ଦଣ୍ଡୋର ସରକାରୀ ଉନ୍ନୀତ ଉପ୍ରା ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକର ସରକାରୀ ଉନ୍ନୀତ ଉପ୍ରା ବିଦ୍ୟାଳୟ, ଦଣ୍ଡୋରରେ  ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଦିବାକର ପଣ୍ଡାଙ୍କର ସଭାପତିତ୍ୱରେ ଅନୁଷ୍ଠିତ ଏ  ସଭାରେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ,  ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଅତିଥି ଭାବେ ଯୋଗଦେଇ "ପ୍ରତ୍ୟେକ ସ୍କୁଲରେ ଏହିପରି ବାର୍ଷିକ ପୁରସ୍କାର ବିତରଣ ଉତ୍ସବ  ପାଳନହେବା ଉଚିତ । ଯାଦ୍ୱାରା ଶିଶୁମାନଙ୍କ ମଧ୍ୟରେ ପ୍ରତିଯୋଗୀତା ମୁଳକ ମନୋବୃତି ସୃଷ୍ଟି ହୋଇପାରିବ" ବୋଲି ମତବ୍ୟକ୍ତ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ଓଡ଼ଗାଁ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଅଧିବାସ ପଣ୍ଡା ମୁଖ୍ୟବକ୍ତା ଏବଂ ସମ୍ମାନୀତ ଅତିଥିଭାବେ ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଲୋକନାଥ ସାହୁ, ବ୍ଲକ ଅଧ୍ୟକ୍ଷା ମମତା ବେହେରା, ଜିଲ୍ଲା ପରିଷଦ ସଦସ୍ୟ ବିଭୁପ୍ରସାଦ ସାହୁ, କୁରାଳ ସରପଂଚ ଝିଲି ପ୍ରଧାନ, ଗିରିଡିପଲ୍ଲୀ ସମିତି ସଭ୍ୟ ବିଜନ ପାଇକରାୟ ଯୋଗ ଦେଇଥିଲେ । ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମକୃଷ୍ଣ ସାହୁ, ଶିକ୍ଷାନୁରାଗୀ ଜ୍ୟୋତ୍ସ୍ନାରାଣୀ ବେହେରା, ବିଦ୍ୟାଳୟ ପରିଚାଳନା କମିଟି  ସଭାପତି ଦିବାକର ପଣ୍ଡା, ପୁର୍ବତନ ଅଧ୍ୟକ୍ଷ ମଧୁମିତା ମିଶ୍ର, ସଙ୍ଗିତ ନିର୍ଦ୍ଦେଶକ  ବିଜୟ କୁମାର ଦାସ ଏବଂ ଶିକ୍ଷକ ଜଶୋବନ୍ତ ପଟ୍ଟନାୟକଙ୍କୁ ତାଙ୍କର ବିଶେଷ କୃତି ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଛାତ୍ର/ଛାତ୍ରୀ ମାନଙ୍କୁ ପୁରକୃତ କରାଯାଇଥିଲା । ବରିଷ୍ଠ ବର୍ଗ ବାଳକ ବିଭାଗରେ ରାଜେଶ କୁମାର ମହାରଣା(୮ମ) ଓ ବାଳିକା ବିଭାଗରେ  ଚୁମକି ବେହେରା(୮ମ) ଏବଂ କନିଷ୍ଠ ବର୍ଗ ବାଳକ ବିଭାଗରେ ଓଁ ସାଇ ଶ୍ରୀରାମ ଚମ୍ପିୟାନ ଟ୍ରଫି ଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ପବିତ୍ର ମୋହନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

 

0
0
0
s2sdefault