ହେଡଲାଇନସ୍:

ଚୋରମନ ଗଣ୍ଠିରେ : ଅନୁପଙ୍କ ବହିଷ୍କାର, ଅନେକ ନେତାଙ୍କ ମତି ଅସ୍ଥିର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଗିରିଜା ଦାଶ) : ଅନୁପ ସାଏଙ୍କୁ ପୋଲିସ ଯେଉଁ ଅପରାଧରେ ଗିରଫ କରିଛି ତାହା ଅତି ଜଘନ୍ୟ | ଅଦାଲତରେ ତାହା ପ୍ରମାଣିତ ହେବ ଅନୁପ ଦୋଷୀ କି ନିର୍ଦ୍ଦୋଷ | ହୁଏତ ରାଜନୀତି ସହ ଅନୁପ ସାଏଙ୍କ ଗିରଫଦାରୀ ସମ୍ପର୍କ ନଥାଇପାରେ | ହେଲେ ଅନୁପଙ୍କ ଗିରଫଦାରୀ ପରେ କିନ୍ତୁ ନବୀନ ବାବୁ ଯେଉଁ ଫାଷ୍ଟ ପଦକ୍ଷେପ ନେଲେ ତାହା ପ୍ରଥମ ଥର ପାଇଁ ଏତେ କ୍ଷିପ୍ର ଗତିରେ ହେଲା ଆଉ ଏମିତି ହେଲା, ଯାହାକି ନେତାଙ୍କ ଭିତରେ ଗୋଟାଏ ଛନକା ପୁରାଇ ଦେଇଛି | ଆଗରୁ ବୁଲେଟ ଟ୍ରେନ ସ୍ପିଡ଼ରେ ଏମିତି କାର୍ଯ୍ୟାନୁଷ୍ଠାନ ହୋଇନଥିଲା | ଏ ୫ ଟି ମୋ ସରକାର ଆରମ୍ଭ ହେଲା ପରଠୁ କାର୍ଯ୍ୟାନୁଷ୍ଠାନ ଗତି ବହୁତ କ୍ଷିପ୍ର ହୋଇଯାଇଛି | ଏ କାର୍ଯ୍ୟାନୁଷ୍ଠାନ ପଛରେ କଣ ଉଦ୍ଦେଶ୍ୟ ଥାଉ କି ନଥାଉ, ସତ କହିବାକୁ ଗଲେ ନେତାଙ୍କୁ କିନ୍ତୁ ଜୋର କା ଝଟକା ଧୀରେ ସେ  ଲାଗିଛି |  ରାଜନୀତିର ଚେସ ବୋର୍ଡରେ ନବୀନ ବାବୁ ଏମିତି ଫାଷ୍ଟ ଆଉ ଘାତକ ଚାଲ ଟିଏ ଖେଳିଲେ, ତାକୁ ବୁଝିବ କଷ୍ଟ, ଆଉ ଯେଉଁ ନେତା  ବୁଝିବେ ତାହା ଅତୀବ ଯନ୍ତ୍ରଣା ଦାୟକ | କାଲି ପରଠାରୁ କିଛି ନେତାଙ୍କୁ ସେମାନଙ୍କ ଅତୀତ ଭାରି ଜୋରରେ ମାଡି ବସିବା ଆରମ୍ଭ କଲାଣି | ଅତୀତରେ କିଛି  ଘଟଣା ଅଘଟଣ ଆଉ ଦୁର୍ଘଟଣା ଖାତା ଖୋଲିଯିବନି ତ ! କାରଣ ଚିତ୍ରଗୁପ୍ତଙ୍କ ପାଖରେ ପୋଥି | ଅଗଲବଗଲ ହେଲେ କିଛି ଘଟିବାର ଆଶଙ୍କା ସେମାନଙ୍କୁ ଏବେ ଚିନ୍ତାରେ ପକାଇ ଦେଇଛି | କେବଳ ବିଜେଡିର ନୁହନ୍ତି, ବିଜେପି ଓ କଂଗ୍ରେସ ନେତା ବି ଡରିବା ସ୍ୱାଭାବିକ | ଗତକାଲି ସୁପ୍ରିମକୋର୍ଟ ଦାଗି ବା ଅଭିଯୁକ୍ତ ବା ଚାର୍ଜସିଟେଡ଼ ନେତାଙ୍କୁ ନେଇ ଦେଇଥିବା ଗୁରୁତ୍ୱପୂର୍ଣ ଫଇସଲା ପରିପ୍ରେକ୍ଷୀରେ ନବୀନ ବାବୁଙ୍କ ସୁପର ଫାଷ୍ଟ ପଦକ୍ଷେପ ନେତାଙ୍କ ହାର୍ଟ ବିଟ ବଢ଼ାଇଦେଇଛି | ଏହାରମାନେ ନୁହେଁଯେ ଅନୁପଙ୍କ ଗିରଫଦାରିରେ ନବୀନ ବାବୁଙ୍କ କିଛି ହାତ ରହିଛି ! ଏହା