ଭାଗବତ ସପ୍ତାହ ପାଳନ ପାଇଁ କଳସ ଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁରାଳ(ଶ୍ରୀକାନ୍ତ ମିଶ୍ର): କୁରାଳ ଶ୍ରୀଶ୍ରୀ ଦଧିବାମନ ମନ୍ଦିର ସନ୍ନିକଟ ରାଧାଶ୍ୟାମ ମଠ ଆନୁକୂଲ୍ୟରେ ଆଜିଠାରୁ ଭାଗବତ ସସ୍ତାହ ପାଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ଗ୍ରାମର ପ୍ରାୟ ୨ଶହରୁ ଉର୍ଦ୍ଧ ମହିଳା ଶ୍ରଦ୍ଧାଳୁ କଳସ ଯାତ୍ରା କରି ସମସ୍ତ ସାହି ପରିକ୍ରମା କରିଥିଲେ । ହୁଳହୁଳି ହରିବୋଲ ଶବ୍ଦରେ ଉଛୁଳି ପଡୁଥିଲା କୁରାଳଗାଁ । ଏହି ଯାତ୍ରାରେ ବିଭିନ୍ନ ସ୍ଥାନରୁ ଆସି ବହୁ ସାଧୂ ସନ୍ୟାସୀ ମାନେ ସାମିଲି ହୋଇଥିବାରୁ ସମଗ୍ର ଗ୍ରାମଟି ଆଧ୍ୟାତ୍ମିକମୟ ହୋଇଉଠିଥିଲା । ମଠର ମହନ୍ତ ବାଳକୃଷ୍ଣ ଦାସ ମହାରାଜ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ଗ୍ରାମବାସୀ ମାନେ ସହଯୋଗ କରଥିଲେ । 

 

0
0
0
s2sdefault