ହେଡଲାଇନସ୍:

୪୪ତମ ଜିଲ୍ଲା ପରିଷଦ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ୪୪ ତମ ଗଜପତି ଜିଲ୍ଲା ପରିଷଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ପରିଷଦ ସଭାପତି ଅନିତାରାଣୀ ବେହେରାଙ୍କ ସଭାପତିତ୍ୱରେ  ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ , ମୋହନା ବିଧାୟକ ଦାଶରଥି ଗମାଙ୍ଗ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଆର. ବିଜୟ କୁମାର , ଜିଲ୍ଲାପାଳ ଅନୁପମ ସାହା ଏବଂ ଡିଆରଡିଏ - ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। 

ମୁଖ୍ୟତଃ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ରାଜନୈତିକରୁ ଉର୍ଦ୍ଧ୍ବରେ ରହି ଜିଲ୍ଲାର ବିକାଶ ପଥ ଯେଭଳି ଉନ୍ନତି ପଥରେ ଆଗେଇ ପାରିବ , ସେଥିପାଇଁ ସମସ୍ତେ ସହଯୋଗ କରିବା ପାଇଁ ମଞ୍ଚାସୀନ ଅତିଥି ମାନେ ଉପସ୍ଥିତ ସମସ୍ତ ବ୍ଲକ ଅଧ୍ୟକ୍ଷ , ଜିଲ୍ଲା ପରିଷଦ ସଭ୍ୟ ଓ ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ବୈଠକରେ କହିଥିଲେ ।

ଏହି ବୈଠକରେ ମୁଖ୍ୟତଃ ଶିକ୍ଷା , ଅବକାରୀ, ଗୋ-ପାଳନ, ଗ୍ରାମ୍ୟନିର୍ମାଣ ବିଭାଜନ , ସମାଜ ଓ ମହିଳା ଶିଶୁ ବିକାଶ , କୃଷି ଓ ଉଦ୍ୟାନ , ସ୍ୱାସ୍ଥ୍ୟ , ଜଳସେଚନ ରାସ୍ତା ଓ କୋଠାବାଡି , ପାନୀୟ ଜଳ ଯୋଗାଣ , ସାମାଜିକ ସୁରକ୍ଷା , ପରିବହନ , ଯୋଗାଣ , ବିଦ୍ୟୁତ ସଂଯୋଗୀ ଓ ଦୂରସଞ୍ଚାର ପ୍ରଭୃତି ବିଭାଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।

ଏହି ସବୁ ବିଭାଗ ଗୁଡିକରେ ପୂର୍ବ ବୈଠକରେ ବିଭିନ୍ନ ଅଞ୍ଚଳର ଜିଲ୍ଲା ପରିଷଦ ସଭ୍ୟସଭ୍ୟ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆସିଥିବା ଅଭିଯୋଗ ଓ ପ୍ରଶ୍ନ ଗୁଡିକ ଉପରେ ବର୍ତ୍ତମାନ ସୁଦ୍ଧା କେତେ ଓ କଣ ସବୁ ଅଗ୍ରଗତିର ସମାଧାନ ହୋଇଛି , ସେ ସବୁର ଟିକିନିଖି ସମୀକ୍ଷା କରା ଯାଇଥିଲା । ଯେଉଁ ସବୁ କାର୍ଯ୍ୟ କୌଣସି କାରଣ ବଶତଃ ହୋଇ ନ ପାରି ଅଟକି ରହିଛି , ଯୁଦ୍ଧକାଳୀନ ଭିତ୍ତିରେ ସେସବୁକୁ ଅଗ୍ରାଧିକାର ଦେଇ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ବୈଠକରେ ନିର୍ଦ୍ଦେଶ ଦିଆ ଯାଇଥିଲା। 

0
0
0
s2sdefault