ସଂଯୋଗ ଆଉ କାକତାଳୀୟ ମାତ୍ର | ସୁପ୍ରିମକୋର୍ଟଙ୍କ ରାୟ, ଅନୁପଙ୍କ ଗିରଫଦାରୀ ଆଉ ନବୀନ ବାବୁଙ୍କ କାର୍ଯ୍ୟକ୍ରମ କେବଳ ସଂଯୋଗ | ଏପରି କରି ଅପରାଧୀ ଓ ଅପରାଧ ପ୍ରତି ଜିରୋ ଟଲରାନ୍ସର ପ୍ରତିବଦ୍ଧତାକୁ ନବୀନ ବାବୁ ପ୍ରମାଣିତ କରିଥିବା ବେଳେ ସୁପ୍ରିମକୋର୍ଟ ଆଦେଶର ତ୍ୱରିତ ଅନୁପାଳନ |  ନବୀନ ବାବୁ ତାଙ୍କ ପ୍ରତିବଦ୍ଧତା ଦେଖାଉଛନ୍ତି ଅପରାଧୀ ଆଉ ଅପରାଧ ବିରୋଧରେ | ହେଲେ ଚୋର ମନ ଗଣ୍ଠିରେ |  ନେତା କିନ୍ତୁ ଆତଙ୍କିତ ହେବା ଆରମ୍ଭ କରିଛନ୍ତି | କିଛି ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ ଆଉ ବିଧାୟକ, ଆଶାୟୀ ମନ୍ତ୍ରୀ, କ୍ଷୁବ୍ଧ ମନ୍ତ୍ରୀ, ରାଜ୍ୟସଭା-ବିଧାନ ପରିଷଦ ଆସନ ପାଇଁ ଆଶାୟୀ ଥିବା ନେତା ଏବେ ନିଜ ଭବିଷ୍ୟତକୁ ନେଇ ସନ୍ଦିହାନ | କୌଣସି ପରିସ୍ଥିତିରେ ଦାଗି ନେତାଙ୍କୁ ନବୀନ ସୁଯୋଗ ଦେବେ ନାହିଁ ଏହି ବାର୍ତ୍ତା ସେ ଦେଇସାରିଛନ୍ତି | ଯଦି ପୂର୍ବରୁ କୌଣସି ନେତା ଅପରାଧିକ ପୃଷ୍ଠଭୂମି ବା ସମ୍ପୃକ୍ତି ଥାଇ ବି ଆଇନର ଗଳାବାଟରେ ରାଜନୀତିରେ ଗାଦି ମାଡି ବସିଛନ୍ତି ସେମାନଙ୍କୁ ବାଛି ବାଛି ନବୀନ ବାବୁ ସମୟକ୍ରମେ ସଫା କରିବେ ବୋଲି କାଲିର ପଦକ୍ଷେପ ଗୋଟାଏ ମଜଭୁତ ବାର୍ତ୍ତା ଦେଇଛି | ଅନେକ ନେତା ଅନୁପଙ୍କ କାଟାଗୋରୀରେ ଆସିବେ ନିଶ୍ଚିତ ଏଥିରେ ସନ୍ଦେହ ନାହିଁ | ତେଣୁ ଏବେ କେବଳ ଲୋ ପ୍ରୋଫାଇଲ ହୋଇ ରହିଲେ, ବା ସୁନାପିଲା ହୋଇ ରହିଲେ ବା ପୁରୁଣା ମାମଲା ଦଫା ରଫା କରିପାରିଲେ ବା ଅପରାଧ ମୁକ୍ତ ରହିଲେ କେବଳ ନବୀନ ବ୍ରାଣ୍ଡରେ ରାଜନୀତି କରିହେବ, ସେ ବାର୍ତ୍ତା ଦେଇଛି ଅନୁପ ସାଏଙ୍କୁ ବାଳୁଙ୍ଗା ଓପାଡି ଫିଙ୍ଗିଲା ଭଳି ଫିଙ୍ଗିବା ଘଟଣାରୁ | ଆଉ ସେଇଥି ପାଇଁ କିଛି ନେତାଙ୍କ ନିଦ ହଜିଯାଇଛି ଆଉ ଏବେ ବସି ବସି ମାନେ ପକାଇବା ଆରମ୍ଭ କଲେଣି କେଉଁ ବର୍ଷ କଲେ କେଉଁ ଘଟଣା ଘଟିଥିଲା କି !! କେଉଁ ଅପରାଧର ତଦନ୍ତ ପେଣ୍ଡିଙ୍ଗ ଅଛି କି !!  ଅନେକ ନେତା ଅଛନ୍ତି, ଆଉ ଅନେକ ନେତାଙ୍କ ମାମଲା ପେଣ୍ଡିଙ୍ଗ ଅଛି | ଆଗକୁ ସବୁ ପଦାରେ ପଡିବ ଗୋଟି ଗୋଟି ହୋଇ |  

0
0
0
s2sdefault