେ । ସେହି ଦୁଃଖତ୍ ଘଟଣା ସାରା ଦେଶ କୁ ଦୋହଲାଇ ଦେଇଥିଲା । ସେହି ଦୁଃଖଦ ଘଟଣା କୁ ଆଜିକା ଦିନରେ ଗୋଟିଏ ବର୍ଷ ବିତିଯାଇଥିଲେ ମଧ୍ୟ ସେହି ବୀର ଜବାନ୍ ମାନଙ୍କୁ ମାତୃଭୂମି ଏବେ ବି ଝୁରୁଛି ସେହି ଜବାନ୍ ମାନଙ୍କ ପରିବାର ର ଆଖିର ଲୁହ ଏ ଯାଏ ଶୁଖିନି । ଏହି ଦିନ କୁ ମନେ ପକାଇ ଆଜି ସର୍ଗିବାହାଲ୍ ୟୁଥ୍ ଆର୍ମି ଏକ ଶୋଭଯାତ୍ରା ର ଆୟୋଜନ କରିଥିଲେ ତଥା ସେହି ବୀର ମାଟିର ସୁପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଉକ୍ତ ଶୋଭାଯାତ୍ରା ରେ ଗ୍ରାମର ଅବସରପ୍ରାପ୍ତ ଆର୍ମି ଅଫିସର ବୈରାମ ସିଂ ବାଗ ସର୍ଗିବାହାଲ୍ ୟୁଥ୍ ଆର୍ମି କୁ ଦେଶ ପ୍ରେମ ଏବଂ ସେବା ବିଷୟ ରେ ଉଦବୋଧନ ଦେଇ ଥିଲେ । ପରିଶେଷରେ ଗ୍ରାମ ର ସମସ୍ତ ଯୁବକ ମାନଙ୍କୁ ନେଇ ଶୋଭାଯାତ୍ରା ବାହାରିଥିଲା । ଏ ଥିରେ ସୁମନ୍ତ , ଉମେଶ, ବିଜେ, ରିଙ୍କୁ, ଡିଲେଶ୍ୱର୍(ପପୁ) ଭୋଜରାଜ ଏବଂ ଗ୍ରାମର ବରିଷ୍ଠ ବ୍ୟକ୍ତି ଉମାକାନ୍ତ, ଭରତ,ସାଗର,ଆଲୋକ ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault