ହେଡଲାଇନସ୍:

ଶିକ୍ଷାର ବିକାଶ କେମିତି ଚାଲିଛି, ପଦାରେ ପକାଇଲା ମନ୍ତ୍ରୀଙ୍କ ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ପଦାରେ ପଡିଲା ଦୀର୍ଘ ୨୦ ବର୍ଷ ଧରି ଶିକ୍ଷା,ସ୍ବାସ୍ଥ୍ୟର,ଗମନାଗମନର ବିକାଶ କଥା କହୁଥିବା ରାଜ୍ୟ ସରକାରଙ୍କର ଅସଲି ଚିତ୍ର । ଶିକ୍ଷାର ବିକାଶ କେମିତି ଚାଲିଛି ତାହା ଦର୍ଶାଉଛି ମନ୍ତ୍ରୀଙ୍କ ଗସ୍ତରୁ ।  ନିଜ ବିଦ୍ୟାଳୟ ନାଁ କହି ପାରୁନାହାଁନ୍ତି ଛାତ୍ରଛାତ୍ରୀ । କେଉଁ ଶ୍ରେଣୀରେ ପଢୁଛନ୍ତି ତା ବି ଇଂରାଜୀରେ କହି ପାରୁନାହାଁନ୍ତି। ଏମିତିକି ନିଜ ଜିଲ୍ଲାର ନାଁ ଜାଣୁନାହାନ୍ତି । ଗଣଶିକ୍ଷା ବିଭାଗ ଅଧିନରେ ଥିବା ସରକାରୀ ବିଦ୍ୟାଳୟ ମାନଙ୍କରେ ଦେଖିବାକୁ ମିଳୁଛି ଏପରି କିଛି ବାସ୍ତବ ଚିତ୍ର। ଯାହା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଗସ୍ତ ସମୟରେ ପଦାରେ ପଡିଛି ।କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଭବାନୀପାଟଣା କର୍ଲାଗୁଡା ପ୍ରାଥମିକ ବିଦ୍ୟାଳୟ ଓ ବିମ୍ବାଧର ସରକାରୀ ହାଇସ୍କୁଲ ପରିଦର୍ଶନ କରିଥିଲେ ଗଣମନ୍ତ୍ରୀ ସମୀର ଦାଶ । ବଲାଙ୍ଗୀର ପାଟଣାଗଡ ଅଚଂଳରେ ମଧ୍ୟ କେତେକ ବିଦ୍ୟାଳୟ ଗସ୍ତ ଅବସରରେ ମନ୍ତ୍ରୀ, ପିଲାଙ୍କ ସହ ଆଲୋଚନା କରିବା ସମୟରେ ଏପରି ଦୃଶ୍ୟ ସାମ୍ନାକୁ ଆସିଥିଲା । ଏହାକୁ ନେଇ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। କେବଳ ଶିକ୍ଷକ ମାନେ ଯେ ଦାୟି ତାହା ନୁହେଁ ଏଥି ପାଇଁ ଅଭିଭାବକ ମାନେ ବି ସମପରିମାଣରେ ଦାୟୀ । କେବଳ ନୋଟିସ,ଦରମା ବନ୍ଦ କରିଦେଲେ ହେବ ନାହିଁ ବରଂ ବ୍ୟବସ୍ଥାରେ ପରିବର୍ତ୍ତନ କରିବା ଦିଗରେ ମନ୍ତ୍ରୀ ଦୃଷ୍ଟି ଦେବା ଜରୁରୀ ।

 

0
0
0
s2sdefault