ହେଡଲାଇନସ୍:

ଧାନ ବସ୍ତା ରାସ୍ତାରେ ଛିଡା, ଆମରଣ ଅନଶନରେ ଚାଷୀ ବାପୁଡ଼ା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦ୍ଵିତୀୟ ଦିନରେ ଚାଷୀଙ୍କ ଅନଶନ, ବୈରୀ ସାଜିଛି ସରକାରଙ୍କ "ଟୋକନ"

ବରଗଡ଼/ ଶାସକ ପ୍ରଶାସକ : ବରଗଡ଼ ଜିଲ୍ଲା ଡ଼ଭା ଝରବନ୍ଦ ରାସ୍ତା ର ଡ଼ଭା ବଜାର ଠାରେ 5000 ବସ୍ତା ଧାନ ରଖି ଡ଼ଭା ସୋସାଇଟି ର ଚାଷୀ 2 ଦିନ ହେଲା କରିଛନ୍ତି ରାସ୍ତାରୋକ ଓ ଆମରଣ ଅନଶନ । 191 ଜଣ ଚାଷିଙ୍କର ବହୁ ଚେଷ୍ଟା ପରେ ମଧ୍ୟ ହୋଇନି ଟୋକନ |  ତେଣୁ ଧାନ ବିକ୍ରୀ କରି ନ ପାରି ବହୁତ ହଇରାଣ ହେଉଛନ୍ତି ଚାଷୀ । ଏହି ବିଷୟରେ ବାରମ୍ବାର ଉପ ଜିଲ୍ଲାପାଳ ,ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କେହି ଧ୍ୟାନ ଦେଲେ ନାହିଁ | ତେଣୁ ବାଧ୍ୟ ହୋଇ ଚାଷୀ ଏବେ ରାସ୍ତାରେ  । ଏହା ସହ 7 ଜଣ ଆମରଣ ଅନଶନରେ ବସିଛନ୍ତି ଏବଂ ଯେ ପର୍ଯ୍ୟନ୍ତ ଧାନ ଉଠିବ ନାହିଁ ,  ସେ ଯାଏ ଆମରଣ ଅନଶନରେ ବସିବେ ବୋଲି ଜଣାଇଛନ୍ତି ଏବଂ  ରାସ୍ତାରୋକ ମଧ୍ୟ ହଟିବ ନାହିଁ  । ଏପରିକି କାଲି ଜିଲ୍ଲାପାଳ ଝାରବନ୍ଧ ବ୍ଲକ  କାର୍ଯ୍ୟାଲୟକୁ ଅନୁଧ୍ୟାନ ପାଇଁ  ଆସିଥିଲେ |  ହେଲେ ସେହି ବ୍ଲକର ଚାଷୀ ରାସ୍ତା ରୋକ କରି ,ଧାନ କିଣିବା ଗୁହାରି କରୁଥିବା ଜାଣି ମଧ୍ୟ ସେଠାକୁ ଆସି ସମସ୍ୟା ବୁଝି ନଥିଲେ  । ଏଥିପାଇଁ ଚାଷୀ ଆହୁରି ଦୁଖିତ ଅନୁଭବ କରିଛନ୍ତି | କାରଣ 120 km ଦୂର ଆସି ପାରିଲେ ହେଲେ ଆହୁରି 15 କିମି ଦୂରରେ ହେଉଥିବା ଚାଷୀର ଆମରଣ ଅନଶନ ସ୍ଥାନ ଆସି ତାଙ୍କର ସମସ୍ୟା ବୁଝିବା ନିଜର ଦାୟିତ୍ୱ ଭାବି ନଥିଲେ ବୋଲି ଚାଷୀମାନେ ଅଭିମାନରେ କହିଛନ୍ତି । ହେଲେ  ଝାରବନ୍ଧ ତହସିଲଦର ପର୍ଶୁରାମ ପଣ୍ଡା ଓ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ ଆସି ସାନ୍ତ୍ୱନା ଦେଇ ଚାଲି ଯାଇଥିଲେ ।

 

0
0
0
s2sdefault