ହେଡଲାଇନସ୍:

ମାତିଛନ୍ତି ଜଙ୍ଗଲ ମାଫିଆ, ପୁଣି ଦୁଇ ଚନ୍ଦନ ଗଛ ଚୋରି : ବନ ବିଭାଗରେ ଚନ୍ଦନ ଦସ୍ୟୁଙ୍କ ଗଡ଼ଫାଦର !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେତେ କାଢ଼ୁଆ ଏ ନୃସିଂହନାଥ ରେଞ୍ଜ ଜଙ୍ଗଲ ଅଧିକାରୀ-କର୍ମଚାରୀ 

ଇଏ ଚୋରି ସରକାରୀ ଅଧିକାରୀଙ୍କ ପ୍ରାୟୋଜିତ ବା ଜାଣତରେ କାମ ନୁହେଁ ତ 

ବରଗଡ :- ହଠାତ  ବରଗଡ ଜିଲ୍ଲାର ନୃସିଂହନାଥ ରେଞ୍ଜ ନିଜର କାର୍ଯ ଦକ୍ଷତା ପାଇଁ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଗତ ତିନି ଦିନ ତଳେ ନୃସିଂହନାଥ ପୁରୁଣା ରେଞ୍ଜ ଅଫିସ ପରିସରରୁ ପାଞ୍ଚ ଗୋଟି ଓ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରୁ ଚାରି ଗୋଟି ଚନ୍ଦନ ଗଛ ଚୋରି ହେବା ଚର୍ଚ୍ଚା ଥମି ନଥିବା ବେଳେ ଗତ ରାତିରେ ଓଟିଡିସି  ପାନ୍ଥନିବାସ ରୁ ଗୋଟେ ଓ ଅଲେଖ ମହିମା ଆଶ୍ରମ ପରିସରରୁ ଗୋଟେ ଗଛ ଚୋରି ହେଇ ଯାଇଛି । ଏଠାରେ ପ୍ରଶ୍ନ ଯେ କ୍ରମାଗତ ଭାବରେ ବହୁମୂଲ୍ୟ ଗଛ ସବୁ ଚୋରି ହେଇ ଯାଉଛି ଅଥଚ ବନ ବିଭାଗର କାଢୁଆ ଅଧିକାରୀ ମାନେ କରୁଛନ୍ତି କଣ ? ମୋଟା ଅଙ୍କର ଦରମା ସାଙ୍ଗକୁ ଅନ୍ୟାନ୍ୟ ସୁବିଧା , ଯିବା ଆସିବା କରିବା ପାଇଁ ସରକାରୀ ଗାଡି ସହିତ ସରକାରୀ ତେଲ କିନ୍ତୁ କାମ ସୁନ । କୁହନ୍ତିନା ମତେ ଯେତେ ମାଠିବୁ ମାଠ ମୁଁ ସେହି ଦରପୋଡା କାଠ । 

         ଅବଶ୍ୟ ଖରାପ ଭାବିବାର କିଛି ନାହିଁ , ନୃସିଂହନାଥ ରେଞ୍ଜ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାର୍ବତରୁ ପ୍ରତ୍ୟେକ ଦିନ ଶହ ଶହ ମୂଲ୍ୟବାନ ଗଛ ଚୋରି ହେଇ ଯାଉଛି ତ ଏହି ଦଶ ବାର ଟି ଗଛ କଥା କିଏ ପଛରେ  । ଦରମା ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ମିଳିଲେ କାମ ସରିଲା । ମଝି ମଝିରେ କିଛି ଜାଳେଣି କାଠ ସଂଗ୍ରହ କରୁଥିବା ଲୋକଙ୍କୁ ଧରି କେଶ କରିଦେଲେ ଦାଇତ୍ୱ ଖତମ । ବାକି ସବ ଚଳତା ହୈ ନୀତିରେ ଚାଲିଛି ନୃସିଂହନାଥ ରେଞ୍ଜ । 

0
0
0
s2sdefault