ହେଡଲାଇନସ୍:

ନଜର ପଡି଼ବ କି ମୁଖ୍ୟମନ୍ତ୍ରୀ ଆଉ ୫-ଟି ସଚିବଙ୍କର :ଏହା ଭୂମିହୀନ ଗରିବଙ୍କ ପ୍ରତି ସହାୟତା ନା ଉପହାସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ଖଜଣାଦେଇ ବି ୬ ବର୍ଷ ହେଲା ଜମି ଜମି ଚିହ୍ନଟ ହେଉନି 

ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ହିତାଧିକାରି ମାନେ ତହସିଲ ଆଗରେ ଧାରଣା ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା  ବୀରମହାରାଜପୁର ତହସିଲ ଅନ୍ତର୍ଗତ କେନଝରିଆପାଲି ଆର ଆଇ ଅଧିନ ବାଘରତୈଲା ଗ୍ରାମର ପ୍ରାୟ ୨୫ଜଣ ଭୂମିହୀନ ହିତାଧିକାରୀମାନେ ଜମି ଚିହ୍ନଟ ପାଇଁ ବିଶାଳ ଶୋଭାଯାତ୍ରା ସହ ଧାରଣା ଦେଇଥିଲେ । ଅଭିଯୋଗ ଅନୁଯାୟୀ ଉକ୍ତ ଗ୍ରାମର ୨୫ଜଣ ହିତାଧିକାରୀମାନଙ୍କୁ  ୨୦୧୩ ମସିହାରେ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ସେହି ଦିନ ଠାରୁ ଉକ୍ତ ଜମିର ଖଜଣା ପ୍ରତି ବର୍ଷ ପ୍ରଦାନ କରୁଥିଲେ । ହେଲେ ଆଜି ପର୍ଯ୍ୟନ୍ତ  ପ୍ରଶାସନର ଉଦାସୀନତା ଯୋଗୁ ଏମାନଙ୍କର ଜମି  ଚିହ୍ନଟ ହୋଇପାରୁନଥିଲା । ଏହି ସମସ୍ୟା ନେଇ ଗତ ୧ ଫେବୃଆରୀ ମାସରେ ଜିଲ୍ଲା ପରିଷଦ ସଭ୍ୟ ଗାୟତ୍ରୀ ପାଣିଗ୍ରାହୀ ତହସିଲଦାରଙ୍କୁ ଜମି ଚିହ୍ନଟ କରିବାକୁ ଦାବି ପତ୍ର ଦେଇଥିଲେ । ହେଲେ ୭ ଦିନ ଭିତରେ ଜମି ଚିହ୍ନଟ ନହେବାରୁ ଆଜି ଜମି ପଟ୍ଟା ପାଇଥିବା  ୨୫ଜଣ ହିତାଧିକାରୀଙ୍କ ସହ ଶ୍ରୀମତୀ ପାଣିଗ୍ରାହୀ ଏକ ବିଶାଳ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟକୁ ଆସିଥିଲେ । 

ଏଠାରେ ଅନଶନ ଦେବା ପୂର୍ବରୁ ତହସିଲଦାର ସୂର୍ଯ୍ୟାଶୁ ଋତୁ କହିଥିଲେ ଯେ, ଆସନ୍ତା ୧୭ ତାରିଖ ଜମି ଚିହ୍ନଟ କରାଯିବ  । ହେଲେ ପ୍ରଶାସନ ବାରମ୍ବାର ଫାଙ୍କି ଚାଲିଥିବା କାରଣରୁ ତହସିଲଦାରଙ୍କ ପ୍ରତିଶ୍ରୁତିରେ ରାଜିନହୋଇ ଧାରଣା ଦେବାକୁ ଜିଦ୍ କରିଥିଲେ । ଏନେଇ ବୀରମହାରାଜପୁର ଅତିରିକ୍ତ ତହସିଲଦାର ଗଙ୍ଗାରାମ ବୁଡେକଙ୍କ ନେତୃତ୍ବରେ କେନଝରିଆପାଲି ଆର ଆଇ, ସୁପରଭାଇଜର ଓ ଅମିନ ଙ୍କ ମିଳିତରେ ୧୦ଜଣ ହିତାଧିକାରୀଙ୍କର  ବାଘରତୈଲା  ମୌଜାରେ ଜମି ଚିହ୍ନଟ କରାଯାଇଥିଲା । ଆସନ୍ତା ସୋମବାର ଦିନ ବାକି ଥିବା ସମସ୍ତ ହିତାଧିକାରୀଙ୍କ ର ଜମି ଚିହ୍ନଟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି  ।

0
0
0
s2sdefault